ଖବର ପ୍ରକାଶନ ରେ ଖୁବ୍ଧ ହୋଇ ସାମ୍ବାଦିକଙ୍କୁ ହତ୍ୟା ଧମକ ଦେଲେ ପୂର୍ବତନ ସରପଞ୍ଚ

ବୋଲଗଡ଼  (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଗତ ୨/୧୦ /୨୫ରିଖରେ ଦୈନିକ ଓଡ଼ିଆ ଖବର କାଗଜ ସମ୍ବାଦରେ ପ୍ରକାଶିତ ପାଠାଗାର ସମ୍ମୁଖକୁ ପାର୍କିଂସ୍ଥଳ କରିଛନ୍ତି ଧଳାପଥର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ଖୁବ୍ଧ ହୋଇ ପୂର୍ବତନ ସରପଞ୍ଚ ସୁରୋଜ କୁମାର ସୁବୁଦ୍ଧି (ବାପୁ) ସାମ୍ବାଦିକ ଗଙ୍ଗାଧର ସାହୁଙ୍କୁ ବିଭିନ୍ନ ସମୟରେ ଆଶାଳୀନ ମନ୍ତବ୍ୟ ପ୍ରଦାନ କରି ଆସୁଥିଲେ।

ଗତ କାଲି ତା ୬/୨/୨୬ ରିଖରେ ସାମ୍ବାଦିକ ଗଙ୍ଗାଧର ସାହୁ ପୂର୍ବତନ ସରପଞ୍ଚ ସୁବୁଦ୍ଧିଙ୍କ ଘର ସାମ୍ନା ରାସ୍ତା ଅତିକ୍ରମ କରୁଥିବାବେଳେ ସେହି ପାଠାଗାର ପାଖରେ ରଖିଥିବା ଚାରିଚକିଆ ଗାଡି ପାଖରେ ଠିଆ ହେଇଥିବା ପୂର୍ବତନ ସରପଞ୍ଚ ସୁବୁଦ୍ଧି କମେଣ୍ଟ ମାରିବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ ଏବଂ ଟୋକା ଲଗେଇ ମାରିଦବା ପାଇଁ କହିବାରୁ ସାମ୍ବାଦିକ ଗଙ୍ଗାଧର ସାହୁ ତାର ପ୍ରତିଜବାବ ରଖି ସେଠାରୁ ଚାଲିଆସିଥିଲେ।

ପ୍ରତିଜବାବରେ ଖୁବ୍ଧ ହୋଇ ପୂର୍ବତନ ସରପଞ୍ଚ ସୁବୁଦ୍ଧି ସାମ୍ବାଦିକ ଗଙ୍ଗାଧର ସାହୁଙ୍କୁ ପିଛାକରି ଗାଁ ମୁଣ୍ଡ ହନୁମାନ ମନ୍ଦିରଠାରେ ସାମ୍ବାଦିକ ସାହୁଙ୍କ ଗାଡି ଆଗରେ ଗାଡି ରଖି ସାମ୍ୱାଦିକ ବୃତ୍ତି ଓ ବ୍ୟକ୍ତିଗତ ବଂଶ ପରମ୍ପରାକୁ ଲଗାଇ ଗାଳି ଗୁଲଜ କରିବା ସହ ମାଡ ଦବାକୁ ଉଦ୍ୟମ କରିଥିଲେ । ପର ମୁହୂର୍ତରେ ଗୁଣ୍ଡା ଲଗାଇ ମାରିଦବାର ଧମକ ଦେଇ ସରପଞ୍ଚ ସୁବୁଦ୍ଧି ଗୁଣ୍ଡା ଆଣିବାକୁ ଚାଲିଗଲେ ।

ଏହି ସମ୍ପର୍କରେ ସେଠାରେ ଉପସ୍ଥିତ କିଛି ମହିଳା ଓ ଜୈନିକ ବ୍ରଜବନ୍ଧୁ ନାୟକ ପ୍ରତ୍ୟେକ୍ଷଦର୍ଶୀ ଥିବାବେଳେ ସାମ୍ବାଦିକ ସାହୁ ଏନେଇ ବେଗୁନିଆ ଥାନାରେ ଅନଲାଇନ ମାଧ୍ୟମରେ ଏତଲା ପ୍ରଦାନ କରିଥିବାବେଳେ ଏ ପର୍ଯ୍ୟନ୍ତ ପୋଲିସ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନାହିଁ ।

Exit mobile version