ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବ୍ରହ୍ମପୁର ସ୍ଥିତ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ କ୍ରାନ୍ତି ଓ କେ ସି ହାଇସ୍କୁଲ ଇଂରାଜୀ ମିଡ଼ିୟମର ମିଳିତ ସହଯୋଗରେ ୦୮ ତାରିଖ ରବିବାର ଦିନ ଗୋଷାଣୀନୂଆଗାଁ ସ୍ଥିତ କେ ସି ହାଇସ୍କୁଲ ଇଂରାଜୀ ମିଡ଼ିୟମ ପରିସରରେ ମାଗଣା କର୍କଟ ନିରୂପଣ ଓ ସ୍ଵାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଟିତ ହୋଇ ଯାଇଛି । ଏହି ସଚେତନତା ଶିବିରକୁ କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ ଦେବାନନ୍ଦ ଦାଶ ପରିଚାଳନା କରିଥିବା ବେଳେ ଭୁବନେଶ୍ୱର ସ୍ଥିତ ଉତ୍କଳ ହସପିଟାଲ ର କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ଦିଲିପ କର,
ଆୟୁର୍ବେଦ ବିଶାରଦ ଡାକ୍ତର ସୁରଜିତ ପାଣିଗ୍ରାହୀ , ସିତଲାପଲ୍ଲି ସ୍ଥିତ ସମ୍ ହସପିଟାଲ ହେମାଟୋଲଜୀ ବିଶେଷଜ୍ଞ ଡାକ୍ତର ଅସ୍ରତ ବାନୋ, ବ୍ରହ୍ମପୁର ନଗର ଚିକିତ୍ସାଳୟ ର ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଆସ୍ଥା, ଦନ୍ତ ରୋଗ ବିଶେଷଜ୍ଞ ଡାକ୍ତର ସମୀର ରଞ୍ଜନ ପଣ୍ଡା ଓ ରୁବି ଚକ୍ଷୁ ଚିକିତ୍ସାଳୟ ଓ ଲାସିକ ସେଣ୍ଟର ର ଟିମ୍ ପ୍ରମୂଖ ଯୋଗଦେଇ ଚିକିତ୍ସା କରିବା ସହ ଉପଯୁକ୍ତ ପରାମର୍ଶ ଦେଇଥିଲେ। ଆଜିର ସଚେତନତା ଶିବିରରେ ୨୮୧ ଜଣ ରୋଗୀଙ୍କୁ ପରୀକ୍ଷା କରାଯିବା ସହ ମାଗଣାରେ ଔଷଧ ବିତରଣ କରାଯାଇଥିଲା।
