ଦୁଇ ପୁଅ, ବୋହୂ ଙ୍କ ନିର୍ଯାତନା ଅସହ୍ୟ ହେବାରୁ ସୁବର୍ଣ୍ଣ ଦେଇଙ୍କୁ ସମର୍ପଣ, ବୃଦ୍ଧlଶ୍ରମ ରେ ପୁନଃ ଥଇଥାନ

 ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :-  ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ, ଅଞ୍ଜଳି ମଛଖଣ୍ଡ ଙ୍କ ନିର୍ଦେଶରେ ଅଧିକାର ମିତ୍ର ,ପ୍ରଫୁଲ୍ଲ କୁମାର ବେହେରା ଙ୍କ ତତ୍ୱlବଧାନରେ ପ୍ରତାପ ପ୍ରସାଦ ନିବାସୀ ସୁବର୍ଣ୍ଣ ଦେଇ ଙ୍କୁ ଲେଖନ ପୁର ସ୍ଥିତ ‘ସମର୍ପଣ ‘ ବୃଦ୍ଧା ଶ୍ରମ ରେ ପୁନଃ ଥଇଥାନ କରାଯାଇଛି l ସୁବର୍ଣ୍ଣ ଦେଇ ଙ୍କ ସ୍ଵାମୀଙ୍କ ଦେହାନ୍ତ ପରେ ତାଙ୍କର ଦୁଇ ପୁଅ, ବୋହୂ ତାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା l ଏଥିରେ ସେ ଅତିଷ୍ଠ ହୋଇ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଙ୍କ ଦ୍ବାରସ୍ଥ ହୋଇ ଥିଲେ l

ଏହାପରେ ସଚିବ ଶ୍ରୀମତୀ ମଛ ଖଣ୍ଡ ଙ୍କ ନିର୍ଦ୍ଦଶ ରେ ଥଇ ଥାନ କାର୍ଯକ୍ରମ ଆରମ୍ଭ ହୋଇଥିଲା l ପ୍ରକାଶ ଥାଉକି, ଏକ ବର୍ଷ ତଳେ ଏହି ସୁବର୍ଣ୍ଣ ମାଉସୀ ଙ୍କୁ ବୃଦ୍ଧା ଶ୍ରମ ରେ ମଧ୍ୟ ଆଇନ୍ ସେବା ପ୍ରାଧିକରଣ ତରଫ ରୁ ଥଇ ଥାନ କରା ଯାଇ ତାଙ୍କ ପରିବାରକୁ ବୁଝାସୁଝା କରି ହସ୍ତାନ୍ତର କରା ଯାଇଥିଲା l ସେମାନେ ନିଜ ନିଜର ଭୂଲ୍ ବୁଝି ପାରି ମା ‘ ଆପଣେଇ ନେଇଥିଲେ । କିନ୍ତୁ , କିଛି ଦିନ ପାଖରେ ରଖି ଲା ପରେ ପୁନଃ ନିର୍ଯାତନା ଆରମ୍ଭ କରି ଦେଇଥିଲେ ।

ସୁବର୍ଣ୍ଣ ମାଉସୀ ଙ୍କ ଠାରୁ ସମସ୍ତ ଘଟଣା ବୁଝି ସଚିବ ସମର୍ପଣ ର ସଭାପତି, ଅରୁଣ କୁମାର ମହାନ୍ତି ଙ୍କ ସହିତ ଯୋଗାଯୋଗ କରି ଅଧିକାର ମିତ୍ର, ପ୍ରଫୁଲ୍ଲ କୁମାର ବେହେରା ଙ୍କ ତତ୍ୱlବଧାନରେ ସମର୍ପଣ ଦାୟିତ୍ବ ଥିବା କର୍ମୀ ସିତlରlମଙ୍କୁ ସାକ୍ଷ୍ୟ। ତ କରି ପଞ୍ଜି କରନ୍ କରିବା ପରେ ସୁବର୍ଣ୍ଣ ମାଉସୀ ଙ୍କୁ ପୁନଃ ଥଇଥାନ କରାଯାଇଛି। ଆଇନ୍ ସେବା ପ୍ରାଧିକରଣ ର ସଚିବ ଏବଂ ଅଧିକାର ମିତ୍ର ଙ୍କ ତ୍ୱରିତ ଏପରି ପଦକ୍ଷେପ କୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

Exit mobile version