Home ଓଡ଼ିଶା ଦୀର୍ଘ ୨୦ ବର୍ଷ ପରେ ଏକାଠି ହେଲେ ପୁରାତନ ଛାତ୍ରଛାତ୍ରୀ : ବରଡ଼ା ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟର ୨୦୦୬ ମାଟ୍ରିକ ବ୍ୟାଚ ର ବନ୍ଧୁ ମିଳନ by Proprietor Abhimanyu Maharana 6 months ago Share on FacebookShare on TwitterWhatsapp କନ୍ଧମାଳ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- କନ୍ଧମାଳ ଜିଲ୍ଲା ଲାଇନପଡା ନିକଟସ୍ଥ ବରଡ଼ା ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟର ୨୦୦୬ ମସିହା ମ୍ୟାଟ୍ରିକ ବ୍ୟାଚର ପୁରାତନ ଛାତ୍ରଛାତ୍ରୀ ଙ୍କ ଏକ ଭବ୍ୟ ବନ୍ଧୁମିଳନ କାର୍ଯ୍ୟକ୍ରମ ସାଲୁଙ୍କି ଡ୍ୟାମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୨୦ ବର୍ଷ ପରେ ଆୟୋଜିତ ଏହି ମିଳନୋତ୍ସବରେ ଶତାଧିକ ପୁରାତନ ଛାତ୍ର ଛାତ୍ରୀ ଯୋଗ ଦେଇ ନିଜ ନିଜର ସ୍ମୃତି ଚାରଣ କରିଥିଲେ। ପୂଜାର୍ଚ୍ଚନା ଏବଂ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଏହି ଅବସରରେ ପୂର୍ବତନ ଶିକ୍ଷକ ଏବଂ ଦେହାନ୍ତ ହୋଇଥିବା ସହପାଠୀଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଦୀର୍ଘ ଦିନ ପରେ ପରସ୍ପରକୁ ଭେଟି ଛାତ୍ରମାନେ ନିଜ ପିଲାଦିନର ସ୍ମୃତିକୁ ମନେ ପକାଇବା ସହ ଭାବର ଆଦାନ ପ୍ରଦାନ କରିଥିଲେ। ଏ ନେଇ ଆୟୋଜିତ ଆଲୋଚନା ସଭାରେ ଆସ୍ତିକ ମୁଖୀ, ଭାଗବତ ମୁଖୀ, ସୁନୀଲ ଦିଗାଲ, ରାମେଶ୍ୱର ନାୟକ, କଳ୍ପନା ଦିଗାଲ, ଧରିତ୍ରୀ ମୁଖୀ, ମଥୁରା ଗଣ୍ଡା, କମଳାକାନ୍ତ ଦିଗାଲ, ନିକୁଞ୍ଜ ମଳିକ, ବିରାଜ କହଁର, ଦୃଶିଲା କହଁର, ସାରଳା, ଆଶିଷ, ଶରତ, ପବିତ୍ର, ପ୍ରଦୀପ, ଋତୁନ ଏବଂ ଅନ୍ୟ ଛାତ୍ରଛାତ୍ରୀ ପ୍ରମୁଖ ସମସ୍ତ ପୁରାତନ ଛାତ୍ରଛାତ୍ରୀ ଙ୍କ ସହ ଯୋଗାଯୋଗ କରି ଏଭଳି କାର୍ଯ୍ୟକ୍ରମ ସମ୍ପାଦିତ କରିଥିବାରୁ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ଚଳିତବର୍ଷ ଭଳି ପ୍ରତିବର୍ଷ ପୁରାତନ ଛାତ୍ରଛାତ୍ରୀ ସଂଘ ପକ୍ଷରୁ ଏପରି ବନ୍ଧୁମିଳନ କାର୍ଯ୍ୟକ୍ରମ କରାଯିବା ସହ ଆସନ୍ତା ବର୍ଷ ଠାରୁ ଅନ୍ୟ ସମସ୍ତ ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ କରାଯିବା ପାଇଁ ସଭାରେ ବିଧିବଦ୍ଧ ପ୍ରସ୍ତାବ ଗୃହୀତ କରାଯାଇଥିଲା। ନିଜ ନିଜ ବୃତ୍ତିଗତ କାର୍ଯ୍ୟରେ ଉଲ୍ଲେଖନୀୟ ସଫଳତା ପାଇଁ ସଭାରେ ଉପସ୍ଥିତ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜଳମୟ ଭବିଷ୍ୟତ କାମନା କରାଯାଇଥିଲା। Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content Silk India’ exhibition begins at Hotel Prachi by Proprietor Abhimanyu Maharana August 14, 2026 ହୋଟେଲ ପ୍ରାଚୀରେ ‘ସିଲ୍କ ଇଣ୍ଡିଆ’ ପ୍ରଦର୍ଶନୀ ଆରମ୍ଭ by Proprietor Abhimanyu Maharana August 14, 2026 ବିରିଡି ବ୍ଲକ ରେ "ହର ଘର ତ୍ରିରଙ୍ଗା" ଶୋଭାଯାତ୍ରା by Proprietor Abhimanyu Maharana August 14, 2026 ନୟାଗଡ଼ରେ ଏବିଭିପି ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା by Proprietor Abhimanyu Maharana August 14, 2026 ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଗବେଷଣା ତଥା ପଢ଼ାପଢ଼ି ପାଇଁ ଶରୀର ଦାନ କଲେ ହରିଶ ପ୍ରଧାନ ଆଉ ତାଙ୍କ ସହଧର୍ମିଣୀ by Proprietor Abhimanyu Maharana August 14, 2026 ସାଇ ହେଲ୍ଥ କେୟାରର ମାଗଣା ସ୍ୱାସ୍ଥ୍ୟ ଶିବିର by Proprietor Abhimanyu Maharana August 14, 2026