Home ଓଡ଼ିଶା ବୋଲଗଡ଼ ବିଡ଼ିଓଙ୍କ ବୋଲଗଡ଼ ବିଡ଼ିଓଙ୍କର ବଦଳି ଦାବୀରେ ପ୍ରତିବାଦ ଶୋଭାଯାତ୍ରା ଓ ବ୍ଲକ୍ ସମ୍ମୁଖରେ ଗଣ ଧାରଣା by Proprietor Abhimanyu Maharana 6 months ago Share on FacebookShare on TwitterWhatsapp ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବୋଲଗଡ ସରକାରୀ ବାମନ ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଥିବା ୭୭ତମ ସାଧାରଣତନ୍ତ୍ର ଦିବସରେ ବୋଲଗଡ଼ ବିଡ଼ିଓ ସୁମନ ସୁଦ୍ଧା କୁଣ୍ଡୁଙ୍କ ଅନୁପସ୍ଥିତି ଏବଂ ବ୍ଲକ ପ୍ରଶାସନ ପକ୍ଷରୁ ଅସହଯୋଗ ହୋଇଥିବାର ଅଭିଯୋଗ ହେଉଥିବା ସହିତ ସାଧାରଣରେ ଅସନ୍ତୋଷ ଦେଖୁବାକୁ ମିଳିଛି ! ଏଥି ନେଇ ବିଡ଼ିଓଙ୍କ ବିରୋଧରେ ବୋଲଗଡ଼ରେ ସ୍ଥାନୀୟ ଜନସାଧାରଣମାନେ ବିଡ଼ିଓଙ୍କ ନିଲମ୍ବନ ଓ ଦାବୀରେ ମଙ୍ଗଳ ବାରଦିନ ବିଶାଳ ଶୋଭାଯାତ୍ରାରେ ବାହାରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ସ୍ଥାନୀୟ ତହସିଲଦାରଙ୍କୁ ପ୍ରଦାନ କରିବା ସହ ପଞ୍ଚାୟତ ସମିତିର ସମସ୍ତ ଜିଲ୍ଲା ପରିଷଦ,ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ମିଳିତ ହୋଇ ଜିଲ୍ଲାପାଳଙ୍କୁ ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ !, ସେଥିରେ ଉଲ୍ଲେଖ ଥିଲା ଯେ ଯଦି ୯ଫେବୃଆରୀ ସୁଦ୍ଧା ଉପଯୁକ୍ତ ତଦନ୍ତ କରି ବିଡ଼ିଓଙ୍କ ବିରୋଧରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ତେବେ ବିରାଟ ପ୍ରତିବାଦ ଶୋଭାଯାତ୍ରା ସହ ବ୍ଲକ୍ ସମ୍ମୁଖରେ ଏକ ଗଣ ଧାରଣା ଦିଆଯିବ ! ବୋଲଗଡ ପଞ୍ଚାୟତ ସମିତିର ୧୯ଟି ଗ୍ରାମପଞ୍ଚାୟତର ଜନ ପ୍ରତିନିଧିଙ୍କ ସହ ଦଳଗତ ନିର୍ବିଶେଷରେ ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତା, ସଚେତନ ନାଗରିକ ଓ ହଜାର ହଜାର ଜନସାଧାରଣମାନେ ଯୋଗଦେଇ ଗୋପବନ୍ଧୁଙ୍କ ପ୍ରତିମୃତିରେ ମାଲ୍ୟାର୍ପଣ କରି ଏକ ବିରାଟ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ବୋଲଗଡର ସମ୍ମାନ, ସ୍ୱାଭିମାନ, ଅସ୍ମିତାକୁ କୁଠରାଘାତ କରି ବହୁବର୍ଷରୁ ଚାଲି ଆସୁଥିବା ଜନରାଜ୍ୟ ଦିବସରେ ସମ୍ମିଳିତ ପ୍ୟାରେଡ ବନ୍ଦ କରିବା ନିଜେ ବିଡ଼ିଓ ଅନୁପସ୍ଥିତ ରହିବା ସହ ପ୍ରଶାସନ ଅନୁପସ୍ଥିତ ରହିବା ବୋଲଗଡ ପାଇଁ ଏକ କଳାଦିବସ ବୋଲି କହି ସମସ୍ତ ନେତୃମଣ୍ଡଳୀ ବିଡ଼ିଓ ବିରୋଧରେ ନାରାବାଜି କରି ଶୋଭାଯାତ୍ରାରେ ପ୍ଲା କାର୍ଡ ଧାରୀ ବ୍ଲକ୍ ସମ୍ମୁଖରେ ଗଣଧାରଣାରେ ବସିଥିଲେ ।ଯେ ପର୍ଯ୍ୟନ୍ତ ସରକାର ବିଡ଼ିଓ ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନେଇଛନ୍ତି ସେ ପର୍ଯ୍ୟନ୍ତ ଏ ଗଣ ଧାରଣା ଜାରି ରହିବ ବୋଲି କହିଛନ୍ତି ।