Home ଓଡ଼ିଶା ସରକାରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବିଛୁବାହଲି ର ବାର୍ଷିକ ଉତ୍ସବ by Proprietor Abhimanyu Maharana 6 months ago Share on FacebookShare on TwitterWhatsapp ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ ଅଧୀନ ବିଛୁବାହାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଘନଶ୍ୟାମ ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଅଛି l ଏହି ଉତ୍ସବ ରେ ସଲଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଥବିର ଛତ୍ରିଆ ମୁଖ୍ୟ ଅତିଥି, ଅନ୍ୟମାନଙ୍କ ମଧ୍ୟରେ ଲଥାକେନ୍ଦ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରିୟ ଦର୍ଶନ ବେହେରା, ଫୁଲକାନି ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପଦଭ ମାଝୀ, ଭିରିକା ପଡ଼ା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବୁଡୁ ବାଗ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ l ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଭୋଦେବ ମହାନନ୍ଦ, ରୁକବଲ ପୁଟେଲ, ସଭ୍ୟ ବିଶ୍ବମ୍ବର ପୁଟେଲ, ତୁଲାରାମ ମାଝୀ ଓ ସଭ୍ୟା କ୍ଷିରବତି ପୁଟେଲ ସକ୍ରିୟ ଅଂଶଗ୍ରହଣ କରିଥିଲେ l ସମସ୍ତ ଅତିଥି ପ୍ରାଥମିକ ଶିକ୍ଷା ହିଁ ଯେ କୌଣସି ଛାତ୍ର ଛାତ୍ରୀ ଙ୍କ ର ମେରୁଦଣ୍ଡ ବୋଲି ମତ ପ୍ରକାଶ କରିଥିଲେ l ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ଙ୍କୁ ଅତିଥି ମାନେ ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ମାନିତ କରିଥିଲେ l ବିଦ୍ୟାଳୟ ର ଶିକ୍ଷକ ଜ୍ୟୋତିର୍ମୟ ନାଗ, ପାହାଁନ୍ତ କୁମ୍ଭାର, ଶିକ୍ଷୟୀତ୍ରୀ ଗୋଦାବରୀ ମାଝୀ, ମଧୁମିତା ବାବୁ, ସଂଯୁକ୍ତା କିସାନ ସହଯୋଗ କରିଥିଲେ l ପରେ ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା l Categories: ଓଡ଼ିଶା, ବଲାଙ୍ଗିର, ହୋମ୍ Related Content Silk India’ exhibition begins at Hotel Prachi by Proprietor Abhimanyu Maharana August 14, 2026 ହୋଟେଲ ପ୍ରାଚୀରେ ‘ସିଲ୍କ ଇଣ୍ଡିଆ’ ପ୍ରଦର୍ଶନୀ ଆରମ୍ଭ by Proprietor Abhimanyu Maharana August 14, 2026 ବିରିଡି ବ୍ଲକ ରେ "ହର ଘର ତ୍ରିରଙ୍ଗା" ଶୋଭାଯାତ୍ରା by Proprietor Abhimanyu Maharana August 14, 2026 ନୟାଗଡ଼ରେ ଏବିଭିପି ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା by Proprietor Abhimanyu Maharana August 14, 2026 ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଗବେଷଣା ତଥା ପଢ଼ାପଢ଼ି ପାଇଁ ଶରୀର ଦାନ କଲେ ହରିଶ ପ୍ରଧାନ ଆଉ ତାଙ୍କ ସହଧର୍ମିଣୀ by Proprietor Abhimanyu Maharana August 14, 2026 ସାଇ ହେଲ୍ଥ କେୟାରର ମାଗଣା ସ୍ୱାସ୍ଥ୍ୟ ଶିବିର by Proprietor Abhimanyu Maharana August 14, 2026