Home ଓଡ଼ିଶା ଗଜପତି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ “ମନରେଗା ବଞ୍ଚାଅ ସଂଗ୍ରାମ”କୁ ନେଇ ରାଲି ଓ ବିକ୍ଷୋଭ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ by Proprietor Abhimanyu Maharana 6 months ago Share on FacebookShare on TwitterWhatsapp ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରୁ ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗ ଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଯୁକ୍ତ ଭକ୍ତ ଚରଣ ଦାସ ଙ୍କ ନିର୍ଦ୍ଦେଶ ଅନୁଯାୟୀ ବର୍ତ୍ତମାନ ଦେଶରେ ଡବଲ ଇଞ୍ଜିନ ୟୁପିଏ (କଂଗେସ) ସରକାର ଦ୍ବାରା 2005 ମସିହାରେ ପ୍ରଣୀତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ନିଶ୍ଚିତ ଆଇନ (MGNREGA) ଏକ ଅର୍ଧକାର-ଆଧାରିତ ଆଇନା ଏହା ପ୍ରତିବର୍ଷ ୫-୬ କୋଟି ଗ୍ରାମୀଣ ପରିବାରକୁ ମଳୁରୀ ଭିଭିକ ରୋଜଗାର ଦାବି କରିବାର ଆଇନଗତ ଅଧିକାର ଦେଇଆସିଥିଲା । ଦାବି ପରେ ୧୫ ଦିନ ମଧ୍ୟରେ ଜୀବିକା ଯୋଗାଇବା ରାଜ୍ୟର ଆଇନଗତ କର୍ତ୍ତବ୍ୟ ଥିଲା, ତାହା ବିଫଳ ହେଲେ ବେରୋଜଗାର ଉତ୍ତା ଦେବାକୁ ପଡ଼ୁଥିଲା । ଏହି ଆଇନଗତ ଅଧିକାର ଥିଲା MGNREGAର ମୂଳ ପରିଚୟା MGNREGA ଗ୍ରାମୀଣ ସୁରକ୍ଷାର ମୂଳ ଆଧାର ଭାବେ ଦୁଃଖଦ ଦାଦନ (ଡିଷ୍ଟ୍ରେସ ମାଇଗ୍ରେସନ) କମାଇଆସିଛି, ଗ୍ରାମୀଣ ମଜୁରୀ ବଢ଼ାଇଛି ଏବଂ ସମାଜିକ ଜୀବନରେ ରୋଜଗାରକୁ ଦୀର୍ଘସ୍ଥାୟୀ କରିଆସିଥିଲା । ଏହାର ଚାହିଦା – ଭିଭିକ ରୂପରେଖ, ନିଶ୍ଚିତ ମଳୁରୀ ଓ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରେ ଜମା, ବିଶେଷକରି ମହିଳା, ଦଳିତ, ଆଦିବାସୀ ଓ ପ୍ରାନ୍ତବର୍ତ୍ତୀ ସମୁଦାୟଙ୍କୁ ଲାଭାନ୍ୱିତ କରିଥିଲା। ସମୁଦାୟ କାର୍ଯ୍ୟଦିନର ପ୍ରାୟ ୬୦୩ ମହିଳାମାନଙ୍କର ରହି ଆସିଥିଲା I ନୂତନ VB-GRAM-G ଯୋଜନା ଏହି ଆଇନରୁ ସମ୍ପୂର୍ଣ ଭାବେ ଭିଲା ଏହା କାମର ଆଇନଗତ ନିଶ୍ଚିତତାକୁ ହଟାଏ। ଏହା କେନ୍ଦ୍ର ସରକାରଙ୍କ ହାତରେ ନିଷ୍ପରିକୁ କେନ୍ଦ୍ରୀଭୂତ କରେ, ଗ୍ରାମସଭା ଓ ପଞ୍ଚାୟତକୁ ଦୁର୍ବଳ କରେ ଏବଂ କେନ୍ଦ୍ରର ମଜୁରୀ ଅଂଶଦାନକୁ ପ୍ରାୟ ୯୦୭ ରୁ ୬୦୭ କମାଇ ରାଜ୍ୟ ଓ ଶ୍ରମିକଙ୍କ ଉପରେ ଆର୍ଥିକ ଭାର ଲଦିଦିଏ । କୃଷିଋତୁରେ ମଧ୍ୟ ସୀମିତ ବଜେଟ ଯୋଗୁଁ କାମଧନ୍ଦା ନ ମିଳିବାର ଆଶଂକା ସୃଷ୍ଟା ମଜୁରୀ ସୁରକ୍ଷାର ଶିଥୁଳତା ଯୋଗୁଁ ରୋଜଗାର କମିବା ଥୟା ମଜୁରୀ କମିଲେ ଗ୍ରାମୀଣ ଦୁଃଖ ବଢ଼ିବା ନିଶ୍ଚିତା କାର୍ଯ୍ୟକ୍ରମରୁ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ନାମ ହଟାଯିବା ଦ୍ଵାରା ଶ୍ରମର ମର୍ଯ୍ୟାଦା ପ୍ରତି ଅପମାନ ହୋଇଛି । ଗ୍ରାମ୍ୟ ସ୍ବୟଂଶାସନ ପାଣିଚିଆ ହେବା ସହ MGNEGAର ମୂଲ୍ୟବୋଧକୁ ଶିଥିଳ କରିବାର ଏହା ଏକ ଷଡ୍ଯନ୍ତ୍ର ଗ୍ରାମୀଣ ଜୀବିକା ଉପରେ ଏହି ଆକ୍ରମଣର ଗମ୍ଭୀରତାକୁ ଧ୍ୟାନରେ ରଖ୍, କଂଗ୍ରେସ ପକ୍ଷରୁ”MGNREGA ବଞ୍ଚାଅ ସଂଗ୍ରାମ” ନାମକ ଦେଶବ୍ୟାପୀ ଜନଆନ୍ଦୋଳନ ଆରମ୍ଭ ହୋଇଛି, ଯାହାର ଉଦ୍ଦେଶ୍ୟ କାମର SC/ST / OBC ସମାଜର ମନରେଗା ଶ୍ରମିକମାନଙ୍କୁ ସାମାଜିକ ନ୍ୟାୟରୁ ବଞ୍ଚିତ କରିବାର ଚକ୍ରାନ୍ତ ଏହି ନୂଆ ଆଇନ ସମ୍ପୂର୍ଣ ଭାବେ କୋଟି କୋଟି ଶ୍ରମିକ ଓ ଗରିବମାନଙ୍କ ଅଧିକାରକୁ ସମାପ୍ତ କରିବା ପାଇଁ ୮ଟି ଶତୃତାପୂର୍ଣ ଆକ୍ରମଣ କରୁଛି l -ରୋଜଗାର ଦେବା ଦାୟିତ୍ବରୁ କେନ୍ଦ୍ର ସରକାର ପଳାୟନ କରୁଛନ୍ତି ମନରେଗା ଆଇନରେ ଶ୍ରମିକ ମଜୁରୀର ସମ୍ପୂର୍ଣ ବଜେଟ୍ କେନ୍ଦ୍ର ସରକାର ଦେଉଥିଲେଦେବାକୁପଡ଼ିବ,ମନରେଗା ଏକ ଦାବି – ଭିତ୍ତିକ ଆଇନ ବଳରେ—ଶ୍ରମିକ କାମ ମାଗିଲେ କାମ ଦେବାକୁ ପଡ଼ିବ ନୂଆ ଆଇନରେ କେନ୍ଦ୍ର ସରକାର ନିଷ୍ପତ୍ତି ନେବେ କେଉଁ ରାଜ୍ୟରେ, କେଉଁ ଅଞ୍ଚଳରେ, କେତେ ଦିନ କାମ ଦିଆଯିବା ସମସ୍ତ ଅଧିକାର କେନ୍ଦ୍ର ପାଖରେ – ଶ୍ରମିକଙ୍କ ପାଖରେ ନୁହେଁ କେନ୍ଦ୍ର ସରକାରଙ୍କ ଦୟାରେ ବଜେଟ୍ ହେବ; ମନରେଗାରେ ବଜେଟ୍ର କୌଣସି ସୀମା ନଥିଲା I ନୂଆ ଆଇନରେ କେନ୍ଦ୍ର ସରକାର ଯାହାକୁ ଚାହିଁବେ ଦେବେ, ଯାହାକୁ ଚାହିଁବେ ଦେବେନି – “ମନମୁଖୀ ବାଣ୍ଟ, ନିଜ ଲୋକଙ୍କୁ ଲାଭ” ‘ମନରେଗାର ଗାରାଣ୍ଟି’ ବନାମ ‘କେନ୍ଦ୍ର ପ୍ରାୟୋଜିତ ଯୋଜନା’ ମନରେଗା ୧୦୦ ଦିନର କାମର ଆଇନଗତ ଗାରାଣ୍ଡି, ଯାହା ସଂବିଧାନର ଧାରା 39(a) ଓ 41ର ପ୍ରତିଫଳନା