ସମୁଦ୍ରକୂଳେ ହଜାର ହଜାର ଜୀବନ୍ତ ଶାମୁକା ଆଗକୁ ବିପଦ ଆଶଙ୍କା

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ପୁରୀ ସମୁଦ୍ରକୂଳରେ ହଜାର ହଜାର ସଂଖ୍ୟକ ଜୀବନ୍ତ ଶାମୁକା ସାଲୁବାଲୁ ହେଉଥିବା ଦେଖିବାକୁ ମିଳୁଛି । ହଠାତ ଏତେ ସଂଖ୍ୟକ ଶାମୁକା ଦେଖାଯିବା ପଛରେ ଅନେକ ରହସ୍ଯ ରହିଥିବା ପ୍ରକୃତିପ୍ରେମୀ ଆଶଙ୍କା କରୁଛନ୍ତି । ଶଙ୍ଖକ୍ଷେତ୍ରରେ ଏହି ଜୀବନ୍ତ ଶଙ୍ଖ ଶାମୁକା ଆସୁଥିବାରୁ ଏହା ଶଙ୍ଖକ୍ଷେତ୍ର ପ୍ରତି ବିପଦ ଆଶଙ୍କା ରହିଥିବା ପରିବେଶବିତ ମାନେ ଆଶଙ୍କା କରୁଛନ୍ତି ।

ସମୁଦ୍ରରେ କୌଣସି ଆଗ୍ନେୟଗିରି ସୁନାମୀ ରୂପ ଦେବା ଆଶଙ୍କା ରହିଥିଲେ ଶାମୁକା ମାନେ ତାହା ଜାଣିପାରି କୂଳକୁ ଆସୁଥିବା ପର୍ଯ୍ୟଟକ ମାନେ ଆଲୋଚନା କରୁଛନ୍ତି । ଏହି ଶାମୁକା ମାନେ ସଂଧ୍ଯା ସମୟରେ କୂଳକୁ ଆସୁଥିବା ବେଳେ ସକାଳର ସୂର୍ଯ୍ଯ କିରଣ ପଡିବା ପରେ ସମୁଦ୍ର ଭିତରକୁ ଫେରି ଯାଉଥିବା ଦେଖିବାକୁ ମିଳିଛି ।

ବହୁବର୍ଷ ପୂର୍ବେ ଏମିତି ଶାମୁକା ସମୁଦ୍ରକୂଳେ ଲାଗି ସିପ ହୋଇ ହେଉଥିଲା । ସରୁବାଲିରେ ସିପ ରହୁଥିବାରୁ ସିପସରୁବାଲି ନାମ ସୃଷ୍ଟି ହୋଇଥିଲା । ତେବେ ଏ ସମ୍ପର୍କରେ ବୈଜ୍ଞାନିକ, ପରିବେଶବିତ, ଭୂତତ୍ଵବିଦ ଗବେଷଣା କରିବା ଆବଶ୍ୟକ ରହିଛି ବୋଲି ମତପ୍ରକାଶ ପାଉଛି ।

Exit mobile version