ଭୁବନେଶ୍ଵର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ରାଜଧାନୀର ମଧ୍ୟ ଭାଗରେ, ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ଭଳି ସି.ଆର.ପି.ଏଫ ଛକ ନିକଟରେ “ଦ ଏଲିଭେଶନ” ନାଁ ରେ ଏକ ସୁନ୍ଦର ରେଷ୍ଟ୍ରୋ, କ୍ୟାଫେ ତଥା ଲାଉଞ୍ଜର ଶୁଭ ଉଦ୍ଘାଟନ ହୋଇଛି l ଏହି ଭବ୍ୟ ଶୁଭ ଉଦ୍ଘାଟନୀ ଉତ୍ସବରେ ବଲିଉଡ ତାରକା ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l ତାଙ୍କ ସହିତ ସମ୍ମାନିତ ଅତିଥି ଭାବେ ରିଅଲ ଷ୍ଟାର ଅର୍ଦ୍ଧେନ୍ଦୁ ସାହୁ, ଡାକ୍ତର ପ୍ରିୟବ୍ରତ ଧୀର ଯୋଗଦେଇଥିଲେ l ହୋଟେଲର ମାଲିକ ସମରେନ୍ଦ୍ର ବିଶ୍ୱାଳ ଏବଂ କମଲ ଭଞ୍ଜ ଅତିଥି ମାନଙ୍କୁ ସ୍ୱାଗତ ଜଣାଇ ଶୁଭ ଉଦ୍ଘାଟନ କରିଥିଲେ l

