ଜଳେଶ୍ୱର ଥାନା ସାମ୍ନାରେ କିନ୍ନରଙ୍କ ହୋହାଲ୍ଲା – ମୟୁରଭଞ୍ଜ

ଓଡ଼ିଶା ତାଜା ନ୍ୟୁଜ (୨୩ ସେପ୍ଟେମ୍ବର,ବୁଧବାର) ମୟୁରଭଞ୍ଜ :–  ରାସ୍ତାରେ କିନ୍ନରମାନଙ୍କ ଉନ୍ମତକାଣ୍ଡ। ବିନା ହେଲ୍‌ମେଟରେ ସ୍କୁଟି ଚଳାଇ ଯିବା ସମୟରେ ଜଣେ କିନ୍ନରଙ୍କୁ ପୋଲିସ୍‌ ଅଟକାଇଥିଲା । ଗାଡି ଚଳାଇବା ବେଳେ ହେଲ୍‌ମେଟ‌ କାହିଁକି ବ୍ୟବହାର କରୁ ନାହାନ୍ତି ବୋଲି ପୋଲିସ୍‌ ତାଙ୍କୁ ପଚାରିଥିଲା । ଏହି କଥାକୁ ନେଇ କିନ୍ନର ଏବଂ ପୁଲିସ୍ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । କିନ୍ନର ଜଣଙ୍କୁ ପୁଲିସ୍‌ ଆଙ୍ଗୁଳି ଦେଖାଇ ଗାଳି ଗୁଲଜ କରିଥିବା ଅଭିଯୋଗ ହୋଇଛି ।

ଏହି ଘଟଣାକୁ କେନ୍ଦ୍ରକରି କିନ୍ନରମାନେ ଏକତ୍ରିତ ହୋଇ ଥାନା ସାମ୍ନାରେ ହୋହାଲ୍ଲା କରିଥିଲେ। ପୁଲିସ୍‌ ଏବଂ ସ୍ଥାନୀୟ ଲୋକ କିନ୍ନରମାନଙ୍କୁ ବୁଝାସୁଝା କରିବା ପରେ ଥାନା ସାମ୍ନାରୁ ସେମାନେ ହଟିଥିଲେ । ଅନ୍ୟପଟେ କିନ୍ନରମାନେ କହିଛନ୍ତି ଯେ, ଆମେ ଭିକ୍ଷାବୃତ୍ତି କରି ପେଟ ପୋଷୁଛୁ, ହେଲ୍‌ମେଟ କିଣିବା ଲାଗି ଆମ ପାଖରେ ଟଙ୍କା ନାହିଁ ।ଦୀପ୍ତିମାନ ପତି /ବାଲେଶ୍ୱର )

Exit mobile version