ଆମ ଗାଁ ଡାକ ମେଳା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବୋଲଗଡ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବୋଲଗଡ ବ୍ଲକ ଖଙ୍ଗରିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସଂପୁରଗ୍ରାମସ୍ଥିତ ହରିରାଜପୁର ପ୍ରାଥମିକ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଡାକମେଳା କାର୍ଯ୍ୟକ୍ରମ ସଂପୁର ଶାଖା ଡାକପାଳ ଶରତ କୁମାର ପରିଡ଼ଙ୍କ ଆବାହକତ୍ୱରେ ଓ ଖୋର୍ଦ୍ଧା ଜିଲ୍ଲା ସହ ଡାକ ଅଧିକ୍ଷକ ଦେବଦତ୍ତ ଜେନାଙ୍କ ସଭାପତିତ୍ୱରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି I

ଏହି କାର୍ଯ୍ୟକ୍ରମରେ ସହ ଡାକପାଳ ଭାସ୍କର ଚନ୍ଦ୍ର ବେହେରା,ଦୀପ୍ତି ରଞ୍ଜନ ପାଇକରାୟ,ପ୍ରଶାନ୍ତ କୁମାର ପାଇକରାୟ,ମିଳନ କୁମାର ସାହୁ ଏବଂ ସ୍ଥାନୀୟ ଜନ ପ୍ରତିନିଧି ମାନେ ପ୍ରମୁଖ ଯୋଗଦେଇ ଡାକ ବିଭାଗର ବିଭିନ୍ନ ଜନ ହିତକର ଯୋଜନା ଯଥା -ସୁ କନ୍ୟା ଯୋଜନା, ଡାକ ଜୀବନ ବୀମା, ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା,

କିଷାନ ବିକାଶ ପତ୍ର,ଜାତୀୟ ସଞ୍ଚୟ ପ୍ରମାଣ ପତ୍ର,ଇ -ଶ୍ରମ ସରକାରୀ ସହାୟତା,ଦୀର୍ଘ ମିଆଦି ଜମା ସମେତ ଡିଜିଟାଲ ବ୍ୟାଙ୍କିଙ୍ଗିରେ ଆଧାର ସେବା ଆଦି ବିଭିନ୍ନ ଯୋଜନା ଗୁଡିକ ବିଷୟରେ ଜନସାଧାରଣ ମାନଙ୍କୁ ବୁଝାଇଥିଲେ I ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଉପ ଡାକମଣ୍ଡଳ, ବୋଲଗଡ ବ୍ଲକ ଉପ ଡାକଘର ଅନ୍ତର୍ଗତ ସମସ୍ତ ଶାଖାର ଡାକପାଳ, ସ୍ଥାନୀୟ ଅଞ୍ଚଳର ଶତାଧିକ ମହିଳାମାନଙ୍କ ସମେତ ବହୁ ଜନ ସାଧାରଣମାନେ ଯୋଗଦେଇ ଥିଲେ I

Exit mobile version