ସୃଷ୍ଟି ଏକାଡେମି ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ‘ସୃଷ୍ଟି ଡି.ଏସ୍. ମେମୋରିଆଲ କୁଇଜ୍ ଓ ପ୍ରୋଜେକ୍ଟ ପ୍ରତିଯୋଗିତା 2026 ’ ଉଦ୍‌ଯାପିତ .

ଭୁବନେଶ୍ଵର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ସୃଷ୍ଟି ଏକାଡେମି ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି ଏବଂ ଦିଲୀପ ଶତ ପଥୀ ମେମୋରିଆଲ ଟ୍ରଷ୍ଟଙ୍କ ମିଳିତ ଆନୁକୂଳ୍ୟରେ ‘ଦିଲୀପ ଶତପଥି ମେମୋରିଆଲ କୁଇଜ୍ ଏବଂ ପ୍ରୋଜେକଟ ପ୍ରତିଯୋଗିତା–୨୦୨୬’ ସଫଳତାର ସହିତ ଉଦ୍‌ଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଗ୍ରାଣ୍ଡ୍ ଫାଇନାଲରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ଓଇଆର୍‌ସି (OERC)ର ଅଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ଜେନା ( ଭାରତୀୟ ପ୍ରଶାସନିକ ସେବା ଅଧିକାରୀ) ଯୋଗଦେଇଥିଲେ ।

ଅନ୍ୟତମ ଅତିଥି ଭାବେ ଦିଲୀପ ଶତପଥି ମେମୋରିଆଲ ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ ଦୀନବନ୍ଧୁ ଶତ ପଥୀ ଏବଂ ସୃଷ୍ଟି ଏକାଡେମିର ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ଦାସ ଯୋଗଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ପ୍ରଦୀପ ଜେନା ଅନୁଷ୍ଠାନର ଏଭଳି ଆୟୋଜନକୁ ପ୍ରଶଂସା କରିଥିଲେ ଏବଂ ଏପରି ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ ଅଧିକ ପରିମାଣରେ କରିବାକୁ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ ଯୁବପିଢ଼ି ହେଉଛନ୍ତି ଦେଶର ସମ୍ପଦ ଏବଂ ସମାଜର ପ୍ରଗତି ପାଇଁ ଯୁବପ୍ରତିଭାମାନଙ୍କୁ ଚିହ୍ନଟ କରିବା ଆବଶ୍ୟକ।

ରାଜ୍ୟର ବିଭିନ୍ନ ଡିଗ୍ରୀ ମହାବିଦ୍ୟାଳୟର ଯୁକ୍ତ ତିନି ବର୍ଷର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ରେଭେନ୍ଶା ବିଶ୍ୱବିଦ୍ୟାଳୟର ଅମ୍ଲାନ ଦାସ ଓ ପିୟୁଷ ଶର୍ମା ଗ୍ରାଣ୍ଡ୍ ଫାଇନାଲରେ ବିଜେତା ହୋଇଥିଲେ। ସମସ୍ତ ସଫଳ ପ୍ରତିଯୋଗୀଙ୍କୁ ଏକ ଲକ୍ଷ ଟଙ୍କାର ଅର୍ଥରାଶି ସହିତ ମାନପତ୍ର ପ୍ରଦାନ କରାଯାଇଥିଲା। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଶ୍ରେୟା ଦେୟ ଓ ଜୟଶ୍ରୀ ଖିଲାର ପ୍ରଥମ ରନର୍ସଅପ୍, ନୟାଗଡ଼ ସ୍ୱୟଂଶାସିତ କଲେଜର ସୂର୍ଯ୍ୟ ପ୍ରକାଶ ପାଣ୍ଡା ଓ ପ୍ରତୀକ ମିଶ୍ର ଦ୍ୱିତୀୟ ରନର୍ସଅପ୍,

