ଝରଣା ସାହିତ୍ୟ, ସଂସ୍କୃତି ଅନୁଷ୍ଠାନ ପକ୍ଷରୁ ରାଜ୍ଯସ୍ତରୀୟ ବସନ୍ତ ମହୋତ୍ସବ ପାଳନ

କଟକ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଝରଣା ସାହିତ୍ୟ ସଂସ୍କୃତି ଅନୁଷ୍ଠାନ କଟକ ମର୍କତ ନଗର ପକ୍ଷରୁ ଏକ ରାଜ୍ୟସ୍ତରୀୟ ବସନ୍ତ ମହୋତ୍ସବ ପାଳନ ଓ ପ୍ରତିଷ୍ଠାତା ପଣ୍ଡିତ ଦୁଲାଲ କୃଷ୍ଣ ପତି ବିଦ୍ୟାଭୂଷଣଙ୍କର ୭୫ ତମ ଜୟନ୍ତୀ ମହାସମାରୋହରେ ଅନୁଷ୍ଠାନର କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି ।

ନୀଳଚକ୍ରର ସଭାପତି ମୂରଲୀଧର ଶତପଥୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ବନ୍ଦେ ଉତ୍କଳ ମହାସଂଘର ରାଜ୍ୟ ସଂଯୋଜକ ନିବାସ ଚନ୍ଦ୍ର ମିଶ୍ର ଯୋଗ ଦେଇ ଏହାକୁ ସ୍ବାଗତ କରିଥିଲାବେଳେ ଏଥିରେ ଡା, ଦୀପକ ରାଜ ଯୋଗ ଦେଇ ପଣ୍ଡିତ ଜୀ ଙ୍କର ଦୀର୍ଘ ଜୀବନ କାମନା କରିଥିଲେ ।

ଏହି ଉତ୍ସବକୁ ଅଦ୍ୟିତ ପ୍ରଧାନ, ଅଦ୍ୟିତ ନାୟକ, ବିଜୟ ବେହେରା, କୈଳାସ ଚନ୍ଦ୍ର ବାରିକ, ଦାଶରଥି ସାହୁ, ରମେଶ ଚନ୍ଦ୍ର ଦାସ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଭାଗ୍ୟରବି ପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version