Home ଓଡ଼ିଶା ପୂର୍ଣ୍ଣ ତୋୟା ପ୍ରାଚୀ ନଦୀର ପୁନଃ ଉଦ୍ଧାର ଓ ବିଶ୍ୱରେ ଶାନ୍ତିପ୍ରତିଷ୍ଠା ପାଇଁ ସାଧୁସନ୍ଥଙ୍କ ପଦଯାତ୍ରା ପରିକ୍ରମା by Proprietor Abhimanyu Maharana 6 months ago Share on FacebookShare on TwitterWhatsapp ନିଆଳି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ପୂର୍ଣ୍ଣ ତୋୟା ପ୍ରାଚୀ ନଦୀର ପୁନରୁଦ୍ଧାର , ବିଶ୍ୱର କଲ୍ୟାଣ, ଓ ଶାନ୍ତି ପ୍ରତିଷ୍ଠା ଲାଗି ରାଜ୍ୟ ତଥା ବିଦେଶୀ ସାଧୁସନ୍ଥମାନେ , ପ୍ରାଚୀ ନଦୀର କୂଳେ କୂଳେ ଥିବା ବହୁ ମଠ ମନ୍ଦିର ପଦଯାତ୍ରା ପରିକ୍ରମା ଗତ ୭ ତାରିଖ ଠାରୁ ଆରମ୍ଭ ହୋଇଛି । ଗତ ଶନିବାର ଅପରାହ୍ନ ଠାରୁ ପ୍ରାଚୀ ନଦୀ ପରିକ୍ରମା ଏକ ସପ୍ତାହ ଧରି ଅନୁଷ୍ଠିତ ହେଉଅଛି । କଟକ ଜିଲ୍ଲା ନିଆଳି ବ୍ଳକ ଅନ୍ତର୍ଗତ ପ୍ରସିଦ୍ଧ ଅନ୍ଧକପିଳେଶ୍ବର ଶୈବପୀଠ ପ୍ରାଚୀ ନଦୀରୁ ପୂଜାର୍ଚ୍ଚନା ପରେ ପ୍ରାଚୀ ନଦୀ ପରିକ୍ରମା ଅନୁଷ୍ଠିତ ହୋଇଛି । ଏଥିରେ ବହୁ ସାଧୁସନ୍ଥ ଓ ବୁଦ୍ଧିଜୀବୀ ଯୋଗଦେଇଛନ୍ତି । ଏହି ପ୍ରାଚୀ ନଦୀ ପରିକ୍ରମା ଦେଉଳିମଠରେ ଶେଷ ହେବ । ଏଥିରେ ସ୍ବାମୀ ପ୍ରଜ୍ଞାନାନନ୍ଦ ସରସ୍ବତୀ ମହାରାଜା ଯୋଗ ଦେଇ କହିଛନ୍ତି , ଯେ ” ୧୫ ବର୍ଷ ଧରି ପ୍ରାଚୀ ନଦୀର ରକ୍ଷଣାବେକ୍ଷଣ ଓ ପୁନରୁଦ୍ଧାର ଉଦ୍ଦେଶ୍ୟରେ ପୁରୀର ପ୍ରଜ୍ଞାନ ମିଶନ କ୍ରିୟାଯୋଗ ଆଶ୍ରମ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପ୍ରାଚୀ ନଦୀ ପରିକ୍ରମା ପଦଯାତ୍ରା ଅନୁଷ୍ଠିତ ହେଉଛି ।” ଏହି ପଦଯାତ୍ରାରେ ବହୁ ସାଧୁ ସନ୍ଥ, ବିଶିଷ୍ଟ ବ୍ଯକ୍ତି, ସ୍ଥାନୀୟ ନେତୃବୃନ୍ଦ ଓ ବିଦେଶୀ ପର୍ଯ୍ୟଟକ ସାମିଲ ହୋଇଥିଲେ । ପ୍ରାଚୀ ନଦୀ ପରିକ୍ରମା ନିଆଳି ବ୍ଳକ ନୂଆଗାଁ, ସ୍ଥିତ ରାଧାକାନ୍ତ ମଠ, ନିଆଳି ବଙ୍ଗାଳୀସାହିର ଶ୍ୱଭନେଶ୍ୱର୍ , ମାଧବାନନ୍ଦର ମାଧବାନନ୍ଦ ଜିୟୁ ଦେଇ ଚାରିଛକ, ନୂଆହାଟ, କାକଟପୁର ଓ ଅସ୍ତରଙ୍ଗ ଦେବୀ ମୁହଁ ପର୍ଯ୍ୟନ୍ତ ପଦଯାତ୍ରା କରାଯିବ । ଯାହା ସମୁଦ୍ରରେ ଲୀନ ହୋଇଛି । ଗତ ୧୫ ବର୍ଷ ଧରି ପ୍ରଜ୍ଞାନ ମିଶନ କ୍ରିୟାଯୋଗ ଆଶ୍ରମ ପକ୍ଷରୁ ବହୁ ସାଧୁ ସନ୍ଥ, ବିଶିଷ୍ଟ ବ୍ଯକ୍ତି ସ୍ଥାନୀୟ ନେତୃବୃନ୍ଦ ଓ ବିଦେଶୀ ପର୍ଯ୍ୟଟକ ସାମିଲ ହେବା ସହିତ ଐତିହ୍ୟ ସଂସ୍କୃତି ବହନ କରିଥିବା ମୃତ ପ୍ରାଚୀ ନଦୀକୁ ପୁନରୁଦ୍ଧାର ସହିତ ପ୍ରାଚୀ ଅବବାହିକାରେ ମଠ, ମନ୍ଦିର ଓ ଇତିହାସକୁ ପୁର୍ନଜୀବିତ କରିବା ଉଦ୍ଦେଶ୍ୟରେ ପ୍ରାଚୀ ପରିକ୍ରମା ପଦଯାତ୍ରା ଅନୁଷ୍ଠିତ ହେଉଛି । ପ୍ରାଚୀ ଶୁଖିଲେ ସମାଜ ଶୁଖିଯିବ, ତେଣୁ ଏବେଠୁ ସଜାଗ ହେବାକୁ ପଡିବ ନହେଲେ ରୋଗଗ୍ରସ୍ତ ହୋଇ ସମସ୍ତେ ମୃତ୍ୟୁ ମୁଖରେ ପଡିବେ । ପ୍ରାଚୀ ହେଉଛି ଲୋକଙ୍କ ହୃତପିଣ୍ଡ । ଏବେ ନ ଜଗିଲେ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯିବ । ଲୋକ ଜାଗିଲେ ପ୍ରାଚୀ ବଞ୍ଚିବ ଆଉ ସମାଜ ବଞ୍ଚିବ । କୁମ୍ଭକର୍ଣ୍ଣ ନିଦ୍ରା ନଯିବା ପାଇଁ ଏହି ପ୍ରାଚୀ ପରିକ୍ରମା ପଦଯାତ୍ରାରେ ସାଧୁ ସନ୍ଥ ଏବଂ ବିଶିଷ୍ଟ ବ୍ଯକ୍ତିବିଶେଷମାନେ ମତ ପ୍ରକାଶ କରିଛନ୍ତି । ସେହିପରି ପ୍ରାଚୀ ଗବେଷକ ହଂସନାଥ ସାହୁ ‘କହିଛନ୍ତି ” ପ୍ରଥମେ ୨୦୧୨ ମସିହାରେ ପ୍ରାଚୀ ଚାରିଟେବୁଲ ଟ୍ରଷ୍ଟ ନାଁରେ ନୂଆହାଟ ମଧୂବନ ଆଶ୍ରମ ଗଠନ କରାଯାଇଥିଲା । ପ୍ରଜ୍ଞାନାନନ୍ଦଙ୍କ ପ୍ରତ୍ୟେକ ତତ୍ବାବଧାନରେ ୧୫ ଧରି ପ୍ରାଚୀ ପରିକ୍ରମା କରାଯାଉଛି । ପ୍ରାଚୀ ନଦୀର କିପରି ପୁନରୁଦ୍ଧାର ହେବ ପ୍ରାଚୀର ଇତିହାସ କିଭଳି ଫେରି ପାଇବ , ଏଥିପାଇଁ ସମସ୍ତେ ଚିନ୍ତିତ । ପ୍ରାଚୀ ତଟରେ ଅଷ୍ଟଶମ୍ଭୁ ଏବଂ ଦ୍ବାଦଶଶମ୍ଭୁ ପୂଜା ପାଉଛନ୍ତି । ପ୍ରଥମେ ୫୦ ଜଣଙ୍କୁ ନେଇ ପ୍ରାଚୀ ପରିକ୍ରମା କରାଯାଉଥିଲା ଏବେ ଶହ ଶହ ସଂଖ୍ୟାରେ ସାଧୁସନ୍ଥ ଏବଂ ଏହି ସବୁ ଅଞ୍ଚଳର ବିଭିନ୍ନ ବର୍ଗର ଲୋକମାନେ ପ୍ରାଚୀ ପରିକ୍ରମାରେ ସାମିଲ ହେଉଛନ୍ତି । ନିଆଳି ଅଞ୍ଚଳର ନ୍ଯାୟବ୍ରତ ରାଉତ ‘କହିଛନ୍ତି”ମା’ ସରସ୍ଵତୀ ତଥା ପ୍ରାଚୀ ନଦୀର ପୁନରୁଦ୍ଧାର ପାଇଁ ପ୍ରଜ୍ଞାନାନନ୍ଦଙ୍କ ମାର୍ଗଦର୍ଶକ ପ୍ରତି ବର୍ଷ ପ୍ରାଚୀ ନଦୀ ପରିକ୍ରମା ଅନୁଷ୍ଠିତ ହେଉଛି । ସାଧୁ ଯେଉଁ ରାସ୍ତା ଦେଇ ଯାନ୍ତି ସେଠାରେ ବିକାଶ ହୁଏ। ପ୍ରାଚୀ ନଦୀ ଦିନେ ନା ଦିନେ ତାର ପରିଚୟ ଫେରିପାଇବ ଏବଂ ସାଧୁଙ୍କ ପରିଶ୍ରମ କେବେ ବୃଥା ଯାଏନି ବୋଲି କହିଛନ୍ତି । ଏହି ପ୍ରାଚୀ ନଦୀ ପରିକ୍ରମା ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଭକ୍ତିର ପ୍ରେରଣା ପ୍ରଦାନ କରାଯାଇଛି । ଏହି ପରିକ୍ରମାକୁ ସବୁଠି ସ୍ବାଗତ ,ସମ୍ବର୍ଦ୍ଧନା ଜଣାଇଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content Silk India’ exhibition begins at Hotel Prachi by Proprietor Abhimanyu Maharana August 14, 2026 ହୋଟେଲ ପ୍ରାଚୀରେ ‘ସିଲ୍କ ଇଣ୍ଡିଆ’ ପ୍ରଦର୍ଶନୀ ଆରମ୍ଭ by Proprietor Abhimanyu Maharana August 14, 2026 ବିରିଡି ବ୍ଲକ ରେ "ହର ଘର ତ୍ରିରଙ୍ଗା" ଶୋଭାଯାତ୍ରା by Proprietor Abhimanyu Maharana August 14, 2026 ନୟାଗଡ଼ରେ ଏବିଭିପି ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା by Proprietor Abhimanyu Maharana August 14, 2026 ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଗବେଷଣା ତଥା ପଢ଼ାପଢ଼ି ପାଇଁ ଶରୀର ଦାନ କଲେ ହରିଶ ପ୍ରଧାନ ଆଉ ତାଙ୍କ ସହଧର୍ମିଣୀ by Proprietor Abhimanyu Maharana August 14, 2026 ସାଇ ହେଲ୍ଥ କେୟାରର ମାଗଣା ସ୍ୱାସ୍ଥ୍ୟ ଶିବିର by Proprietor Abhimanyu Maharana August 14, 2026