ନୟାଗଡ଼ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଡାହାଣୀ ପ୍ରଥା ବିରୋଧୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ

ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ନୟାଗଡ଼ ଜିଲ୍ଲା ପ୍ରଶାସନ (ଜିଲ୍ଲା ସମାଜ ମଙ୍ଗଳ ବିଭାଗ) ପକ୍ଷରୁ ଆଜି ଏକ ଜିଲ୍ଲାସ୍ତରୀୟ ଡାହାଣୀ ପ୍ରଥା (Witch-Hunting) ବିରୋଧୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମାନନୀୟl ଜିଲ୍ଲାପାଳ , ନୟାଗଡ଼,ମଧୁମିତା ରଥ ଅଧ୍ୟକ୍ଷତା କରିଥିବା ବେଳେ, ଅତିରିକ୍ତ ଜିଲ୍ଲାପାଳ,(ପ୍ରଶାସନ)ରୋଜିନା ଦାସ, ଡିଏସପି,

ନିହାର ରଞ୍ଜନ ମହାନ୍ତି, ଡିଏସଡଵ୍ଲ୍ୟୁଓ, ପୁଷ୍ପ ଲତା ପାତ୍ର,ଡିଆଇପିଆରଓ, ଜ୍ୟୋତ୍ସ୍ନା ମୟୀ ଆଚାର୍ଯ୍ୟ, ଏବଂ ଅତିରିକ୍ତ ଶିକ୍ଷାଧିକାରୀ, ଗିତାଞ୍ଜଳୀ ସାହୁ ଯୋଗଦେଇ ଥିଲେ । ଜିଲ୍ଲା ସଂଯୋଜକ, ମହିଳା ସଶକ୍ତିକରଣ ବିଭାଗ ସୋମ୍ୟରଞ୍ଜନ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ସମ୍ପୃକ୍ତ ବ୍ୟକ୍ତିମାନେ ଡାହାଣୀ ପ୍ରଥାକୁ ଗୁରୁତର ଲିଙ୍ଗଭିତ୍ତିକ ହିଂସା ଓ ସାମାଜିକ ଅନ୍ୟାୟ ଭାବେ ବ୍ୟାଖ୍ୟା କରି,

ଏହା ଅଧିକାଂଶ ସମୟରେ ମହିଳାମାନଙ୍କୁ ଲକ୍ଷ୍ୟ କରି ସମାଜର ବିଭିନ୍ନ ଅସୁବିଧା ପାଇଁ ଦୋଷୀ ସାବ୍ୟସ୍ତ କରି ଦିଆଯାଉଥିବା ଏକ ଅମାନବୀୟ ପ୍ରଥା ବୋଲି କହିଥିଲେ। ଏହି ପ୍ରଥା ପୁରୁଷପ୍ରାଧାନ୍ୟ, ଓ ଗଭୀର ସାମାଜିକ–ଆର୍ଥିକ, ଅଶିକ୍ଷା ସାଂସ୍କୃତିକ ଓ ରାଜନୈତିକ କାରଣରୁ ଜନ୍ମ ନେଇଥିବା ଏକ “ସାମାଜିକ କୁପ୍ରଥା” ବୋଲି ଜିଲ୍ଲାପାଳ ଆଲୋଚନା କରାଯାଇଥିଲା।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଆଇସିଡିଏସ ସିଡିପିଓ, ସୁରକ୍ଷା ଅଧିକାରୀ, ସୁପରଭାଇଜର, ଡିସି–ୟୁନିସେଫ କନସଲଟାଣ୍ଟ, ଆଙ୍ଗନୱାଡ଼ି କର୍ମୀ, ଏଏନଏମ, ଆଶା, ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ, କିଶୋରୀ କନ୍ୟାମାନେ, ଡି.ଏଚ.ଇ.ଡବ୍ଲ୍ୟୁ–ନୟାଗଡ଼ର ସମସ୍ତ କର୍ମଚାରୀ, ଶକ୍ତି ସଦନ, ୱନ୍‌ଷ୍ଟପ୍ ସେଣ୍ଟରର ପ୍ରତିନିଧି ଏବଂ ସ୍ୱୟଂସହାୟତା ଗୋଷ୍ଠୀ (SHG) ସଦସ୍ୟମାନେ ଯୋଗଦେଇଥିଲେ ।

କାର୍ଯ୍ୟକ୍ରମ ମାଧ୍ୟମରେ ଡାହାଣୀ ପ୍ରଥା ବିରୋଧରେ ସଚେତନତା ସୃଷ୍ଟି କରିବା ସହିତ ଏହି ସାମାଜିକ କୁପ୍ରଥା ନିରୋଧ ପାଇଁ ସମସ୍ତ ମହଲର ସମନ୍ୱିତ ପ୍ରୟାସର ଆବଶ୍ୟକତା ଉପରେ ଜୋର ଦିଆଯାଇଥିଲା। ଶେଷରେ PO ମାଡାମ, ଜୟଶ୍ରୀ ପଟ୍ଟନାୟକ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।

Exit mobile version