Home ଓଡ଼ିଶା ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ସ୍ମୁତି ସଂଧ୍ୟାରେ ପଦାମୃତ ନୃତ୍ୟାୟନ ଏକାଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ by Proprietor Abhimanyu Maharana 7 months ago Share on FacebookShare on TwitterWhatsapp ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ପଦାମୃତ ନୃତ୍ୟାୟନ ଏକାଦଶ ବାର୍ଷିକ ଉତ୍ସବ ତଥା ଗୁରୁ ଗଙ୍ଗାଧର ପ୍ରଧାନଙ୍କ ସ୍ମୃତିସନ୍ଧ୍ୟା ସ୍ଥାନୀୟ ଅର୍ବାନ ବ୍ୟାଙ୍କ ପଡିଆ ଠାରେ ଆୟୋଜିତ ହୋଇଯାଇଛି , ଏହି କାର୍ଯ୍ୟକ୍ରମ ପଦାମୃତ ନୃତ୍ୟାୟନ୍ ଓ କ୍ରିଏଟିଭ ଆର୍ଟସ ମିଳିତ ଆନୁକୂଲ୍ୟରେ ଆୟୋଜିତ ନୃତ୍ୟନାଟିକା ସହିତ ଅନେକ ଆକର୍ଷଣୀୟ କାର୍ଯ୍ୟକ୍ରମ ଗୁଡ଼ିକ ପରିବେଷଣ କରାଯାଇଥିଲା, ଉଦଘାଟନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ପାରଳା ବିଧାୟକ ରୂପେଶ୍ ପାଣିଗ୍ରାହୀ ଙ୍କ ଦ୍ଵାରା ଜଗତ ର ନାଥ ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜୋଳନ କରାଯାଇଥିଲା , ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଓଡ଼ିଶୀ, କୁଚୂପୁଡ଼ି, ଚଢେଇ ଚଡ଼ିଆଣି ସମ୍ବଲପୁରୀ ଓ ପଲ୍ଲୀ ନୃତ୍ୟ ପରିବେଷଣ କରାଯାଇଥିଲା, ସମସ୍ତ ନୃତ୍ୟଶିଳ୍ପୀ ମାନଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା, ଶେଷରେ କ୍ରିଏଟିଭ ଆର୍ଟସ କଳାକାର ମାନଙ୍କ ଦ୍ବାରା ଅଭିନୀତ ଏକ ନୃତ୍ୟନାଟିକା ମଞ୍ଚସ୍ତ ହୋଇଥିଲା , ଏହି କାର୍ଯ୍ୟକ୍ରମ ରେ ବିଧାୟକ ସମେତ ଅନ୍ୟତମ ଅତିଥି ଭାବେ ପୌର ଅଧକ୍ଷା ନିର୍ମଳା ସେଠି, ଆରକ୍ଷୀ ଅଧକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା, ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ, କ୍ରିଏଟିଭ ଆର୍ଟସ୍ ସଭାପତି ନୃସିଂହ ଚରଣ ପଟ୍ଟନାୟକ, ସଙ୍ଗୀତ ନାଟକ ଏକାଡ଼େମୀ ସଦସ୍ୟ ଗୁରୁ ରଘୁନାଥ ପାତ୍ର, ଅନୁଷ୍ଠାନ ସଭାପତି କେ.ରାମସ୍ୱାମୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ରେ ମଞ୍ଚ ପରିଚାଳନା କରିଥିଲେ ଆଦର୍ଶ ଦାସ ଓ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ, ଶେଷରେ ଅନୁଷ୍ଠାନ ର ପ୍ରତିଷ୍ଠାତା ବିନ୍ଦୁପ୍ରୀୟା ବେହେରା, ପ୍ରିତିପ୍ରୀୟା ବେହେରା, ସଂଯୁକ୍ତା ବେହେରା, ଘନଶ୍ୟାମ ବେହେରା ଆସିଥିବା ଅତିଥି ମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ । Categories: ଓଡ଼ିଶା, ଗଜପତି, ହୋମ୍ Related Content ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା by Proprietor Abhimanyu Maharana September 20, 2026 ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମୀକ୍ଷା ବୈଠକ by Proprietor Abhimanyu Maharana September 20, 2026 ବହୁ ଚର୍ଚ୍ଚିତ "ବ୍ରାହ୍ମଣୀ ମାଉସୀ" ଙ୍କୁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ସମର୍ପଣ ବୃଦ୍ଧା ଶ୍ରମ ରେ ଥଇଥାନ by Proprietor Abhimanyu Maharana September 20, 2026 ନୂଆଖାଇ ଭେଟଘାଟ ପ୍ରସ୍ତୁତି ବୈଠକ by Proprietor Abhimanyu Maharana September 20, 2026 ବ୍ୟକ୍ତିତ୍ୱ ବିକାଶ ହିଁ ସଫଳତାର ଚାବିକାଠି : ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana September 20, 2026 ନକଲି ଏମ୍ଭିଆଇ ଅଧିକାରୀ ଗିରଫ by Proprietor Abhimanyu Maharana September 20, 2026