ପ୍ରମାଣ ନଷ୍ଟ କରିବାକୁ କଲେଜ ଅଧ୍ୟକ୍ଷାଙ୍କ ସିସି ଟିଭି ଚୋରୀ

ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ପ୍ରମାଣ ନଷ୍ଟ କରିବାକୁ ସିସି ଟିଭି ଚୋରୀ କରିନେଲେ କଲେଜ ଅଧ୍ୟକ୍ଷା ।  ଅଫିସରେ ତାଲା ପକାଇଲେ କଲେଜର କର୍ମଚାରୀ । କାର୍ଯ୍ୟଳୟ ବାହାରେ ବସିଲେ ଅଧ୍ୟକ୍ଷା । ସୂଚନା ଅନୁସାରେ ନୟାଗଡ ଜିଲ୍ଲା ରାଜସୁନାଖଳା ମହାବିଦ୍ୟାଳୟର ଅଧ୍ୟକ୍ଷା ସଂଯୁକ୍ତା ମିଶ୍ରଙ୍କ ବିରୋଧରେ ଉଚ୍ଚ ଶିକ୍ଷା ବିଭାଗର ଆରଡି ଏବଂ ଡେପୁଟି ଡାଇରେକ୍ଟରଙ୍କୁ କଲେଜର କର୍ମଚାରୀମାନେ ଅଭିଯୋଗ କରିଥିଲେ ।

ଅଭିଯୋଗକୁ ଆଧାର କରି ଉଚ୍ଚ ଶିକ୍ଷା ବିଭାଗର ଆରଡି ଏବଂ ଡେପୁଟି ଡାଇରେକ୍ଟର କଲେଜରେ ପହଞ୍ଚି ସମସ୍ତ ପ୍ରସଙ୍ଗକୁ ତଦାରଖ କରିଥିଲେ । ପୂର୍ବରୁ ଅଧ୍ୟକ୍ଷା କର୍ମଚାରୀ ମାନଙ୍କ ପରସନାଲ୍ ଫାଇଲ ଓ ସର୍ଭିସ ବୁକର ସମସ୍ତ ତଥ୍ୟ କାଢି ନେଇଥିବା ତଥ୍ୟକୁ ଲୁଚେଇବା । ଅଫିସ ଭିତରେ କରାଯାଇଥିବା ଦୁର୍ବ୍ୟବହାର ଓ ଅତ୍ୟାଚାରର ଫୁଟେଜ ନଷ୍ଟ କରିବା ଉଦ୍ଦେଶ୍ୟରେ ଚଞ୍ଚକତା କରି ଅଧ୍ୟକ୍ଷା ତରବରିଆ ଭାବେ ନିଜ ଅଫିସରେ ଲାଗିଥିବା ଅଡିଓ ଭିଡ଼ିଓ cctv କୁ କାଢି ନେଇଥିଲେ ।

ଏ ନେଇ କଲେଜର କର୍ମଚାରୀ କାର୍ଯ୍ୟଳୟରେ ତାଲା ପକାଇବା ସହ ଫାଣ୍ଡିରେ ଅଭିଯୋଗ କରିଛନ୍ତି । ଏନେଇ କଲେଜ ଅଧ୍ୟକ୍ଷା କହିଛନ୍ତି ମତେ କିଛି କର୍ମଚାରୀ ଦୁର୍ବ୍ୟବହାର କରିଥିବାର ମୁଁ ସିସି ଟିଭି ଖୋଲି ନେଇ ଥିଲେ । ଏଥି ସହିତ ଥାନାରେ ଏ ସଂପର୍କରେ ଲିଖିତ ଅଭିଯୋଗ କରିବା ପାଇଁ କହିଛନ୍ତି ।

Exit mobile version