Home ଅପରାଧ ମହିଳା ମାନଙ୍କୁ ଭିଡିଓ ଭାଇରାଲ ଭୟ ଦେଖାଇ ଠକ ଯୁବକ ୫ ମୋବାଇଲ ଜବତ ଓ ୩୪ ସିମକାର୍ଡ ଜବତ by Proprietor Abhimanyu Maharana 6 months ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ମହିଳା ମାନଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିଦେବ ଓ ପୋଲିସ ଇନ୍ସପେକ୍ଟର ପରିଚୟ ଦେଇ ଅନଲାଇନ ଏକ୍ସପର୍ଟ ଠକକୁ ପୁରୀ ସାଇବର ଥାନା ବୁଧବାର ଗିରଫ କରି କୋର୍ଟଚାଲାଣ କରିଛି । ଏହି ବ୍ଲାକମେଲ ଜଣକ ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ମୁଣ୍ଡାଣି ଗ୍ରାମର ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ୪୫ ବର୍ଷୀୟ ପୁତ୍ର ମାନସ ରଞ୍ଜନ ଜେନା । ୨୦୨୩ ମସିହାରେ ପିପିଲି ର ଇତିଶ୍ରୀଙ୍କ ଠାରୁ ୧ ଲକ୍ଷ ୩୪ ହଜାର ଟଙ୍କା ଧମକାଇ ଫୋନ ପେ ମାଧ୍ୟମରେ ନେଇଯାଇଥିଲା । ନିଜକୁ ଜଣେ ପୁରୀର ଇନ୍ସପେକ୍ଟର ବୋଲି ପରିଚୟ ଦେଇଥିଲା । ଇତିଶ୍ରୀଙ୍କୁ ଧମକ ଦେଇଥିଲେ ଯେ ତୁମେ ଯଦି ୨ଲକ୍ଷ ୭୦ହଜାର ଟଙ୍କା ନଦେବ ତେବେ ତୁମର ଅଶ୍ଳୀଳ ଭିଡିଓ ଭାଇରାଲ କରିଦେବି । ଇତିଶ୍ରୀ ଭୟରେ ତାଙ୍କୁ ଫୋନ ପେ ଟ୍ରାନ୍ସଫର କରିଥିଲେ । ଘଟଣା ସେପ୍ଟେମ୍ବର ୫/୨୦୨୩ ମସିହାରେ ଘଟିଥିଲା । ସେହି ମାସ ସେପ୍ଟେମ୍ବର ୧୪ ତାରିଖରେ ଇତିଶ୍ରୀ ସାଇବର ଥାନାରେ ଅଭିଯୋଗ କରିଥିଲେ । ଏ ସମ୍ପର୍କରେ ସାଇବର ଥାନାରେ ୧୬/୨୩ରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିଲା । ଏ ସମ୍ପର୍କରେ ପୋଲିସ କୁ କିଛି ସୁରାକ ମିଳିଥିଲା । ଯୁବକ ଜଣକ ମହିଳା ମାନଙ୍କୁ ଭୟ ଦେଖାଇ ଟଙ୍କା ଅନଲାଇନରେ ନେଇ ଯାଉଥିଲା । ପୂର୍ବରୁ ଜଣେ ମହିଳା ଏହି ଠକର ଶିକାର ହୋଇଥିଲେ । ତାକୁ ଭୟ ଦେଖାଇ ତା ନାମରେ ଏକ ବ୍ଯାଙ୍କ ଆକାଉଣ୍ଟ ଖୋଲିଥିଲା । ସେହି ବ୍ଯାଙ୍କ ଆକାଉଣ୍ଟକୁ ଇତିଶ୍ରୀଙ୍କ ଟଙ୍କା ଯାଇଥିଲା । ପୋଲିସ ସତର୍କତାର ସହ ତଦନ୍ତ କରି ଏହି ଠକ ଯୁବକକୁ ଧରିଥିଲେ । ଅଭିଯୁକ୍ତ ଠକ ଯୁବକଙ୍କ ଠାରୁ ୫ଟି ମୋବାଇଲ ଫୋନ, ୪ଟି ଏଟିଏମ କାର୍ଡ, ୧ଟି ବ୍ଯାଙ୍କ ପାସବୁକ, ୧ଟି ଚେକବୁକ୍ ଓ ୩୪ଟି ସିମକାର୍ଡ ପୋଲିସ ଜବତ କରିଛି । ଯୁବକ ଜଣକ ବି.ଟେକ୍ ପଢିଥିବାରୁ ଅନଲାଇନ ଠକେଇ କରିବା ଏକ୍ସପର୍ଟ ଥିଲା । ତା ନାମରେ ୭ ଟି ମାମଲା ରହିଛି । ବହୁଥର ମଧ୍ଯ ସେ ଜେଲ ଯାଇଛି । ତା ନାମରେ ବଲାଙ୍ଗୀର ସାଇବର ଥାନା, ଭୁବନେଶ୍ୱର ସାଇବର ଥାନା, ବାଲେଶ୍ବର ସାଇବର ଥାନାରେ ୩ଟି ମାମଲା ଓ ବ୍ରହ୍ମପୁର ସାଇବର ଥାନାରେ ୧ଟି ମାମଲା ଓ ଟମକା ଥାନାରେ ୧ଟି ମାମଲା ରହିଛି । ଯୁବକ ଜଣକ କେବଳ ମହିଳା ମାନଙ୍କୁ ଟାର୍ଗେଟ କରୁଥିଲା । ମହିଳା ମାନଙ୍କ ଅଶ୍ଳିଳ ଭିଡିଓ ନଥିଲେ ମଧ୍ଯ ସେ ଅଶ୍ଳୀଳ ଭିଡିଓ ଅଛି କହି ଧମକାଉ ଥିଲା । ପୋଲିସ ଇନ୍ସପେକ୍ଟର ବୋଲି କହୁଥିବା ବେଳେ ତାର କୌଣସି ପ୍ରମାଣ ପୋଲିସ ପାଇପାରି ନାହିଁ ବୋଲି ବୁଧବାର ଅପରାହ୍ନରେ ପୁରୀ ଏସପି ପ୍ରତୀକ ସିଂ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । Categories: ଅପରାଧ, ଓଡ଼ିଶା, ପୁରୀ, ହୋମ୍ Related Content Silk India’ exhibition begins at Hotel Prachi by Proprietor Abhimanyu Maharana August 14, 2026 ହୋଟେଲ ପ୍ରାଚୀରେ ‘ସିଲ୍କ ଇଣ୍ଡିଆ’ ପ୍ରଦର୍ଶନୀ ଆରମ୍ଭ by Proprietor Abhimanyu Maharana August 14, 2026 ବିରିଡି ବ୍ଲକ ରେ "ହର ଘର ତ୍ରିରଙ୍ଗା" ଶୋଭାଯାତ୍ରା by Proprietor Abhimanyu Maharana August 14, 2026 ନୟାଗଡ଼ରେ ଏବିଭିପି ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା by Proprietor Abhimanyu Maharana August 14, 2026 ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଗବେଷଣା ତଥା ପଢ଼ାପଢ଼ି ପାଇଁ ଶରୀର ଦାନ କଲେ ହରିଶ ପ୍ରଧାନ ଆଉ ତାଙ୍କ ସହଧର୍ମିଣୀ by Proprietor Abhimanyu Maharana August 14, 2026 ସାଇ ହେଲ୍ଥ କେୟାରର ମାଗଣା ସ୍ୱାସ୍ଥ୍ୟ ଶିବିର by Proprietor Abhimanyu Maharana August 14, 2026