କଳସ ଶୋଭାଯାତ୍ରାରେ ନାରୀ ନେତ୍ରୀ ଇରାନୀ ରାୟ ଯୋଗଦେଇଥିଲେ

ନୟାଗଡ ଜିଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ତୁଳସିପୁର ସାଇବାବାଙ୍କ ମନ୍ଦିରର ପ୍ରତିଷ୍ଠା ବାର୍ଷିକ ଉତ୍ସବ ଆରମ୍ଭ ହୋଇଛି । ଏଥିପାଇଁ ଶନିବାର ଅଙ୍କୁରାରୋପଣ କରାଯାଇଥିବାବେଳେ ରବିବାର କଳସ ଶୋଭାଯାତ୍ରା କରିଯାଇଥିଲା । ହାଟଦ୍ବାର ନିକଟ ଡାହୁକା ନଦୀରୁ ଦେଢଶହରୁ ଅଧିକ ମହିଳା ପୁରୁଷ କଳସ ଶୋଭାଯାତ୍ରାରେ ସାମିଲ୍ ହୋଇଥିଲେ । ସଂକୀର୍ତ୍ତନ, ଢୋଲ , ଖଞ୍ଜଣୀରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।

ବ୍ରାହ୍ମଣଙ୍କ ଦ୍ବାରା ଆଜି ଯଜ୍ଞ ଆରମ୍ଭ କରାଯାଇଥିବାବେଳେ ସୋମବାର ପୂର୍ଣ୍ଣାହୁତି ହେବ । ଯଜ୍ଞରେ କିଶୋର ଚନ୍ଦ୍ର ସାହୁ ଏବଂ ତାଙ୍କ ପତ୍ନୀ ଶାରଦା ସାହୁ କର୍ତ୍ତା ହୋଇଛନ୍ତି । ସମସ୍ତ କାର୍ଯ୍ଯକ୍ରମରେ ଶ୍ରୀକାନ୍ତ ଖଟେଇ , ବୈଦ୍ଯ ଭୂଷଣ ମହାପାତ୍ର , ପ୍ରଦୀପ ସାହୁ , ଶିବପ୍ରସାଦ ପ୍ରଧାନ , ସତ୍ଯବ୍ରତ ଦାସ ,

ବିମଳେନ୍ଦୁ ପଟ୍ଟନାୟକଙ୍କ ସମେତ ମନ୍ଦିରର ସଦସ୍ଯ ମାନେ ସହଯୋଗ କରିଥିଲେ । ସୋମବାର ଯଜ୍ଞ ପୂର୍ଣ୍ଣାହୁତି ସହ ପ୍ରସାଦସେବନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ଯବସ୍ଥା କରାଯାଇଛି । ସୋମବାର ଭକ୍ତମାନେ ବହୁସଂଖ୍ଯାରେ ଯୋଗଦେଇ ପ୍ରସାଦସେବନ ସହ ବାବାଙ୍କ କୃପାଲାଭ କରିବା ପାଇଁ ମନ୍ଦିର କମିଟି ପକ୍ଷରୁ ଅନୁରୋଧ କରାଯାଇଛି ।

Exit mobile version