Home ଓଡ଼ିଶା ବୀଣାପାଣି ଶିଶୁ ବିଦ୍ୟା ନିକେତନର ପିତୃମାତୃ ପୂଜନ ଓ ସପ୍ତମ ବାର୍ଷିକଉତ୍ସବ ଅନୁଷ୍ଠିତ by Proprietor Abhimanyu Maharana 6 months ago Share on FacebookShare on TwitterWhatsapp ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବ୍ଲକ ଅନ୍ତର୍ଗତ ତଥା ଜୟଦେବ ନିର୍ବାଚନ ମଣ୍ଡଳୀ କୁରୁଞ୍ଜିପୁର ପଞ୍ଚାୟତ ସୋଧୁଅ ବୀଣାପାଣି ଶିଶୁ ବିଦ୍ୟା ନିକେତନର ପିତୃ ମାତୃ ପୂଜନ ଓ ସପ୍ତମ ବାର୍ଷିକ ପୁରସ୍କାର ବିତରଣି ଉତ୍ସବ-୨୦୨୬ ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ଛନ୍ଦାରାଣି ମହାନ୍ତିଙ୍କ ସଭାପତିତ୍ବରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଲିପାଟଣା ପ୍ରେସ୍ କ୍ଳବର ସଭାପତି ଦିଲ୍ଲୀପ କୁମାର ଓଝା, ମୁଖ୍ୟବକ୍ତା ଭାବେ, ବରିଷ୍ଠ ଶିକ୍ଷାବିତ୍ ସୌମ୍ୟରଞ୍ଜନ ଦାସ ଏଵଂ ସମ୍ମାନୀତ ଅତିଥି ଭାବେ ସମାଜସେବୀ ମାଗୁଣି ଚରଣ ସେଠୀ, ଶିକ୍ଷାବିତ ପ୍ରଫେସର ରାଧାକାନ୍ତ ମହାନ୍ତି,ଶିଶୁ ସାହିତ୍ୟିକ ତଥା କୃପାନେନେତ୍ରର ସଂପାଦକ ରବୀନ୍ଦ୍ର କୁମାର ପାତ୍ର, ସାମ୍ବାଦିକ ବିନୋଦ କୁମାର ଭୋଇ , କବି ବିପିନ ବିହାରୀ ଦାସ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଶିକ୍ଷା ମାଧ୍ୟମରେ ସାମାଜିକ ବ୍ୟବସ୍ଥାରେ ହେଉଥିବା ତ୍ରୁଟିର ସୁଧାର ପାଇଁ ସମସ୍ତ ସଚେତନ ନାଗରିକ ତଥା ଛାତ୍ରାଭିଭାବକମାନେ ପ୍ରୟାସ କରିବାକୁ ଅନୁରୋଧ କରିଥିଲେ । ସ୍କୁଲର ପ୍ରତିଷ୍ଠାତା, ସମ୍ପାଦକ ବିଭୂତି ଭୂଷଣ ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲାବେଳେ ଶ୍ରୀମତୀ ସୁଜାତା ଦାସ ସୁନ୍ଦର ଭାବେ ମଞ୍ଚ ପରିଚାଳନା କରିଥିଲେ । ଏହି ଉତ୍ସବରେ ଶତାଧିକ ଛାତ୍ର ଛାତ୍ରୀ ଓ ଅନେକ ଅଭିଭାବକ ଯୋଗ ଦେଇଥିଲେ । ଏହି ଉତ୍ସବ ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତୀତୋ ଅର୍ଜନ କରିଥିବା କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ବଣ୍ଟନ କରାଯିବା ପରେ କୁନି କୁନି ପିଲାମାନଙ୍କ ଦ୍ବାରା ନାଚ ଗୀତର ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା । ଶେଷରେ ଶିକ୍ଷାବିତ୍ ଭାଗିରଥି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବକୁ ପ୍ରୀତି ପ୍ରିୟଦର୍ଶିନୀ ମହାପାତ୍ର, ବିଜୟଲକ୍ଷ୍ମୀ ବେହେରା ପ୍ରମୁଖ ଶିକ୍ଷୟିତ୍ରୀମାନେ ପରିଚାଳନାରେ ସହଯୋଗ କରିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ଭୟଙ୍କର ଅଗ୍ନିକାଣ୍ଡ : ଜଳିଗଲା ସମ୍ପୂର୍ଣ୍ଣ ଘର, ୧୦ ଟି ଅର୍ଦ୍ଧ ଦଗ୍ଧ ଗାଈ, ଓ ଦୁଇ ଜଣ ମଣିଷ by Proprietor Abhimanyu Maharana August 16, 2026 ବାଲିପାଟଣା ଅଞ୍ଚଳର ବିଭିନ୍ନ ଶିକ୍ଷା ଅନୁଷ୍ଠାନ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ by Proprietor Abhimanyu Maharana August 16, 2026 ବେଣୁଧର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୮୦ ତମ ସ୍ବାଧିନତା ଦିବସ ପାଳିତ by Proprietor Abhimanyu Maharana August 16, 2026 କିଙ୍ଗ ପବ୍ଲିକ ଇଂଲିଶ ମିଡିୟମ ସ୍କୁଲ ରେ ୮୦ତମ ସ୍ଵଧାନତା ଦିବସ ପାଳିତ by Proprietor Abhimanyu Maharana August 16, 2026 ମାଲକାନଗିରିରେ ମହାସମାରୋହରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ by Proprietor Abhimanyu Maharana August 16, 2026 ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ପାଳିତ by Proprietor Abhimanyu Maharana August 16, 2026