ପାଇକସାହି ସେବାଶ୍ରମ ବିଦ୍ୟାଳୟର ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବ ପାଳିତ

ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ରଣପୁର ଶିକ୍ଷା ବ୍ଲକ ଅନ୍ତର୍ଗତ ପଟିଆ ଗ୍ରାମପଞ୍ଚୟତସ୍ଥିତ ପାଇକସାହି ସେବାଶ୍ରମ ବିଦ୍ୟାଳୟର ୫ମ ବାର୍ଷିକକ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବ ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ନାଏକଙ୍କ ସଭାପତିତ୍ୱରେ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଅଛି I ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ବିଧାନସଭା ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ, ମୁଖ୍ୟବକ୍ତାଭାବେ ପଟିଆ ଗ୍ରାମପଞ୍ଚୟତ ସରପଞ୍ଚ ସୁମିତ୍ରା ସାହୁ ଓ ସମ୍ମାନିତ ଅତିଥିଭାବେ ମଣ୍ଡଳ ବିଜେପି ଉପସଭାପତି ଅକ୍ଷୟ ବାବୁ,କ୍ଲଷ୍ଟର ସଂଯୋଜକ ଶ୍ରୀମୟ କୁମାର ଦଳାଇ,

ପଟିଆ ଜୋନ ବିଜେପି ସଭାପତି ବେଣୁଧର ରଣା, ଚାନ୍ଦପୁର ଜୋନ ବିଜେପି ସଭାପତି ଦୁଃଖିଶ୍ୟାମ ଜେନା,ପଟିଆ ସମିତି ସଭ୍ୟା ଶ୍ରଦ୍ଧା ନାୟକ,ଝାଡ଼ାପଡା ଗ୍ରାମ ପଞ୍ଚାୟତ ସରପଞ୍ଚ ସୌରୀ ବନ୍ଧୁ ସାହୁ ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରଶ୍ମିତା ସାହୁ ପ୍ରମୁଖ ଯୋଗଦେଇ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ଫୁଲ, ଚନ୍ଦନ,ଧୂପ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଶୁଭ ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ନାଏକ ସ୍ୱାଗତ ଭାଷଣ ଦେଇ ଅତିଥିମାନଙ୍କ ପରିଚୟ ପ୍ରଦାନ କରି ବାର୍ଷିକ ବିବରଣୀ ପଠନ କରିଥିଲେ I

ସମସ୍ତ ନିମନ୍ତ୍ରିତ ଅତିଥିମାନଙ୍କୁ ବିଦ୍ୟାଳୟ ତରଫରୁ ଉତ୍ତରୀୟ ଓ ଫୁଲତୋଡ଼ା ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ I ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ଚନ୍ଦ୍ରକାନ୍ତ ହଜାରୀ ସଂଯୋଜନା କରିଥିଲେ I ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସମାଜର ଦର୍ପଣ ହୋଇଥିବାରୁ ସମସ୍ତ ଛାତ୍ର ଛାତ୍ରୀମାନେ ସେମାନଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ଗୁଣାତ୍ମକ ଶିକ୍ଷା ଅଧ୍ୟୟନ କରି ସମାଜରେ ଭଲ ମଣିଷ ହେବାପାଇଁ ମୁଖ୍ୟଅତିଥି ବାଚସ୍ପତି ସୁରମା ପାଢ଼ୀ ଛାତ୍ର ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ I

ରାଜ୍ୟ ସରକାରଙ୍କ ସମସ୍ତ ଶିକ୍ଷା ଛାତ୍ର ଛାତ୍ରୀମାନଙ୍କର ଭବିଷ୍ୟତ ଉଜ୍ଜ୍ୱଳ ମୟ କରିପାରିଛି ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ନାଏକ ସୂଚନା ପ୍ରଦାନ କରିଥିଲେ I ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ନାଏକ ଓ ଶିକ୍ଷକ ଚନ୍ଦ୍ରକାନ୍ତ ହଜାରୀ ପ୍ରମୁଖଙ୍କ ନୃତ୍ୟ ନିର୍ଦେଶନାରେ ଛାତ୍ର ଛାତ୍ରୀମାନେ ମନୋରଞ୍ଜନ ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରିଥିଲେ I ଏହି ଆଶ୍ରମ ବିଦ୍ୟାଳୟରେ ୨ଜଣ ଶିକ୍ଷକ ୯୨ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ସେମାନଙ୍କ ଭବିଷ୍ୟତ ପାଇଁ ଏଠାରେ ଅଧିକ ଶିକ୍ଷକ ଯୋଗାଇଦେବାକୁ ବାଚସ୍ପତି ସୁରମା ପାଢ଼ୀଙ୍କୁ ପ୍ରଧାନ ଶିକ୍ଷକ ଶ୍ରୀ ନାଏକ ଅବଗତ କରାଇଥିଲେ l

ଏହି ବାର୍ଷିକ କ୍ରୀଡା ଉତ୍ସବରେ ଛାତ୍ରଛାତ୍ରୀମାନେ ଲମ୍ବ ଡିଆଁ, ଦୌଡ଼, ଚିତ୍ରାଙ୍କନ, ରଚନା ଲିଖନ ଓ ନୃତ୍ୟ ସଂଗୀତରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ଟ୍ରଫି ପ୍ରମାଣ ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ପଟିଆ ଗ୍ରାମପଞ୍ଚାୟତର ଜିରୀପଡା, କଣ୍ଟାଶିରୀ ଗୋଡ଼ିସାହି ଓ ପାଇକ ସାହି ଗ୍ରାମବାସୀମାନେ ମୋବାଇଲ ସେବାରୁ ବଞ୍ଚିତ ହେଉଥିବାରୁ ଶୀଘ୍ର ପଦକ୍ଷପ ନେଇ ମୋବାଇଲ ସେବା ଯୋଗାଇଦେବାକୁ ବାଚସ୍ପତି ତଥା ରଣପୁର ବିଧାୟିକାଙ୍କୁ ଲିଖିତ ଦାବିପତ୍ର ପ୍ରଧାନ କରିଥିଲେ l ପରିଶେଷରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରଶ୍ମିତା ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I

Exit mobile version