ରାଜଧାନୀରେ ମହକିଲେ ଚାରି ଯୁବ ଭେଷଜ ବିଜ୍ଞାନୀ : ସ୍ଵାସ୍ଥ୍ୟସେବା ସହ ଜନ ସଚେତନତାରେ ବ୍ରତୀ

କଟକ (ଓଡ଼ିଶା ତାଜା ନ୍ୟୁଜ୍) :- ସମାଜସେବା ମନୋଭାବ ସହ ଜନ ସଚେତନତାର ମହନୀୟ ବାର୍ତ୍ତା ନେଇ ଚାରି ଯୁବ ଭେଷଜ ବିଜ୍ଞାନୀ ଗବେଷକ ଶିକ୍ଷାଲାଭ ପରେ ଲୋକଙ୍କ ସେବାରେ ବ୍ରତୀ ହୋଇ ଯୁବ ସମାଜ ପାଇଁ ଉଦାହରଣ ପାଲଟିଛନ୍ତି । ସିନାପ୍ସି ମଲ୍ଟିଡିସିପ୍ଲିନାରୀ ରିହାବ ସେଣ୍ଟରର ଭେଷଜ ବିଜ୍ଞାନୀ ହେଲେ ଡାକ୍ତର ରାକେଶ କୁମାର ସାହୁ,ଡାକ୍ତର ଆଶିଷ ସେଠୀ,ଡାକ୍ତର ଆକାଶ ସ୍ୱାଇଁ ଓ ଡାକ୍ତର କାଜଲ ସିଂହ ପ୍ରମୁଖ ।

ବିଭିନ୍ନ ଅଂଚଳରେ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଏବଂ ସଚେତନତା ଶିବିର ଆୟୋଜନ କରି ଫିଜିଓ ଥେରାପି,ହିୟରିଂ ଏଡ୍ ସେବା ଏବଂ ଟ୍ରାୟାଲ୍,ଶ୍ରବଣ ଯାଞ୍ଚ ଏବଂ ଅଟିଜମ୍ ସଚେତନତା ପ୍ରଦାନ କରାଉଛନ୍ତି । ବୃଦ୍ଧବୃଦ୍ଧା ବର୍ଗଙ୍କୁ ଆଣ୍ଠୁ ଗଣ୍ଠି,ଅଣ୍ଟା ଓ ଗଳା ରୋଗ ଉପରେ ଚିକିତ୍ସା ପ୍ରଦାନ,ଶିଶୁମାନଙ୍କ ସ୍ପିଚ ତଥା ଭାଷା ବିକାଶ ସମ୍ବନ୍ଧୀୟ ମୂଲ୍ୟାୟନ ପାଇଥିଲେ ଏବଂ ଅଟିଜିମ୍ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଜାରୀ ରହିଛି ।

Exit mobile version