Home ଓଡ଼ିଶା ଜଙ୍ଗଲି ବାରହା ଆକ୍ରମଣରେ ଦମକଳ ବାହିନୀର ଜଣେ ସଦସ୍ୟ ଗୁରୁତର by Proprietor Abhimanyu Maharana 6 months ago Share on FacebookShare on TwitterWhatsapp ଚାନ୍ଦପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଖାଦ୍ୟ ଅଭାବରୁ ସହର ଓ ଗାଁ ମୁଖା ହେଉଛନ୍ତି ଜଙ୍ଗଲି ଜନ୍ତୁ। ନୟାଗଡ ଜିଲ୍ଲା ଖୋର୍ଦ୍ଧା ବନଖଣ୍ଡ ଅନ୍ତର୍ଗତ ରଣପୁର ବନବିଭାଗ ଅଧିନସ୍ଥ ଚାନ୍ଦପୁର ଅରୁଣ କ୍ଳଥ ଷ୍ଟୋରର ଖୋଲିବା ସମୟରେ ଏକ ଜଙ୍ଗଲି ବାରହା ଦୋକାନରେ ପ୍ରବେଶ କରିଥିଲା । ବାରହାକୁ ଦେଖି ସ୍ଥାନୀୟ ଲୋକମାନଙ୍କର ଦୋକାନ ଆଗରେ ପ୍ରବଳ ଭିଡ଼ ଜମି ଥିଲା । ଦୋକାନ ବନ୍ଦ କରି ଲୋକମାନେ ବନ ବିଭାଗକୁ ଖବର ଦେଇ ଥିଲେ। ଡ୍ରେସ ଦୋକାନ ଭିତରୁ ବାରହାକୁ ଧରିବାକୁ ଯାଇଥିବା ବେଳେ ଟାଙ୍ଗୀ ଦମକଳ ବାହିନୀର ଜଣେ ସଦସ୍ୟଙ୍କ ହାତକୁ ବାରହା ଆକ୍ରମଣ କରିଥିଲା । ଭୟଭୀତ ହୋଇ ସେଠାରୁ ବାରହା ଖସି ଯାଇ ହୋଟେଲ ତୃପ୍ତି ପାଖରେ ଥିବା ଫଳ ଦୋକାନରେ ପଶିଯାଇଥିଲା। ବନ ବିଭାଗ ବାରହାକୁ ଦଉଡି ଫାସରେ ଧରିବାକୁ ଚେଷ୍ଟା ଜାରି ରଖି ଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content Silk India’ exhibition begins at Hotel Prachi by Proprietor Abhimanyu Maharana August 14, 2026 ହୋଟେଲ ପ୍ରାଚୀରେ ‘ସିଲ୍କ ଇଣ୍ଡିଆ’ ପ୍ରଦର୍ଶନୀ ଆରମ୍ଭ by Proprietor Abhimanyu Maharana August 14, 2026 ବିରିଡି ବ୍ଲକ ରେ "ହର ଘର ତ୍ରିରଙ୍ଗା" ଶୋଭାଯାତ୍ରା by Proprietor Abhimanyu Maharana August 14, 2026 ନୟାଗଡ଼ରେ ଏବିଭିପି ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା by Proprietor Abhimanyu Maharana August 14, 2026 ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଗବେଷଣା ତଥା ପଢ଼ାପଢ଼ି ପାଇଁ ଶରୀର ଦାନ କଲେ ହରିଶ ପ୍ରଧାନ ଆଉ ତାଙ୍କ ସହଧର୍ମିଣୀ by Proprietor Abhimanyu Maharana August 14, 2026 ସାଇ ହେଲ୍ଥ କେୟାରର ମାଗଣା ସ୍ୱାସ୍ଥ୍ୟ ଶିବିର by Proprietor Abhimanyu Maharana August 14, 2026