ବୋଲଗଡ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସହାୟତାରେ ଓ ଟୀକାତାଳ ସ୍ଥିତ ମା’ ଶାରଦା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆନୁକୂଲ୍ୟରେ ଏକ ଦିବସୀୟ ଔଷଧୀୟ ଚାରା ରୋପଣ ଓ କର୍ମଶାଳା ଶୁକ୍ରବାର ଦିନ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି I ଏହି କର୍ମଶଳାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ନିହାରିକା ମିଶ୍ରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଭୁବନେଶ୍ୱର ସ୍ଥିତ ଜଙ୍ଗଲ ଓ ପରିବେଶ ବିଭାଗର ପରିବେଶ ଶିକ୍ଷଣ ପଠନ କେନ୍ଦ୍ରର କ୍ଷେତ୍ର ଅଧିକାରୀ ଭରତ ଚନ୍ଦ୍ର ଜେନା,

