ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ନିକଟସ୍ଥ ବେତାଗୁଡ଼ା ସରକାରୀ ମହିଳା ସ୍ଵସ୍ଥ୍ୟ କର୍ମୀ ତାଲିମ କେନ୍ଦ୍ର ଠାରେ କ୍ୟାନ୍ସର ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏକ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଛି।ଏହି କାର୍ଯ୍ୟକ୍ରମରେ ସଂସ୍ଥାର ଅଧକ୍ଷା ଙ୍କ ଶ୍ରୀମତୀ ପ୍ରତିଭା କୁମାରୀ ନାୟକଙ୍କ ସହ ଶ୍ରୀମତୀ ସଙ୍ଗୀତାରାଣୀ ମହାପାତ୍ର, ଶ୍ରୀମତୀ ତୃପ୍ତିମୟୀ ନନ୍ଦା ଓ ଶ୍ରୀ ବଳରାମ ମୋହାଙ୍କୁଡ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