ବୋଲଗଡର ସମ୍ମାନ, ସ୍ୱାଭିମାନ, ଅସ୍ମିତା ଉଦ୍ଦେଶ୍ୟରେ ଏହାକୁ ସମର୍ଥନ କରି ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ଯୋଗଦେଇ ବୋଲଗଡ ଅଞ୍ଚଳ ବାସିଙ୍କ ସ୍ୱାଭିମାନ ମନମୁଖୀ ଶାସନ କରୁଥିବା ବିଡ଼ିଓଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜନ ସାଧାରଣ ଙ୍କ ତରଫରୁ ସରକାରଙ୍କୁ ନିବେଦନ କରିଛନ୍ତି । ଏହି ବିଶାଳ ପ୍ରତିବାଦ ଶୋ ଭାଯାତ୍ରାରେ ବୋଲଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷା ହୁଲ୍ଲାସ ପ୍ରଧାନ, ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ , ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ଛୋଟରାୟ, ସୁବାସ ଚନ୍ଦ୍ର ରାୟଗୁରୁ, ସୁନନ୍ଦିତା ସାହୁ, ବ୍ଲକ ବିଜେଡି ସଭାପତି ବାନାମ୍ୱର ମାଝି, ପୂର୍ବତନ ଜିଲ୍ଲା ପରିଷଦ ଅଶ୍ଵିନୀ ପଟ୍ଟନାୟକ,ଆଇନଜୀବୀ ବିର ଦାସ,ଆଇନଜୀବୀ ଗୌରୀ ଦେବୀଙ୍କ ସମେତ ବହୁ ସାମାଜିକ ଅନୁଷ୍ଠାନ ର କର୍ମକର୍ତ୍ତା , ବିଭିନ୍ନ ପଞ୍ଚାୟତ ର ୩୪ ରୁ ଉର୍ଦ୍ଧ ସରପଞ୍ଚ ,ସମିତି ସଭ୍ୟ/ ସଭ୍ୟା ଯୋଗଦେଇ ନିଜ ନିଜ ଅଭିଭାଷଣରେ ବିଡ଼ିଓ ବିରୋଧରେ ବର୍ଷିଥିଲେ ଓ ଏହି ଗଣ ଧାରଣା ଚାଲୁ ରହିବ ଯେ ପର୍ଯ୍ୟନ୍ତ ବିଡ଼ିଓଙ୍କ ବିରୋଧରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ବଦଳି କିମ୍ବା ନିଲମ୍ବିତ ନ କରିଛନ୍ତି ବୋଲି କହିଛନ୍ତି । ସେପଟେ ନିଜେ ବିଡିଓ ସୁମନ ସୁଦ୍ଧା କୁଣ୍ଡୁ କ୍ୟାମେରା ଆଗରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିବା ବେଳେ ତାଙ୍କର କୌଣସି ଭୁଲ ନାହିଁ । ସାଧାରଣତନ୍ତ୍ର ଦିବସ ଦିନ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଭଲ ନଥିଲା ବୋଲି ପ୍ରତିକ୍ରିୟା ରଖିଛନ୍ତି। ମାତ୍ର ଉକ୍ତ ଦିନ ବିଡିଓ ବ୍ଲକ କାର୍ଯ୍ୟାଳୟରେ ଉପସ୍ଥିତ ରହି ପତାକା ଉତ୍ତୋଳନ କରିଥିବା ଜନପ୍ରତିନିଧିମାନେ ଅଭିଯୋଗ ବାଢିଛନ୍ତି। ସେପଟେ ଜନପ୍ରତିନିଧି ମାନେ ଧାରଣାରେ ଅର୍ନିଦ୍ଦିଷ୍ଟ କାଳ ପାଇଁ ବସି ରହିବାର ଚେତାବନୀ ଦେଇଛନ୍ତି। ବୋଲଗଡ ଜନସାଧାରଣ ଓ ନିର୍ବାଚିତ ପ୍ରତିନିଧିଙ୍କ ପକ୍ଷରୁ ଚାଲିଥିବା ଏହି ଆନ୍ଦୋଳନକୁ ଭାଜପା ନେତା ଅଜିତ ପଟ୍ଟନାୟକ, ଭାଜପା ମଣ୍ଡଳ ସଭାପତି ଦିପକ ବିଶ୍ବାଳ ପ୍ରମୁଖ ସମର୍ଥନ ଜଣାଇଛନ୍ତି l Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content Silk India’ exhibition begins at Hotel Prachi by Proprietor Abhimanyu Maharana August 14, 2026 ହୋଟେଲ ପ୍ରାଚୀରେ ‘ସିଲ୍କ ଇଣ୍ଡିଆ’ ପ୍ରଦର୍ଶନୀ ଆରମ୍ଭ by Proprietor Abhimanyu Maharana August 14, 2026 ବିରିଡି ବ୍ଲକ ରେ "ହର ଘର ତ୍ରିରଙ୍ଗା" ଶୋଭାଯାତ୍ରା by Proprietor Abhimanyu Maharana August 14, 2026 ନୟାଗଡ଼ରେ ଏବିଭିପି ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା by Proprietor Abhimanyu Maharana August 14, 2026 ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଗବେଷଣା ତଥା ପଢ଼ାପଢ଼ି ପାଇଁ ଶରୀର ଦାନ କଲେ ହରିଶ ପ୍ରଧାନ ଆଉ ତାଙ୍କ ସହଧର୍ମିଣୀ by Proprietor Abhimanyu Maharana August 14, 2026 ସାଇ ହେଲ୍ଥ କେୟାରର ମାଗଣା ସ୍ୱାସ୍ଥ୍ୟ ଶିବିର by Proprietor Abhimanyu Maharana August 14, 2026