Home ଓଡ଼ିଶା ଅରଖପଲ୍ଲୀ ସେବା ସମବାୟ ସମିତି ତରଫରୁ ଧାନ ମଣ୍ଡି ଉଦଘାଟିତ by Proprietor Abhimanyu Maharana 8 months ago Share on FacebookShare on TwitterWhatsapp ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ରାଜ୍ୟ ସରକାରଙ୍କ ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗ ନିର୍ଦେଶକ୍ରମେ ବୋଲଗଡ଼ ବ୍ଲକ ଅନ୍ତର୍ଗତ ଅରଖପଲ୍ଲୀ ସମବାୟ ସମିତି ସମ୍ପାଦିକା ମୈତ୍ରୀ ମହାପାତ୍ରଙ୍କ ତତ୍ୱାବଧାନରେ ଶୁକ୍ରବାର ଦିନ ହରିପୁର ପାଟଣା ଗ୍ରାମଠାରେ ୫ମ ପର୍ଯ୍ୟାୟ ଧାନମଣ୍ଡି ଉଦଘାଟନ ହୋଇଯାଇଅଛି ! ଏହି କାର୍ଯ୍ୟକ୍ରମରେ ସେବା ସମବାୟ ସମିତିର ସଭାନେତ୍ରୀ ଗୀତାଞ୍ଜଳି ମହାନ୍ତି ,ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିୟନ୍ତ୍ରିତ ବଜାର କମିଟିର ଧାନ ନିରୀକ୍ଷକ ସିଦ୍ଧାର୍ଥ ଜେନା ଓ ଡାଟା ଏଣ୍ଟ୍ରି ଅପେରଟର କେଦାର ପ୍ରଧାନଙ୍କ ସମେତ ବହୁ ଚାଷୀମାନେ ଉପସ୍ଥିତ ରହି ଏହାକୁ ଶୁଭ ଉଦଘାଟନ କରିଥିଲେ ! ଅରଖପଲ୍ଲୀ ସେବା ସମବାୟ ସମିତିରେ ୩୦୨ ଜଣ ଚାଷୀମାନଙ୍କର ନାମ ପଞ୍ଜିକରଣ ହୋଇଥିଲାବେଳେ ଉଦଘାଟନୀ ଦିବସରେ ୩୩ଜଣ ଚାଷୀ, ଦ୍ୱତୀୟ ପର୍ଯ୍ୟାୟରେ ୩୬ଜଣ ଚାଷୀ,ତୃତୀୟ ପର୍ଯ୍ୟାୟରେ ୩୮ଜଣ ଚାଷୀ, ୪ର୍ଥ ପର୍ଯ୍ୟାୟରେ ୩୫ଜଣ ଚାଷୀ ଓ ୫ମ ପର୍ଯ୍ୟାୟରେ ଆଜି ୩୫ଜଣ ଚାଷୀଙ୍କଠାରୁ ୭୩୬. ୪୨ କ୍ୱିଣ୍ଟାଲ ଧାନ କ୍ରୟ ସମିତି ପକ୍ଷରୁ କରାଯାଇଥିଲା ! ଅରଖପଲ୍ଲୀ ସେବା ସମବାୟ ସମିତି ଲିଃର ଚାଷୀମାନଙ୍କୁ ଉପଯୁକ୍ତ ଧାନର ପ୍ରାପ୍ୟ ୩୧୦୦ ଟଙ୍କା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେବା ସହିତ “ଆମେ ସମ୍ପୂର୍ଣ୍ଣ ସ୍ବଛତାର ସହ ଧାନ କ୍ରୟ କରିବାକୁ ପ୍ରସ୍ତୁତ ଅଛୁ ବୋଲି ସଭାନେତ୍ରୀ ଗୀତାଞ୍ଜଳୀ ମହାନ୍ତି ପରାମର୍ଶ ଦେଇଥିଲେ ! ଚାଷୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ଟୋକନ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ବୋଲି ସମ୍ପାଦିକା ମୈତ୍ରୀ ମହାପାତ୍ର ଚାଷୀମାନଙ୍କୁ ସୂଚନା ପ୍ରଦାନ କରିଥିଲେ ! ରାଜସୁନାଖଳାସ୍ଥିତ ଶିବାନୀ ଫୁଡ୍ସ ଆଣ୍ଡ ରାଇସ ମିଲ ଆଣ୍ଡ କମ୍ପାନୀ ଅରଖପଲ୍ଲୀ ସେବା ସମବାୟ ସମିତିରୁ ୩୫ଜଣ ଚାଷୀଙ୍କଠାରୁ ୭୩୬. ୪୨କ୍ୱିଣ୍ଟାଲ ଧାନ କ୍ରୟ କରିଥିଲେ ! ଅରଖପଲ୍ଲୀ ସେବା ସମବାୟ ସମିତି ପରିଚାଳନା କମିଟିର ସମସ୍ତ ସଦସ୍ୟ,ଡାଟା ଏଣ୍ଟ୍ରି ଅପେରେଟର କେଦାର ପ୍ରଧାନ ଓ ବହୁ ଚାଷୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l Categories: ଓଡ଼ିଶା, ଖୋର୍ଦ୍ଧା, ନୟାଗଡ଼ ନିଉଜ୍, ହୋମ୍ Related Content ଫୁଲବାଣୀ କରୋନେସନ୍ ପଡ଼ିଆରେ ପୁରୀ ଉପକୂଳ ମାରାଥନ୍ ପ୍ରୋମୋ ରନ୍ ଅନୁଷ୍ଠିତ by Proprietor Abhimanyu Maharana September 28, 2026 କନ୍ଧମାଳରେ କଦଳୀ ଚାଷର ବିକାଶ ପାଇଁ ଟିଏସ୍ପିର ଅଭିନବ ପଦକ୍ଷେପ ଆଦିବାସୀ ଚାଷୀଙ୍କୁ ମିଳିଲା ପ୍ରଶିକ୍ଷଣ, କଦଳୀ ଚାଷ ଆଣିଲା ନୂଆ ସମ୍ଭାବନା by Proprietor Abhimanyu Maharana September 28, 2026 ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବୃଦ୍ଧଙ୍କୁ ହତ୍ୟା, ମୃତଦେହ ପୋଡ଼ିଦେବା ଅଭିଯୋଗ by Proprietor Abhimanyu Maharana September 28, 2026 ଏମ୍ ଏମ୍ ଡି ଆର ସଂଶୋଧନ ବିରୋଧରେ ବିଜେଡିର ବିକ୍ଷୋଭ by Proprietor Abhimanyu Maharana September 28, 2026 କାଶୀନଗର ବ୍ଲକ କେ.ସିତପୁରରେ ଗ୍ରାମ ଠାରେ ମାଇ ଭାରତ ଗଜପତି ପକ୍ଷରୁ ଚିକିତ୍ସା ଶିବିର ଅନୁଷ୍ଠିତ by Proprietor Abhimanyu Maharana September 28, 2026 ଗଜପତି:ମହେନ୍ଦ୍ରଗିରିରେ ଅକ୍ଟୋବର ୧ରୁ ୪ ଯାଏଁ ୨୩ତମ ଜାତୀୟ ସ୍ତରୀୟ ମାଉଣ୍ଟେନ୍ ବାଇକ୍ ସାଇକ୍ଲିଂ ଚାମ୍ପିଅନ୍ସିପ୍ ଅନୁଷ୍ଠିତ ହେବ by Proprietor Abhimanyu Maharana September 28, 2026