Home ଓଡ଼ିଶା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଦୁଇ ଦିନିଆ କ୍ଷମତା ନିର୍ମାଣ ଓ ନେତୃତ୍ୱ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ by Proprietor Abhimanyu Maharana 8 months ago Share on FacebookShare on TwitterWhatsapp ଭୁବନେଶ୍ଵର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- “ଦୃଷ୍ଟିହୀନ ଓ ଅଳ୍ପଦୃଷ୍ଟି ସମ୍ପନ୍ନ ବ୍ୟକ୍ତିମାନଙ୍କ ପାଇଁ କ୍ଷମତା ନିର୍ମାଣ ଓ ନେତୃତ୍ୱ” ବିଷୟରେ ଏକ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରରେ ସଫଳତାର ସହିତ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ବ୍ଲାଇଣ୍ଡ ପିପଲ୍ସ ଆସୋସିଏସନ୍ (BPA) ଦ୍ୱାରା ରେଭେନ୍ଶା ବିନ୍ନକ୍ଷମ ଛାତ୍ର ସଂଘ ଓ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସହଯୋଗରେ ଆୟୋଜିତ ହୋଇଥିଲା । ଏହାକୁ ସାମାଜିକ ସୁରକ୍ଷା ଓ ଦିବ୍ୟାଙ୍ଗଜନ ସଶକ୍ତିକରଣ ବିଭାଗ (SSEPD), ଓଡ଼ିଶା ସରକାରଙ୍କ ସମର୍ଥନ ମିଳିଥିଲା । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ଦୃଷ୍ଟିବାଧିତ ବ୍ୟକ୍ତିମାନଙ୍କୁ ଜ୍ଞାନ, ଦକ୍ଷତା ଓ ନେତୃତ୍ୱ ବିକାଶ ମାଧ୍ୟମରେ ସଶକ୍ତ କରିବା । କାର୍ଯ୍ୟକ୍ରମରେ ବ୍ଲାଇଣ୍ଡ ପିପଲ୍ସ ଆସୋସିଏସନ୍ (BPA)ର ବିଶିଷ୍ଟ ସମ୍ପଦ ବ୍ୟକ୍ତିମାନେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସତ୍ର ଗ୍ରହଣ କରିଥିଲେ। ଡ଼. ଭୂଷଣ ପୁନାନୀ ଦିବ୍ୟାଙ୍ଗଜନ ଅଧିକାର ଆଇନ–2016 ଉପରେ ଆଲୋଚନା କରି ଦିବ୍ୟାଙ୍ଗଜନଙ୍କ ଆଇନଗତ ଅଧିକାର ଓ ସୁବିଧା ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ । ଡ଼. ଭାରତକୁମାର ଜୋଶୀ ସମୟ ପରିଚାଳନା ଓ କ୍ୟାମ୍ପସ୍ ଠାରୁ କର୍ପୋରେଟ୍ ପର୍ଯ୍ୟନ୍ତ ଆବଶ୍ୟକ ଦକ୍ଷତା ବିଷୟରେ ଆଲୋଚନା କରିଥିଲେ, ଯେତେବେଳେ ଡ଼.ଧର୍ମେନ୍ଦ୍ର ଜେନା ପ୍ରଭାବଶାଳୀ ସଂଯୋଗ କୌଶଳ ଉପରେ ଏକ ଇଣ୍ଟର୍ଏକ୍ଟିଭ୍ ସତ୍ର ପରିଚାଳନା କରିଥିଲେ । ଭାରତୀୟ ରେଡ୍ କ୍ରସ୍ ସୋସାଇଟି, ଓଡ଼ିଶାର ମାଷ୍ଟର୍ ଟ୍ରେନର ଡ଼. ବିକାଶ ପ୍ରସାଦ ଦ୍ୱାରା ପ୍ରାଥମିକ ଚିକିତ୍ସା (First Aid) ପ୍ରଶିକ୍ଷଣ ସତ୍ର ଆୟୋଜିତ ହୋଇଥିଲା, ଯାହାକୁ ଚାଇଲ୍ଡ ଏଣ୍ଡ ଉମେନ୍ ଡେଭେଲପମେଣ୍ଟ ସୋସାଇଟି (CWDS) ସମନ୍ୱୟ କରିଥିଲା। କାର୍ଯ୍ୟକ୍ରମ ପାଇଁ ସ୍ଥଳ ଉପଲବ୍ଧ କରାଇଥିବାରୁ ରାମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ମାନ୍ୟନୀୟ କୁଳପତି ଡ଼. ଚଣ୍ଡୀ ଚରଣ ରଥଙ୍କୁ ବିଶେଷ ଧନ୍ୟବାଦ ଜଣାଯାଇଥିଲା। କାର୍ଯ୍ୟକ୍ରମଟି ଶ୍ରୀ ସନ୍ୟାସାଇ ବେହେରା, ଉପ ସଚିବ, SSEPD ବିଭାଗ ଓ ମେଜର୍ ଡ଼. କଳ୍ପନା ଦାସ, ଅଧ୍ୟକ୍ଷ, CWDSଙ୍କ ଦ୍ୱାରା ସମନ୍ୱୟିତ ହୋଇଥିଲା । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଦୃଷ୍ଟିହୀନ ଓ ଅଳ୍ପଦୃଷ୍ଟି ସମ୍ପନ୍ନ ବ୍ୟକ୍ତିମାନଙ୍କ ମଧ୍ୟରେ ନେତୃତ୍ୱ କ୍ଷମତା, ଆତ୍ମବିଶ୍ୱାସ ଓ ରୋଜଗାରମୁଖୀ ଦକ୍ଷତା ବିକାଶ ପାଇଁ ଏକ ଅର୍ଥପୂର୍ଣ୍ଣ ପଦକ୍ଷେପ ରୂପେ ପରିଗଣିତ ହୋଇଛି । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ରାଜ୍ୟ ସ୍ତରୀୟ ‘ଆଙ୍ଗନ୍ କା ଉତ୍ସବ’ ଓ ୯ମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଉତ୍ସବରେ ଯୋଗଦେଲେ - ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 30, 2026 ଶ୍ରୀ ଲକ୍ଷ୍ମୀଧର ବିଶୋଇଙ୍କ ପରଲୋକରେ ସାରା କୁମ୍ଭାରପଡ଼ାରେ ଶୋକର ଛାୟା by Proprietor Abhimanyu Maharana September 29, 2026 ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026