ନୂଆ ଆଇନରେ ଏହାକୁ କେବଳ ଏକ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା କରାଯାଇଛି – ରୋଜଗାରର ଅଧିକାର ସମାପ୍ତ ଆପଣଙ୍କୁ ଅନୁରୋଧ କରୁ କି ଆପଣ ଉପରୋକ୍ତ ସମସ୍ତ ଦିଗକୁ ଅନୁଧ୍ୟାନ କରି ଆମ ଦଳର ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ବିଷୟରେ ରାଜ୍ୟ ସରକାରଙ୍କ ଜରିଆରେ କେନ୍ଦ୍ରକୁ ଜଣାନ୍ତୁ ଓ ତୁରନ୍ତ ଉକ୍ତ ଐତିହାସିକ ଆଇନର ପୁନଃସ୍ଥାପନ କରିବାରେ ସରକାର ଯେପରି ପଦକ୍ଷେପ ନିଅନ୍ତି, ସେ ଦିଗରେ ପ୍ରଚେଷ୍ଟା କରନ୍ତୁ ବୋଲି ଜାତୀୟ କଂଗ୍ରେସ ଡାକରା ଦେଇଥିଲେ । ଆଜି ର ଏହି କାର୍ଯ୍ୟକ୍ରମରେ ଶତାଧିକ କଂଗ୍ରେସ କର୍ମୀ ବସନ୍ତ କୁମାର ପଣ୍ଡା ନଗର ସଭାପତି, ଏସି ସେଲ୍ ସଭାପତି ପାପା ରାଓ, ଜନାର୍ଦ୍ଦନ ରାଓ, ଶ୍ରୀନିବାସ ରାଓ, ସୂର୍ଯ୍ୟ ନାରାୟଣ ପାତ୍ର, ଲମ୍ବୋଦର ଦଣ୍ଡସେନା, ପୁରୁଷତ୍ତମ ପାଣିଗ୍ରାହୀ,ଜାଖବ ରଇତ,ମର୍ସୁଧା ମଣ୍ଡଳ, ସଂଗ୍ରାମ ସାହୁ,ମମାଲି କାର୍ଯୀ, ରଞ୍ଜିତା ପାଣିଗ୍ରାହୀ, ପ୍ରମୁଖ ଶତାଧିକ ନେତା କର୍ମି କଂଗ୍ରେସ ପ୍ରେମି ଉପସ୍ଥିତ ଥିଲେ । Categories: ଓଡ଼ିଶା, ଗଜପତି, ହୋମ୍ Related Content ଏକ ଦିବସୀୟ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ by Proprietor Abhimanyu Maharana August 3, 2026 ନୟାଗଡ଼ ଜିଲ୍ଲାର ସାହିତ୍ୟିକ ପରିଚୟ ପୁସ୍ତକ ଲୋକାର୍ପିତ by Proprietor Abhimanyu Maharana August 3, 2026 ପୁରୀ ଜିଲ୍ଲା ରେ ୧୪ ଟି ପଞ୍ଚାୟତ ର ୧୯ ଟି ଗ୍ରାମ ବନ୍ୟା ପ୍ରଭାବିତ by Proprietor Abhimanyu Maharana August 3, 2026 ଜ୍ଞାନ ବିଜ୍ଞାନ ମେଳା by Proprietor Abhimanyu Maharana August 3, 2026 ଦେବୀ ନଦୀର କଣ୍ଟିସାଳ ଠାରେ ବନ୍ଧରୁ ଖସୁଛି ଅତଡ଼ା : ଭୟବିତ ଗ୍ରାମବାସୀ by Proprietor Abhimanyu Maharana August 3, 2026 TANISHQ INTRODUCES DIAMOND EXPERTISE CENTRE ACROSS THREE STORES IN ODISHA, REDEFINING TRANSPARENCY IN DIAMOND BUYING by Proprietor Abhimanyu Maharana August 3, 2026