Home ଓଡ଼ିଶା ଆତ୍ମସୁରକ୍ଷା ଶିବିର ଉଦଯାପନୀ ଉତ୍ସବ by Proprietor Abhimanyu Maharana 8 months ago Share on FacebookShare on TwitterWhatsapp ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପ୍ରାୟୋଜିତ ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରୀମାନଙ୍କ ନିମନ୍ତେ ଛଅ ଦିନ ଧରି ଚାଲିଥିବା ଆତ୍ମସୁରକ୍ଷା ଶିବିର ଉଦଯାପନୀ ଉତ୍ସବ ମଡେଲ ଡିଗ୍ରୀ କଲେଜ, ନୟାଗଡ଼ଠାରେ ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା | ମୁଖ୍ୟ ଅତିଥି ଭାବେ ନୟାଗଡ଼ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଡକ୍ଟର ଜ୍ୟୋତି ରଞ୍ଜନ ସାମନ୍ତରାୟ ଯୋଗ ଦେଇ ଛାତ୍ରୀମାନଙ୍କୁ ଦୃଢ଼ମନା ହେବା ସଙ୍ଗେ ସଙ୍ଗେ ଆପଦକାଳୀନ ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ବିଭିନ୍ନ କୌଶଳ ବିଷୟରେ ଜ୍ଞାନ ଦେଇଥିଲେ | କାର୍ଯ୍ୟକ୍ରମ ସଂଯୋଜିକା ଅଧ୍ୟାପିକା ରୀନାବାଳା ଘଡ଼େଇ ବିବରଣୀ ପାଠ କରିଥିଲେ | ପ୍ରଶିକ୍ଷଣରେ ଭାଗନେଇଥିବା ଛାତ୍ରୀଙ୍କ ମଧ୍ୟରୁ ଦୁଇଜଣ ତୁଳସୀ ବିଶ୍ବାଳ ଓ ଶୁଭଶ୍ରୀ ମହାନ୍ତି ନିଜର ପ୍ରଶିକ୍ଷଣ ସମୟର ଅଭିଜ୍ଞତା ବର୍ଣ୍ଣନା କରିଥିଲେ | ପୂର୍ବବର୍ଷରେ ପ୍ରଶିକ୍ଷଣ ନେଇଥିବା ପୁରାତନ ଛାତ୍ରୀ ବର୍ଷା ଜେନା ନିଜ ଜୀବନର ଆତ୍ମରକ୍ଷା ସମ୍ବନ୍ଧିତ ଟିପ୍ପଣୀ ପ୍ରଦାନ କରିଥିଲେ | ଡକ୍ଟର ସୀତାରାମ ସ୍ବାଇଁଙ୍କ ପରିଚାଳନାରେ ଏକ କ୍ଷୁଦ୍ର ପ୍ରଶିକ୍ଷଣ ସମ୍ବନ୍ଧିତ ଭିଡିଓ ପ୍ରଦର୍ଶନ କରାଯାଇଥିଲା | ଅଧ୍ୟାପିକା ଦୀପିକା ରାଣୀ ତୁରୁକ୍ ସଭା ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ | ଏହି ସଭାରେ ଗୌରମୋହନ ସାହୁ, ଡକ୍ଟର ସନ୍ତୋଷ କୁମାର ବେହେରା, ଡକ୍ଟର ଜ୍ୟୋତ୍ସ୍ନାରାଣୀ କର, ମଧୁସ୍ମିତା ମହାପାତ୍ର, ଡକ୍ଟର ପ୍ରକାଶ କୁମାର ସାହୁ, ବିଜୟିନୀ ଶୁଭଦର୍ଶିନୀ, ଡକ୍ଟର ଅପରାଜିତା ମିଶ୍ର, ଡକ୍ଟର ସୁନିଲ ଚନ୍ଦ୍ର ପ୍ରଧାନ, ଡକ୍ଟର ଗିରିଶ୍ ଚନ୍ଦ୍ର ନାୟକ, ଡକ୍ଟର ଅନୀୟ କୁମାର ସାମନ୍ତରା, ରୀତିଶ୍ରୀ ମଲ୍ଲିକ, ବିଜୟ କୁମାର ସାହୁ, ମୋନାଲିସା ଦାସ ଜୟସିଂ, ଗୌରୀ ସୈଗଲ ପ୍ରମୁଖ ଉପସ୍ଥିତ ଥିଲେ | ପ୍ରଶିକ୍ଷଣ ନେଇଥିବା ଶତାଧିକ ଛାତ୍ରୀ ମୂଖ୍ୟ ଅତିଥିଙ୍କ ଠାରୁ ନିଜର ସାର୍ଟିଫିକେଟ ଗ୍ରହଣ କରିଥିଲେ | Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ମଞ୍ଚରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା, ଉଦ୍ଯାପିତ ହେଲା ମଝିଆଖଣ୍ଡ କ୍ଲଷ୍ଟରସ୍ତରୀୟ ‘ସୁରଭି-୨୦୨୬’ by Proprietor Abhimanyu Maharana October 19, 2026 ଜ୍ୟୋତିର୍ମୟୀଙ୍କ ଆତ୍ମଜୀବନୀ ‘ଥମିନି ଜୀବନ ସ୍ରୋତ’ ଲୋକାର୍ପିତ by Proprietor Abhimanyu Maharana October 19, 2026 ଖଣ୍ଡପଡା ଅଞ୍ଚଳରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ by Proprietor Abhimanyu Maharana October 18, 2026 ପାଣି ମିଟର ଚୋରି ପରେ ଏବେ ପାଣି ଚାମ୍ବର ଉପରେ ପଡିଥିବା ସିମେଣ୍ଟ କଂକ୍ରିଟ ସ୍ଲାବ ଗୁଡିକୁ ଭଙ୍ଗାରୁଜା କରୁଛନ୍ତି ଦୁବୃର୍ତ୍ତ by Proprietor Abhimanyu Maharana October 18, 2026 ଶ୍ରୀ ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ by Proprietor Abhimanyu Maharana October 18, 2026 ମା’ଦୁର୍ଗା ଙ୍କ ମହାଗୌରୀ ବେଶ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ : ପୀଠରେ ମହାଷ୍ଟମୀ ପୂଜା, ମୃଣ୍ମୟୀ ଦେବୀଙ୍କ ମହାସପ୍ତମୀ ପୂଜାରେ ଆଧ୍ୟାତ୍ମିକ ପରିବେଶ by Proprietor Abhimanyu Maharana October 18, 2026