ପୁରୀରେ ଶ୍ରମିକଙ୍କ ବନ୍ଦ ପାଳନ

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ୪ଟି ଶ୍ରମ କୋଡ଼କୁ ପ୍ରତ୍ୟାହାର ଦାବିରେ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଂକର ଫେବୃୟାରୀ ୧୨ତାରିଖ ଦେଶ ବ୍ୟାପୀ ଧର୍ମଘଟ ଡାକରାରେ ପୁରୀସହରରେ ଧର୍ମଘଟ ସଫଳ ହୋଇଛି । ସକାଳ ୬ଟା ରେ ମୋଟର କର୍ମଚାରୀ ସଂଘ ସଂପାଦକ ଅଜୟ କୁମାର ମିଶ୍ରଙ୍କ ନେତୃତ୍ଵରେ ବସଷ୍ଟାଣ୍ଡ ପରିସରରେ ପିକେଟିଂ ଫଳରେ ପୁରୀରୁ ସମସ୍ତ ବସଚଲାଚଳ ବନ୍ଦ ହୋଇଯାଇଥିଲା ।

ଏ ଆଇ ଟି ୟୁ ସି, ସିଆଇଟିୟୁ, କଂଗ୍ରେସ, ସିପିଆଇ, ସିପିଏମ ର ଶହ ଶହ ସମର୍ଥକ ପୁରୀ ବସଷ୍ଟାଣ୍ଡରୁ ଏକ ବିଶାଳ ପଟୁଆରରେ ବାହାରି ବଡ଼ଦାଣ୍ଡ ଦେଇ ପୁରୀ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଭିନ୍ନ ବ୍ୟାଙ୍କ, ବୀମା, ସରକାରୀ କାର୍ଯ୍ୟାଳୟ, କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ କାର୍ଯ୍ୟାଳୟ ସବୁ ବନ୍ଦ ହୋଇଯାଇଥିଲା ।

ବନ୍ଦକୁ ବେବସାୟୀ ଓ ଜନସାଧାରଣ ସମର୍ଥନ ଜଣାଇଥିଲେ । ଆଜିର ଧର୍ମଘଟରେ ଏ ଆଇ ଟିୟୁସି ର ଜିଲ୍ଲା ସମ୍ପାଦକ ବ୍ରଜବନ୍ଧୁ ପ୍ରଧାନ, ହରିହର ସେନାପତି, ନୀଳଗିରି ମୋଟର କର୍ମଚାରୀ ସଂଘ ସଂପାଦକ ଅଜୟ କୁମାର ମିଶ୍ର, ବିପିନ କୁମାର ସାହୁ, ବିଦୁଲତା ପୃଷ୍ଟି, ଗୋବିନ୍ଦ ମାଝୀ ଓ ସିପିଆଇ ନେତା ପ୍ରଦୀପ୍ତ କୁମାର ମହାନ୍ତି, ପ୍ରଫୁଲ୍ଲ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ସାହୁ ପ୍ରମୁଖ ଧର୍ମଘଟ ଆନ୍ଦୋଳନର ନେତୃତ୍ଵ ନେଇଥିଲେ ।

Exit mobile version