Home ଓଡ଼ିଶା ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ମାଲକାନଗିରିର ବାର୍ଷିକ ଉତ୍ସବ by Proprietor Abhimanyu Maharana 6 months ago Share on FacebookShare on TwitterWhatsapp ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ମାଲକାନଗିରିର ବାର୍ଷିକ ଉତ୍ସବ ବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ କୈଳାଶ ମୀନାଙ୍କ ଅଧ୍ୟକ୍ଷତାରେ ଅତ୍ୟନ୍ତ ଉତ୍ସାହ ଓ ସାଂସ୍କୃତିକ ପରିବେଶ ରେ ପାଳିତ ହେଲା। ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଓ ବିଦ୍ୟାଳୟ ପରିଚାଳନା ସମିତି ର ଅଧ୍ୟକ୍ଷ ସୋମେଶ କୁମାର ଉପାଧ୍ୟାୟ ଉପସ୍ଥିତ ଥିଲେ । ଏହି ଅବସରରେ ବିଦ୍ୟାଳୟ ପରିଚାଳନା ସମତି ର ସଦସ୍ୟମାନେ ମାଲକାନଗିରି ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ, ଟି ପି ଏସ ଓ ଡି ଏଲ ର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଆଶିଷ କୁମାର ଜେନା, ମାଲକାନଗିରି ମହିଳା ଉଚ୍ଚ ବିଦ୍ୟାଳୟ ର ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ଜେନା, ମାଲକାନଗିରି ମହାବିଦ୍ୟାଳୟ ର ବାଣିଜ୍ୟ ବିଭାଗ ମୁଖ୍ୟ ଡ଼. ରଞ୍ଜନ କୁମାର ସ୍ୱାଇଁ, ମାଣିକ ଲାଲ ଚକ୍ରବର୍ତ୍ତୀ, କ୍ରିଷ୍ଣା ମିର୍ଦ୍ଧା ଏବଂ ଲିଲି ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ଏହି ଅବସରରେ ବିଦ୍ୟାଳୟ ପରିଚାଳନା ସମିତି ର ଅଧ୍ୟକ୍ଷ ଏବଂ ସଦସ୍ୟ ମାନଙ୍କୁ ସମ୍ମାନିତ କରାଯାଇଥିଲା l ବିଦ୍ୟାଳୟ ର ଅଧକ୍ଷ ବିଦ୍ୟାଳୟ ର ବାର୍ଷିକ ବିବରଣୀ ପାଠ କରିଥିଲେ ଏବଂ ଛାତ୍ରଛାତ୍ରୀ ତଥା ଶିକ୍ଷକ ଙ୍କ ବିଭିନ୍ନ ଉପଲବ୍ଧି ବିଷୟରେ ଅଭିଭାବକମାନଙ୍କୁ ଅବଗତ କରାଇଥିଲେ l ବିଦ୍ୟାଳୟର ବିଭିନ୍ନ ଶିକ୍ଷାତ୍ମକ, ସହପାଠ୍ୟକ୍ରମୀୟ ଓ କ୍ରୀଡା ସାଧନା ସମ୍ପର୍କରେ ବିସ୍ତୃତ ବିବରଣୀ ପାଠ କରିଥିଲେ । ସେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକମାନଙ୍କର ସଂଯୁକ୍ତ ପ୍ରୟାସକୁ ପ୍ରଶଂସା କରିଥିଲେ । ଏହି ବାର୍ଷିକ ଉତ୍ସବ ବିଦ୍ୟାଳୟର ସମଗ୍ର ଉନ୍ନତି ଓ ଉତ୍କୃଷ୍ଟତାର ପ୍ରତିବିମ୍ବ ଥିଲା । କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ର ବିଦ୍ୟାଞ୍ଜଳି ଯୋଜନା ରେ ଅଭିଭାବକ ଙ୍କ ଦ୍ୱାରା ବିଦ୍ୟାଳୟ ର ଉନ୍ନତି ପାଇଁ ବିଭିନ୍ନ ଅବଦାନ ପାଇଁ ଡ଼ ମୀନା କୃତଜ୍ଞତା ଜ୍ଞାପନ କରିଥିଲେ l ଜିଲ୍ଲlପାଳ ଶ୍ରୀ ଉପାଧ୍ୟାୟ ନିଜ ଛାତ୍ର ଜୀବନ ର ଅନୁଭୂତି ବର୍ଣ୍ଣନା କରିଥିଲେ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ର ଛାତ୍ରଙ୍କ ଦ୍ୱାରା ଡ୍ରୋନ୍ ଚାଳନା ପ୍ରଦର୍ଶନ ର ପ୍ରଶଂସା କରିଥିଲେ l ଏହି ଅବସରରେ ବିଦ୍ୟାଳୟ ବୋର୍ଡ ପରୀକ୍ଷା ସର୍ବାଧିକ ଅଙ୍କ ରଖିଥିବା ଛାତ୍ରଛାତ୍ରୀ ତଥା ବିଭିନ୍ନ ପ୍ରତିଯୋଗିତା ରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା l ବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ବିଦ୍ୟାଳୟ ର ଶିକ୍ଷକ ଭି. ଅଶୋକ କୁମାର, ଅମିତ ଦାସ, ଆଦିତ୍ୟ ରାୟ, ମୋହନଲାଲ, କୁମାରୀ ସୃଷ୍ଟି ମଞ୍ଚ ପରିଚାଳନା କରିଥିଲେ ଏବଂ ଲିଟୁ ନାୟକ ଫୋଟୋଗ୍ରାଫି କରିଥିଲେ l ବିଦ୍ୟାଳୟ ର ଅନ୍ୟାନ୍ୟ ଶିକ୍ଷକ ବୃନ୍ଦ ରାମବୀର ସିଂ, ଆଶିଷ କୁମାର , ଆର୍ତତ୍ରାଣ ମହାକୁଡ଼, ଏବଂ ଅନ୍ୟ ମାନେ ଏଥିରେ ସହଯୋଗ କରିଥିଲେ l Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content Silk India’ exhibition begins at Hotel Prachi by Proprietor Abhimanyu Maharana August 14, 2026 ହୋଟେଲ ପ୍ରାଚୀରେ ‘ସିଲ୍କ ଇଣ୍ଡିଆ’ ପ୍ରଦର୍ଶନୀ ଆରମ୍ଭ by Proprietor Abhimanyu Maharana August 14, 2026 ବିରିଡି ବ୍ଲକ ରେ "ହର ଘର ତ୍ରିରଙ୍ଗା" ଶୋଭାଯାତ୍ରା by Proprietor Abhimanyu Maharana August 14, 2026 ନୟାଗଡ଼ରେ ଏବିଭିପି ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା by Proprietor Abhimanyu Maharana August 14, 2026 ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଗବେଷଣା ତଥା ପଢ଼ାପଢ଼ି ପାଇଁ ଶରୀର ଦାନ କଲେ ହରିଶ ପ୍ରଧାନ ଆଉ ତାଙ୍କ ସହଧର୍ମିଣୀ by Proprietor Abhimanyu Maharana August 14, 2026 ସାଇ ହେଲ୍ଥ କେୟାରର ମାଗଣା ସ୍ୱାସ୍ଥ୍ୟ ଶିବିର by Proprietor Abhimanyu Maharana August 14, 2026