Home ଓଡ଼ିଶା କଣ୍ଟାବାଞ୍ଜି ପି.ଏମ୍. ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ସମ୍ପନ୍ନ by Proprietor Abhimanyu Maharana 6 months ago Share on FacebookShare on TwitterWhatsapp ବେଲପଡ଼ା/କଣ୍ଟାବାଞ୍ଜି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ସ୍ଥାନୀୟ ପି.ଏମ୍. ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କଣ୍ଟାବାଞ୍ଜି ପରିସରରେ ବାର୍ଷିକ କ୍ରୀଡ଼ା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଅଶୋକ ତରିଆଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତୁରେକେଲା ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀ ଗୌତମ ପଟେଲ୍ ଯୋଗଦେଇ କ୍ରୀଡ଼ା ପତାକା ଉତ୍ତୋଳନ ପୂର୍ବକ ଉତ୍ସବକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ସମ୍ମାନିତ ଅତିଥି ଭାବେ ତୁରେକେଲା ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀ ଫକିର ଚରଣ ବିଶି, କଣ୍ଟାବାଞ୍ଜି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ଦିନେଶ ମହାନନ୍ଦ, ତୁରେକେଲା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଶଙ୍କର ନାଗ, ଶିଶୁ ରୋଗ ବିଶେଷଜ୍ଞ ଡକ୍ଟର ରାମ, ପୁରାତନ ଛାତ୍ରୀ ସଂସଦର ସଭାପତି ସିମ୍ରନ କୌର ଏବଂ ଅନୁଭବୀ ବିଜ୍ଞାନ ଶିକ୍ଷକ ଶ୍ରୀ ରାଜେଶ କୁମାର ସିଂହ ଦେଓ ପ୍ରମୁଖ ମଞ୍ଚାସୀନ ରହି ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ସମଗ୍ର ମଞ୍ଚ କାର୍ଯ୍ୟକ୍ରମକୁ ଶିକ୍ଷକ ଶ୍ରୀ ସୁଧୀର ସାଗରୀୟ ଏବଂ ଶ୍ରୀ ରାଧେ ଶ୍ୟାମ କୁମ୍ଭାର ଅତି ସୁନ୍ଦର ଭାବେ ପରିଚାଳନା କରିଥିଲେ। ବିଦ୍ୟାଳୟର ଶିକ୍ଷକ ଶ୍ରୀ ମଧୁସୂଦନ ପଟେଲ୍ ଏବଂ କ୍ରୀଡ଼ା ଶିକ୍ଷକ ଶ୍ରୀ ଉପେନ୍ଦ୍ର ଚନ୍ଦନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ସୁଚାରୁରୂପେ ସମ୍ପନ୍ନ ହୋଇଥିଲା। କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ପରିଶେଷରେ ଶ୍ରୀ ଉପେନ୍ଦ୍ର ଚନ୍ଦନ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। Categories: ଓଡ଼ିଶା, ବଲାଙ୍ଗିର, ହୋମ୍ Related Content ପ୍ରିୟ ରାଜସୁନାଖଳା ଯୁବ କମିଟି ପକ୍ଷରୁ ରକ୍ତ ଦାନ ଶିବିର by Proprietor Abhimanyu Maharana August 16, 2026 ଭୟଙ୍କର ଅଗ୍ନିକାଣ୍ଡ : ଜଳିଗଲା ସମ୍ପୂର୍ଣ୍ଣ ଘର, ୧୦ ଟି ଅର୍ଦ୍ଧ ଦଗ୍ଧ ଗାଈ, ଓ ଦୁଇ ଜଣ ମଣିଷ by Proprietor Abhimanyu Maharana August 16, 2026 ବାଲିପାଟଣା ଅଞ୍ଚଳର ବିଭିନ୍ନ ଶିକ୍ଷା ଅନୁଷ୍ଠାନ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ by Proprietor Abhimanyu Maharana August 16, 2026 ବେଣୁଧର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୮୦ ତମ ସ୍ବାଧିନତା ଦିବସ ପାଳିତ by Proprietor Abhimanyu Maharana August 16, 2026 କିଙ୍ଗ ପବ୍ଲିକ ଇଂଲିଶ ମିଡିୟମ ସ୍କୁଲ ରେ ୮୦ତମ ସ୍ଵଧାନତା ଦିବସ ପାଳିତ by Proprietor Abhimanyu Maharana August 16, 2026 ମାଲକାନଗିରିରେ ମହାସମାରୋହରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ by Proprietor Abhimanyu Maharana August 16, 2026