ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଶ୍ରୀଜଗନ୍ନାଥ ମନ୍ଦିର ଚାରିପାଖରେ ଡ୍ରୋନ ଉଡାଣ ଉପରେ କଟକଣା ଜାରି ରହିଥିବା ସତ୍ତ୍ୱେ ଗୁରୁବାର ସନ୍ଧ୍ୟା ୫ ଘଟିକାରେ ଜଣେ ଯୁବକ ଡ୍ରୋନ ଉଡାଇବାକୁ ଚେଷ୍ଟା କରୁଥିବା ବେଳେ ପୁରୀ ପୋଲିସ ଦ୍ୱାରା ଧରାପଡ଼ିଛନ୍ତି। ବିଶ୍ୱସନୀୟ ସୂଚନା ଆଧାରରେ କର୍ଣ୍ଣାଟକର ଅଭ୍ୟୁଦୟ ସିହ୍ନା ବୟସ ୨୫ ଜଗନ୍ନାଥ ମନ୍ଦିର ଉପରେ ଡ୍ରୋନ ଉଡାଇବାକୁ ଚେଷ୍ଟା କରୁଥିବା ବିଷୟରେ ଏସପି ପ୍ରତୀକ ସିଂହଙ୍କ ନିକଟକୁ ଖବର ପହଞ୍ଚିଥିଲା।