ଉଦୟନାଥ କଲେଜ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ଅନିର୍ବାଣ ମହାନ୍ତି ଓ ବିଶ୍ୱଜିତ ମିଶ୍ର ତୃତୀୟ ରନର୍ସଅପ୍, ଡ୍ରିମ୍ସ ବିଶ୍ୱବିଦ୍ୟାଳୟର ନିତୀଶ କୁମାର ସାହୁ ଓ ମିଲନ କୁମାର ଜେନା ଚତୁର୍ଥ ରନର୍ସଅପ୍ ଏବଂ ନରସିଂହ ଚୌଧୁରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଏସ୍‌.କେ. ସର୍ତାଜ ଓ ସତ୍ୟଜୀତ ଚକ୍ରବର୍ତ୍ତୀ ପଞ୍ଚମ ରନର୍ସଅପ୍ ହୋଇଥିଲେ ଏବଂ ପ୍ରୋଜେକ୍ଟ ପ୍ରତିଯୋଗିତାରେ ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟର ଚିନ୍ମୟୀ ରାଉତ ଚ୍ୟାମ୍ପିଅନ୍, ରେଭେନ୍ଶା ବିଶ୍ୱବିଦ୍ୟାଳୟର ଦେବୀ ପ୍ରସାଦ ମିଶ୍ର ପ୍ରଥମ ରନର୍ସଅପ୍,

ପଞ୍ଚାୟତ ଡିଗ୍ରୀ କଲେଜ, ବରଗଡ଼ର ଆଶିଷ କୁମାର ସାହୁ ଦ୍ୱିତୀୟ ରନର୍ସଅପ୍ ଏବଂ ସେଞ୍ଚୁ ରିଅନ୍ ବିଶ୍ୱବିଦ୍ୟାଳୟର ଅରିନ୍ଦମ ମହାନ୍ତି ତୃତୀୟ ରନର୍ସଅପ୍ ହୋଇଥିଲେ । ଏହି ଅବସରରେ ‘ପ୍ରମେୟ’ର ସମ୍ବାଦିକ ସତ୍ୟଜୀତ ରାଉତ, ‘ସକାଳ’ର ବିଶ୍ୱଜୀତ ଗାଇଗରିଆ, ‘ନ୍ୟୁ ୧୮ ଓଡ଼ିଆ’ର ବରିଷ୍ଠ ସମ୍ବାଦିକ ଅଶ୍ୱିନୀ କୁମାର ସାହୁ ଏବଂ ‘ନନ୍ଦିଘୋଷ ଟିଭି’ର ଯୁବ ସମ୍ବାଦିକ ପ୍ରିୟ ପ୍ରୀତମ ମହାନ୍ତିଙ୍କୁ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନର ଡିନ୍ (ପ୍ଲେସମେଣ୍ଟ) ପ୍ରଫେସର ଗଙ୍ଗାଧର ମିଶ୍ର ଧନ୍ୟବାଦ ଜ୍ଞାପନ କରିଥିଲେ । ଅନୁଷ୍ଠାନର ଏମ୍‌ବିଏ ବିଭାଗୀୟ ମୁଖ୍ୟ ପ୍ରଫେସର ଜାକି ସମୀର ଖାନ,

ନିର୍ମଳ ରାଉତରାୟ, ଧର୍ମ କୁମାର ରାଉତ, ଜିତେନ୍ଦୁ ନନ୍ଦ, କଲ୍ୟାଣୀ ସେନାପତି, ଦ୍ରୌପଦୀ ମିଶ୍ର, ହେମନ୍ତ କୁମାର ପଟ୍ଟନାୟକ, ସନ୍ଧ୍ୟାଦର୍ଶନ ଦାଶ, ସନ୍ଧ୍ୟାରାଣୀ ବେହେରା, ଭାନୁଶ୍ରୀ ଜେନା ଏବଂ ଆଲୋକ ଜାଟି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଆମ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ତିନିଶହରୁ ଅଧିକ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।

ଦିଲୀପ ସାଠପଥୀଙ୍କ ସାମ୍ବାଦିକ ଜଗତ ପାଇଁ ଥିବା ଅବଦାନ ଏବଂ ରାଜ୍ୟର ଅର୍ଥନୈତିକ ପ୍ରଗତି ପାଇଁ ତାଙ୍କର ନିରନ୍ତର ପ୍ରୟାସକୁ ସ୍ମରଣ କରି, ଶ୍ରୁଷ୍ଟି ଏକାଡେମିର ପ୍ରତିଷ୍ଠାତା ଇଂ. ସରୋଜ କୁମାର ସାହୁ କହିଥିଲେ ଯେ ବର୍ତ୍ତମାନର ଯୁବପିଢ଼ି ତାଙ୍କର କାର୍ଯ୍ୟଶୈଳୀକୁ ଅନୁକରଣ କରି ସମାଜର ଉନ୍ନତି ପାଇଁ ଚେଷ୍ଟା କରିବା ଆବଶ୍ୟକ ।

Exit mobile version