ଭୁବନେଶ୍ଵର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଆମର ଦୀର୍ଘ ଦିନର ଦାବିକୁ ସ୍ବୀକାର କରି ଜାତୀୟ ସ୍ବାସ୍ଥ୍ୟ ମିଶନ ତଥା ରାଜ୍ୟ ସରକାରଙ୍କ ଅଧିନସ୍ଥ ଭ୍ରମ୍ୟମାଣ ସ୍ବାସ୍ଥ୍ୟ ଦଳ ର କାର୍ଯ୍ୟରତ ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତରମାନଙ୍କ ଦରମା ବୃଦ୍ଧି ପାଇଁ ଗୃହୀତ ଐତିହାସିକ ନିଷ୍ପତ୍ତି ନିମନ୍ତେ ଆମେ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ହୃଦୟରୁ ଅଭିନନ୍ଦନ ଓ କୃତଜ୍ଞତା ଜଣାଉଛୁ । ଏହା ସହିତ ସ୍ବାସ୍ଥ୍ୟ ମନ୍ତ୍ରୀ, ସ୍ବାସ୍ଥ୍ୟ ବିଭାଗୀୟ ସଚିବ, ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା, ଆୟୁଷ ନିର୍ଦ୍ଦେଶିକା, ଅର୍ଥ ବିଭାଗୀୟ ସଚିବ,ଆଇନ ବିଭାଗ ସଚିବ ଓ ଏ ସମ୍ପର୍କିତ ବ୍ୟକତିବିଶେଷଙ୍କୁ ଆୟୁଷ ଡାକ୍ତରଙ୍କ ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜଣାଉଛୁ । ଏହି ସିଦ୍ଧାନ୍ତ ଆମ ସମସ୍ତ ଆୟୁଷ ଡାକ୍ତରମାନଙ୍କ ମନରେ ନୂଆ ଆଶା, ସମ୍ମାନ ଓ ଉତ୍ସାହ ସୃଷ୍ଟି କରିଛି ।
