ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ନୟାଗଡ଼ ଜିଲ୍ଲା ରିଜର୍ଭ ପୋଲିସ କ୍ୟାମ୍ପସର ଛାତ ଉପରେ ଜଣେ କନେଷ୍ଟବଳ ଜୀବନ ହାରିଛନ୍ତି । ମୃତକ କନେଷ୍ଟବଳ ହେଲେ ୨୭ ବର୍ଷୀୟ ସୁନୀଲ ସେଠୀ । ସର୍ଭିସ ରିଭଲଭରରୁ ଗୁଳି ଫୁଟାଇ ଜୀବନ ହାରିଥିବା ପୋଲିସ କହିଛି । ପାରିବାରିକ ଚାପ ଯୋଗୁଁ କନେଷ୍ଟବଳ ଜଣକ ଏପରି ଚରମ ନିଷ୍ପତ୍ତି ନେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ନୟାଗଡ଼ ଏସପି ଏସ୍ ସୁଶ୍ରୀ କହିଛନ୍ତି । ନୟାଗଡ଼ ଟାଉନ ଥାନା ପକ୍ଷରୁ କନେଷ୍ଟବଳଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା ।
