Home ଓଡ଼ିଶା ଗତକାଲି ଦୁର୍ଘଟଣାକୁ ନେଇ ରାସ୍ତାରୋକ କଲେ ଗ୍ରାମବାସୀ by Proprietor Abhimanyu Maharana 6 months ago Share on FacebookShare on TwitterWhatsapp ବେଗୁନିଆ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଗଡମାଣିତିର ଗ୍ରାମବାସୀ ଗଡମାଣୀତିର ବିଟ ହାଉସ୍ ସମ୍ମୁଖରେ ଧାରଣା ଦେଇଛନ୍ତି । ଗତକାଲି ଗଡମାଣିତିର ଗ୍ରାମର ଜଣେ ଯୁବକ ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ଆଜି ଗ୍ରାମବାସୀ ମାନେ ବିଟ୍ ହାଉସ୍ ସମ୍ମୁଖରେ ଟାୟାର ଜାଳି ଧାରଣା ଦେବା ସହ ରାସ୍ତାରୋକ କରିଛନ୍ତି । ସୂଚନା ଅନୁଯାୟୀ ଗତ କାଲି ପରିଛଳ ବଜାର ନିକଟରେ ଗୋଟିଏ ଆଇଚର୍ ଗାଡ଼ି ଗଡମାଣିତିର ଗ୍ରାମର ଚନ୍ଦ୍ର ଶେଖର ବିଶ୍ଵାଳ ନାମକ ଜଣେ ଯୁବକକୁ ଧକ୍କା ଦେଇଥିଲା । ତେବେ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଉଙ୍କ୍ତ ଘଟଣାକୁ କେନ୍ଦ୍ରକରି ଯୁବକର ମୃତ ଶରୀରକୁ ଧରି କ୍ଷତି ପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ସରପଞ୍ଚଙ୍କ ସମେତ ଗ୍ରାମବାସୀ । ଖବର ପାଇ ବେଗୁନିଆ ଥାନା ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ , ତେବେ ସ୍ଥାନୀୟ ଲୋକ କିଛି ନ ଶୁଣିବାରୁ ଘଟଣାସ୍ଥଳରେ ପହଞ୍ଚିଥିଲେ ବେଗୁନିଆ ତହସିଲଦାର । ପରେ ଲୋକଙ୍କୁ ବୁଝାଶୁଝା ସହିତ ରେଡ୍ କ୍ରସ୍ ପାଣ୍ଠିରୁ ଦଶ ହଜାର ଟଙ୍କା ରାଶି ପ୍ରଦାନ କରିଥିଲେ । ଅନ୍ୟପଟେ ସ୍ଥାନୀୟ ସରପଞ୍ଚ ମଧ୍ୟ ଉକ୍ତ ପରିବାର ଲୋକଙ୍କୁ ଦଶ ହଜାର ଟଙ୍କା ପ୍ରଦାନ କରିଥିଲେ । ପରେ ରାସ୍ତା ରୋକ୍ ହଟିଥିଲା । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content Silk India’ exhibition begins at Hotel Prachi by Proprietor Abhimanyu Maharana August 14, 2026 ହୋଟେଲ ପ୍ରାଚୀରେ ‘ସିଲ୍କ ଇଣ୍ଡିଆ’ ପ୍ରଦର୍ଶନୀ ଆରମ୍ଭ by Proprietor Abhimanyu Maharana August 14, 2026 ବିରିଡି ବ୍ଲକ ରେ "ହର ଘର ତ୍ରିରଙ୍ଗା" ଶୋଭାଯାତ୍ରା by Proprietor Abhimanyu Maharana August 14, 2026 ନୟାଗଡ଼ରେ ଏବିଭିପି ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା by Proprietor Abhimanyu Maharana August 14, 2026 ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଗବେଷଣା ତଥା ପଢ଼ାପଢ଼ି ପାଇଁ ଶରୀର ଦାନ କଲେ ହରିଶ ପ୍ରଧାନ ଆଉ ତାଙ୍କ ସହଧର୍ମିଣୀ by Proprietor Abhimanyu Maharana August 14, 2026 ସାଇ ହେଲ୍ଥ କେୟାରର ମାଗଣା ସ୍ୱାସ୍ଥ୍ୟ ଶିବିର by Proprietor Abhimanyu Maharana August 14, 2026