Home ଓଡ଼ିଶା ଜିଲ୍ଲାସ୍ତରୀୟ ଆଲୋଚନା ପାଠଚକ୍ର କର୍ମଶାଳା ଉଦଘାଟିତ by Proprietor Abhimanyu Maharana 6 months ago Share on FacebookShare on TwitterWhatsapp ଶ୍ରେଣୀ ଗୃହ ପରିସ୍ଥିତିରେ ସାମାଜିକ, ଭାବନାତ୍ମକ ଓ ନୈତିକ ଶିକ୍ଷଣୀୟର ଏକୀକରଣ ଏବଂ ଏହାର ପ୍ରଭାବ l ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳାସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଆନୁକୂଲ୍ୟରେ ୨ଦିନିଆ ରାଜ୍ୟସ୍ତରୀୟ ଆଲୋଚନା ପାଠଚକ୍ର କର୍ମଶାଳା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ସମ୍ମିଳନୀ କକ୍ଷରେ ଗୁରୁବାରଦିନ ଉଦଘାଟିତ ହୋଇଯାଇଅଛି !ଏହି କର୍ମଶାଳା ରାଜସୁନାଖଳା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଦଶପଲ୍ଲା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ସଲ, ମୁଖ୍ୟବକ୍ତା ଭାବେ ପିରାମଲ ଫାଉଣ୍ଡେସନର ପ୍ରୋଗ୍ରାମ ଉପଦେଷ୍ଟା ଜୟଶଙ୍କର ବାଗ ଓ ସମ୍ମାନିତ ଅତିଥିଭାବେ ରଣପୁର ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରସାନନ୍ଦ ପ୍ରଧାନ, ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ପ୍ରତାପ କୁମାର ମହାପାତ୍ର, ଶିକ୍ଷକ ପ୍ରଶିକ୍ଷକ ବଟକୃଷ୍ଣ ସାହୁ ଓ ଦୀପକ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ଜଗନ୍ନାଥଙ୍କ ପ୍ରତିମୃତିରେ ଫୁଲ, ଚନ୍ଦନ ଓ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ ! ଶିକ୍ଷକ ପ୍ରଶିକ୍ଷକ ମନୋରଞ୍ଜନ ଦାଶ ବିଭୁ ବନ୍ଦନା ଗାନ କରିଥିବାବେଳେ ଅଧ୍ୟାପକ ମାନସ କୁମାର ସାହୁ ମଞ୍ଚ ପରିଚାଳନା କରି ଅତିଥିପରିଚୟ ପ୍ରଦାନ କରିଥିଲେ। ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରି ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରି ଅତିଥିମାନଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ । ଚଳିତ ମାସ ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବାବେଳେ, ଶିକ୍ଷାର ଗୁଣାତ୍ମକ ଉନ୍ନତି ଓ ପାଠଦାନ ପ୍ରଣାଳୀର ନବୀକରଣ ଏହାର ପ୍ରମୁଖ ଉଦ୍ଦେଶ୍ୟ ରହିଛ ପାଠଚକ୍ର ମାଧ୍ୟମରେ ଶିକ୍ଷକମାନେ ନିଜ ଅନୁଭବ ଓ ନବଚିନ୍ତନାଧାରା ଆଦାନ-ପ୍ରଦାନ କରି ଶିକ୍ଷାକ୍ଷେତ୍ରକୁ ଅଧିକ ସୁଦୃଢ଼ କରିପାରିବେ ବୋଲି ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀ ସମସ୍ତଙ୍କୁ ସୂଚନା ଦେଇଥିଲେ l ଶିକ୍ଷକମାନଙ୍କୁ ନୂତନ ଶିକ୍ଷା ପଦ୍ଧତି ଅନୁସରଣ କରି ଛାତ୍ରଛାତ୍ରୀଙ୍କ ସାମଗ୍ରିକ ଉନ୍ନତି ପାଇଁ କାର୍ଯ୍ୟ କରିବା ଓ ନବୀନ ପାଠଦାନ ପ୍ରଣାଳୀ, ଟିଏଲଏମ୍ର ସଠିକ୍ ବ୍ୟବହାର ଓ ଛାତ୍ରକେନ୍ଦ୍ରିକ ଶିକ୍ଷାର ପ୍ରାସଙ୍ଗିକତା ଉପରେ ମୁଖ୍ୟଅତିଥି ଭକ୍ତି ବିନୋଦ ସଲ ପରାମର୍ଶ ଦେଇଥିଲେ । ପାଠଚକ୍ରର ଗୁରୁତ୍ୱ ଓ ଶିକ୍ଷକମାନଙ୍କ ଭୂମିକା ସମ୍ପର୍କରେ ପିରାମଲ ଫାଉଣ୍ଡେସନର ପ୍ରୋଗ୍ରାମ ଉପଦେଷ୍ଟା ଜୟଶଙ୍କର ବାଗ ମତ ପ୍ରକାଶ କରିଥିଲେ । ଏହି ଅବସରରେ ନିମନ୍ତ୍ରିତ ଅତିଥିମାନଙ୍କ ଦ୍ୱାରା ଜିଲ୍ଲା ଶିକ୍ଷକ ଓ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ଏକାଦଶ ସମାଚାର ପତ୍ରିକା ‘ଚରୈବେତି’ ଉନ୍ମୋଚନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୮ଟି ବ୍ଲକରୁ ଆସିଥିବା କ୍ଲଷ୍ଟର ସଂଯୋଜକ,ଶିକ୍ଷକ-ଶିକ୍ଷୟତ୍ରୀ ଓ ଗୁରୁ ଛାତ୍ରଛାତ୍ରୀମାନେ ନିଜ ନିଜ ପାଠଚକ୍ର ଉପସ୍ଥାପନା କରିଥିଲେ । ଭିନ୍ନ ଭିନ୍ନ ଶିକ୍ଷଣ ପ୍ରଣାଳୀ, ସୃଜନଶୀଳ ପ୍ରଦର୍ଶନ ଓ ଅନୁଭବ ବିନିମୟ ଏହି ପାଠଚକ୍ରକୁ ଆକର୍ଷଣୀୟ କରିଥିଲା l ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିକ୍ଷା ଓ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ସେକ୍ସନ ଅଫିସର ବିଶ୍ୱ ରଞ୍ଜନ ପଟ୍ଟନାୟକ, ପ୍ରସନଜିତ ବଳିଆରସିଂହ, କଳିଙ୍ଗ କୁମାର ସାହୁଙ୍କ ପ୍ରମୁଖଙ୍କ ସମେତ ସମସ୍ତ କର୍ମଚାରୀମାନେ ସହଯୋଗ କରି ପରିଚାଳନା କରିଥିଲେ l ପରିଶେଷରେ ଶିକ୍ଷକ ପ୍ରଶିକ୍ଷିକା ଅନିନ୍ଦିତା ପ୍ରିୟଦର୍ଶିନୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content Silk India’ exhibition begins at Hotel Prachi by Proprietor Abhimanyu Maharana August 14, 2026 ହୋଟେଲ ପ୍ରାଚୀରେ ‘ସିଲ୍କ ଇଣ୍ଡିଆ’ ପ୍ରଦର୍ଶନୀ ଆରମ୍ଭ by Proprietor Abhimanyu Maharana August 14, 2026 ବିରିଡି ବ୍ଲକ ରେ "ହର ଘର ତ୍ରିରଙ୍ଗା" ଶୋଭାଯାତ୍ରା by Proprietor Abhimanyu Maharana August 14, 2026 ନୟାଗଡ଼ରେ ଏବିଭିପି ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା by Proprietor Abhimanyu Maharana August 14, 2026 ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଗବେଷଣା ତଥା ପଢ଼ାପଢ଼ି ପାଇଁ ଶରୀର ଦାନ କଲେ ହରିଶ ପ୍ରଧାନ ଆଉ ତାଙ୍କ ସହଧର୍ମିଣୀ by Proprietor Abhimanyu Maharana August 14, 2026 ସାଇ ହେଲ୍ଥ କେୟାରର ମାଗଣା ସ୍ୱାସ୍ଥ୍ୟ ଶିବିର by Proprietor Abhimanyu Maharana August 14, 2026