Home ଓଡ଼ିଶା ରାଜସୁନାଖଳା ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚ : ୧-୦ ଗୋଲରେ ପପୁଲାର କ୍ଲବ ଢେଙ୍କାନାଳ ବିଜୟୀ by Proprietor Abhimanyu Maharana 8 months ago Share on FacebookShare on TwitterWhatsapp ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବଆନୁକୂଲ୍ୟରେ ୨୨ତମ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଗୁରୁବାରଦିନ ରାଜସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ପ୍ରଥମ ସେମିଫାଇନାଲ ମ୍ୟାଚ ପପୁଲାର କ୍ଳବ ଢେଙ୍କାନାଳ ଓ ଖୁଣ୍ଟକଟା ପରିଷଦ ଆଠଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବର ସଭାପତି ପୂର୍ଣ୍ଣ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ,ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ, ନୟାଗଡ଼ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ସମାଜସେବୀ ତ୍ରିନାଥ ବିଶ୍ଵାଳ, ସ୍ଥାନୀୟ ସରପଞ୍ଚ ଚିତ୍ତ ରଞ୍ଜନ ପ୍ରଧାନ, ସମିତି ସଭ୍ୟ ତପନ ପ୍ରଧାନ ଓ ଏସଇଆର ଦବ୍ଲୁ ଏସ ଏସ ଆଲୋକ ପଣ୍ଡା ପ୍ରମୁଖ ଯୋଗଦେଇ ଖେଳକୁ ଶୁଭାରମ୍ଭ କରିଥିଲେ l ଏହି ମ୍ୟାଚରେ ଅତିଥିମାନେ ଓ ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବର ସଦସ୍ୟମାନେ ପଡିଆ ମଧ୍ୟରେ ଖେଳାଲିମାନଙ୍କ ସହ କର ମର୍ଦନ କରି ଉତ୍ତମ ଓ ସୁନ୍ଦର ଖେଳ ପଦର୍ଶନ କରିବା ପାଇଁ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚରେ ପପୁଲାର କ୍ଳବ ଢେଙ୍କାନାଳ ଓ ଖୁଣ୍ଟୁକଟା ପରିଷଦ ଆଠଗଡ଼ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହୋଇଥିଲା !ଖେଳର ପ୍ରଥମାର୍ଦ୍ଧରେ କୌଣସି ଦଳ କେହି କାହାରିକୁ ଗୋଲ ସ୍କୋର କରି ନ ଥିବାବେଳେ ଖେଳର ଦିତୀୟାର୍ଦ୍ଧରେ ଢେ଼ଙ୍କାନାଳ ଦଳ ଏକ ଗୋଲ କରି ୧-୦ରେ ଢେଙ୍କାନାଳ ଅଗ୍ରଣୀ ହୋଇ ବିଜୟୀ ହୋଇଥିଲା l ଏହି ପ୍ରଥମ ସେମିଫାଇନାଲ ମ୍ୟାଚକୁ ମୁଖ୍ୟରେଫରି ସକବାତ ଅଲି ଖାଁ, ମିର୍ଜା ସିରାଜୁଦ୍ଦିନ ବେଗ ଓ ଲକ୍ଷ୍ମଣ ଚୌଧୁରୀ ଲାଇନରେ ରହି ସହାୟତା କରିଥିବା ବେଳେ ଚତୁର୍ଥ ରେଫରି ଭାବେ ଆଲୋକ ରଣା ଏବଂ ମ୍ୟାଚ କମିଶନର ସଦାଶିବ ସାହୁ ପ୍ରମୁଖ ପରିଚାଳନା କରିଥିଲେ । ଏହି ସଂଘର୍ଷ ପୂର୍ଣ୍ଣ ଫୁଟୁବଲ ମ୍ୟାଚକୁ ଦେଖିବା ପାଇଁ ଶତାଧିକ ଦର୍ଶକମାନେ ମନଭରି ଉପଭୋଗ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟାକୁ ଫ୍ରେଣ୍ଡସ ସ୍ପୋର୍ଟସ କ୍ଳବର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରି ପରିଚାଳନା କରିଥିଲେ ! ଆଜିର ଦ୍ଵିତୀୟ ସେମିଫାଇନାଲ ମ୍ୟାଚରେ ବଜରଙ୍ଗବଲି କ୍ଲବ ଘାଟିକିଆ ଓ ସାନ କ୍ଲବ ଭୁବନେଶ୍ୱର ମଧ୍ୟରେ ହେବ ବୋଲି କ୍ଲବ ପକ୍ଷରୁ ସୂଚନା ମିଳିଛି । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ଫୁଲବାଣୀ କରୋନେସନ୍ ପଡ଼ିଆରେ ପୁରୀ ଉପକୂଳ ମାରାଥନ୍ ପ୍ରୋମୋ ରନ୍ ଅନୁଷ୍ଠିତ by Proprietor Abhimanyu Maharana September 28, 2026 କନ୍ଧମାଳରେ କଦଳୀ ଚାଷର ବିକାଶ ପାଇଁ ଟିଏସ୍ପିର ଅଭିନବ ପଦକ୍ଷେପ ଆଦିବାସୀ ଚାଷୀଙ୍କୁ ମିଳିଲା ପ୍ରଶିକ୍ଷଣ, କଦଳୀ ଚାଷ ଆଣିଲା ନୂଆ ସମ୍ଭାବନା by Proprietor Abhimanyu Maharana September 28, 2026 ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବୃଦ୍ଧଙ୍କୁ ହତ୍ୟା, ମୃତଦେହ ପୋଡ଼ିଦେବା ଅଭିଯୋଗ by Proprietor Abhimanyu Maharana September 28, 2026 ଏମ୍ ଏମ୍ ଡି ଆର ସଂଶୋଧନ ବିରୋଧରେ ବିଜେଡିର ବିକ୍ଷୋଭ by Proprietor Abhimanyu Maharana September 28, 2026 କାଶୀନଗର ବ୍ଲକ କେ.ସିତପୁରରେ ଗ୍ରାମ ଠାରେ ମାଇ ଭାରତ ଗଜପତି ପକ୍ଷରୁ ଚିକିତ୍ସା ଶିବିର ଅନୁଷ୍ଠିତ by Proprietor Abhimanyu Maharana September 28, 2026 ଗଜପତି:ମହେନ୍ଦ୍ରଗିରିରେ ଅକ୍ଟୋବର ୧ରୁ ୪ ଯାଏଁ ୨୩ତମ ଜାତୀୟ ସ୍ତରୀୟ ମାଉଣ୍ଟେନ୍ ବାଇକ୍ ସାଇକ୍ଲିଂ ଚାମ୍ପିଅନ୍ସିପ୍ ଅନୁଷ୍ଠିତ ହେବ by Proprietor Abhimanyu Maharana September 28, 2026