ରାୟପୁର ସଟ୍ ଡାଉନ୍ ନାଁ’ ରେ ବରଗଡ଼ ଜିଲ୍ଲା ରେ ଦରଦାମ ବୃଦ୍ଧି ; ପ୍ରଶାସନ ଦୃଷ୍ଟି ଦିଅନ୍ତୁ – ବରଗଡ଼

ଓଡ଼ିଶା ତାଜା ନ୍ୟୁଜ (୨୩ ସେପ୍ଟେମ୍ବର ବୁଧବାର) ବରଗଡ଼ :- ଛତିଶଗଡ଼ ରାଜଧାନୀ ତଥା ବ୍ୟବସାୟୀକ ସହର ରାୟପୁର ଗତ ୨୧ ତାରିଖରୁ ମହାମାରୀ କରୋନାର ପ୍ରକୋପ ଯୋଗୁଁ ୨୮ ତାରିଖ ପର୍ଯ୍ୟନ୍ତ ସଟ୍ ଡାଉନ୍ ଘୋଷଣା ହେବା ପରେ ଏ‌ହାର ବ୍ୟବସାୟୀକ ପ୍ରଭାବ ବରଗଡ଼ ଜିଲ୍ଲା ଉପରେ ପଡ଼ିବା ଖବର ସିଧାରଣରେ ସଂଶୟ ସୃଷ୍ଟି ହୋଇଛି । ଏହା ଗୁଜବ ଅଟେ ବୋଲି କୁହାଯାଉଥିଲେ ମଧ୍ୟ ଏହାର ଫାଇଦା ସ୍ଥାନୀୟ କେତେକ ମୁନାଫା ଖୋର ଉଠାଉଥିବା ପରିଲକ୍ଷିତ ହେଉଛି ।

ସାଧାରଣତଃ ବରଗଡ଼ ଜିଲ୍ଲା ବ୍ୟବସାୟୀ ପ୍ରାୟତଃ ରାୟପୁର ବଜାର ଉପରେ ନିର୍ଭର କରିଥାନ୍ତି । ଷ୍ଟେସନାରୀ ଠୁ ଆରମ୍ଭ କରି ଲୁଗାପଟା,ଓ ବିଶେଷ କରି ତେଜରାତି ସାମଗ୍ରୀ ଏହି ଠାରୁ ହିଁ ଆସିଥାଏ । କାରଣ ଏହା ଜିଲ୍ଲା ସୀମାରେ ଅବସ୍ଥିତ ଥିବାରୁ ଏବଂ ମାଲ ପରିବହନ ସହଜରେ ହୋଇପିରୁଥିବାରୁ ବ୍ୟବସାୟ ପାଇଁ ବରଗଡ଼ ରାୟପୁର ଉପରେ ନିର୍ଭର କରିଥାଏ । ଗତ ୨୧ ତାରିଖ ରାୟପୁର କୁ ସ୍ଥାନୀୟ ପ୍ରଶାସନ ସଟ୍ ଡାଉନ୍ ଘୋଷଣା କରିଥିଲେ ।

ଫଳରେ ଏବେ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଛି । ଏହାର ସୁଯୋଗ ନେଇ ବରଗଡ଼ ତେଜରାତି ବଜାରରେ ବିଶେଷ କରି ଡାଲି ଜାତୀୟ ଓ ଖାଇବା ତେଲ ମୂଲ୍ୟ ରେ ୫ ରୁ ୧୦ ଟଙ୍କା ସଂଗେ ସଂଗେ ବୃଦ୍ଧି ପାଇଥିବା ପରିଲକ୍ଷିତ ହୋଇଛି । ସେହିପରି ବରଗଡ଼ କୁ ନାସିକ୍ ରୁ ପିଆଜ ଆସୁଥିବା ବେଳେ ରାୟପୁର ରାସ୍ତା ଦେଇ ଆସିଥାଏ । ହେଲେ ସଟ୍ ଡାଉନ୍ ଦ୍ୱାହି ଦେଇ ଏବେ ପିଆଜ କିଲୋ ପ୍ରତି ୪୦ ରୁ ୫୦ ଟଙ୍କା ରେ ବିକ୍ରୀ ହେଉଛି । ଆଳୁ ମଧ୍ୟ ୩୫ ରୁ ୪୦ ଟଙ୍କା ରେ ବିକ୍ରୀ ହେଉଛି ।

ଏ ସଂପର୍କରେ ଜନୈକ ବ୍ୟବସାୟୀ ଙ୍କୁ ପଚାରିବାରୁ ରାୟପୁର ବନ୍ଦ ଥିବା ଯୋଗୁଁ ମାଲ୍ ଆସିପାରୁନଥିବାରୁ ଦରଦାମ ବୃଦ୍ଧି ହେଉଛି ବୋଲି କହିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ପର୍ଯ୍ୟନ୍ତ ଏଥିପ୍ରତି ଦୃଷ୍ଟି ଦିଆଯାଇନଥିବା ରୁ ଜନସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)

Exit mobile version