Home ଓଡ଼ିଶା ୟୁନିଟ୍ ୯ ସ୍ଥିତ ରେଡ୍ କ୍ରସ ଭବନରେ ସ୍ଵେଚ୍ଛାସେବୀ ସଙ୍ଗଠନ ଆଶ୍ରା ଫାଉଣ୍ଡେସନ ଓଡ଼ିଶାର ପଞ୍ଚମ ପ୍ରତିଷ୍ଠା ଉତ୍ସବ ଆୟୋଜିତ by Proprietor Abhimanyu Maharana 8 months ago Share on FacebookShare on TwitterWhatsapp – ବିଶିଷ୍ଟ ଅତିଥି ମୃଣାଳିନୀ ପାଢ଼ୀ, ସିନିୟର୍ ଆଡଭୋକେଟ୍, ସାମାଜିକ କର୍ମୀ – ରାକ୍ଷୀ ଘୋଷ, ବରିଷ୍ଠ ସାମ୍ବାଦିକା – ସୁକୁମାର ପଟ୍ଟନାୟକ, ଚେୟାରମ୍ୟାନ, ଆଡଭାଇଜରୀ ବୋର୍ଡ, ଆଶ୍ରା ଫାଉଣ୍ଡେସନ ଓଡ଼ିଶା – ଡା. ରମେଶ, ବରିଷ୍ଠ ଆଇନଜୀବୀ, ସଭାପତି, ଜନଶିକ୍ଷା ସଂସ୍ଥାନ, ବିଜୟନଗରମ୍ – ସୁଜିତ ମହାପାତ୍ର, ପ୍ରତିଷ୍ଠାତା, ବକୁଳ ଫାଉଣ୍ଡେସନ – ସୁବ୍ରତ କୁମାର ପତି, ଆଉଟରିଚ୍ ମୁଖ୍ୟ ଭୁବନେଶ୍ଵର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- କାର୍ଯ୍ୟକ୍ରମ ଆରମ୍ଭରେ ଢେଙ୍କାନାଳ ବସ୍ତିର ପିଲାମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ପରିବେଷଣ ହୋଇଥିଲା ଆଶ୍ରା ଫାଉଣ୍ଡେସନ ଓଡ଼ିଶାର ସହ ପ୍ରତିଷ୍ଠାତା ଶ୍ରୀନିବାସ ସାହୁ ଅତିଥିଙ୍କୁ ସ୍ଵାଗତ କରିଥିଲେ l ଏହାପରେ ଆଶ୍ରା ଫାଉଣ୍ଡେସନର ୫ ବର୍ଷର ଯାତ୍ରାକୁ ଭିଡିଓ ଜରିଆରେ ପରିବେଷଣ ହୋଇଥିଲା । ପରେ ଆଶ୍ରା ଫାଉଣ୍ଡେସନ ଓଡ଼ିଶାର ପ୍ରତିଷ୍ଠାତା ସନ୍ତୋଷ ପଟ୍ଟନାୟକ ବିଗତ ବର୍ଷର ରିପୋର୍ଟ ପ୍ରଦାନ କରିଥିଲେ। ଏହାପରେ ସମସ୍ତ ଅତିଥି ବକ୍ତବ୍ୟ ରଖିଥିଲେ । ପରେ ପିଲାମାନଙ୍କ ଦ୍ଵାରା ନୃତ୍ୟ-ସଙ୍ଗୀତ ପରିବେଷଣ ହୋଇଥିଲା । ସମାଜସେବୀ ଶିଖ୍ ହେଡ୍ ର ପ୍ରତିଷ୍ଠାତା ରୋନକ ସିଂହ, ସମାଜ ସେବା କ୍ଷେତ୍ରରେ ଅବଦାନ ପାଇଁ ଡା. ଆଶିଷ ମହାନ୍ତି, ଜୀବନ ସେବା ଫାଉଣ୍ଡେସନର ପ୍ରତିଷ୍ଠାତା ହରିଶ୍ଚନ୍ଦ୍ର ପଟ୍ଟନାୟକ, ଡା. ବିଭୁଦତ୍ତ ମିଶ୍ର (ଶିଶୁ ଚିକିତ୍ସା ବିଭାଗରେ ଜଗନ୍ନାଥ ହସ୍ପିଟାଲ) ପ୍ରମୁଖଙ୍କୁ ସମ୍ମାନିତ କରାଗଲା । ସମାଜସେବୀ ଶ୍ୱେତପଦ୍ମା ଛୋଟରାୟ, ପ୍ରତିଷ୍ଠାତା, ଇନାରା ଫାଉଣ୍ଡେସନ ଏବଂ ବିଶାଲ ମହାନ୍ତି, ପରିବେଶ ସୁରକ୍ଷା କ୍ଷେତ୍ରରେ ପୁରସ୍କୃତ। ଏହାପରେ ପିଲାମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ବିଭିନ୍ନ କ୍ରୀଡାରେ ଯୋଗ୍ୟ ବିବେଚିତ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ ହୋଇଥିଲା । ଆଶ୍ରା ଫାଉଣ୍ଡେସନ ଓଡ଼ିଶା ଏବଂ ଉଜ୍ଜ୍ବଳ ଚୌଧୁରୀଙ୍କ ନେତୃତ୍ଵାଧୀନ ୟୁନିକ ଆର୍ଟ ଆଣ୍ଡ କ୍ରାଫ୍ଟର ମିଳିତ ଉଦ୍ୟମରେ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାର ଗ୍ରାଣ୍ଡ ଫାଇନାଲରେ କୃତକାର୍ଯ୍ୟ ୩ ପ୍ରତିଯୋଗୀଙ୍କୁ ପୁରସ୍କୃତ ହୋଇଥିଲା । ଶେଷରେ ସହ ପ୍ରତିଷ୍ଠାତା ଦୀପେଶ କୁମାର ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମରେ ସଙ୍ଗଠନର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ରାଜ୍ୟ ସ୍ତରୀୟ ‘ଆଙ୍ଗନ୍ କା ଉତ୍ସବ’ ଓ ୯ମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଉତ୍ସବରେ ଯୋଗଦେଲେ - ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 30, 2026 ଶ୍ରୀ ଲକ୍ଷ୍ମୀଧର ବିଶୋଇଙ୍କ ପରଲୋକରେ ସାରା କୁମ୍ଭାରପଡ଼ାରେ ଶୋକର ଛାୟା by Proprietor Abhimanyu Maharana September 29, 2026 ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026