ପଶ୍ଚିମଶ୍ୱର ଉଚ୍ଚ ବିଦ୍ୟାଳୟର ୪୭ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ

ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବୋଲଗଡ ଶିକ୍ଷା ବ୍ଲକ ସ୍ଥିତ ତାଳତୁମ୍ବ ପଶ୍ଚିମେଶ୍ୱର ଦେବ ସରକାରୀ ଉଚ୍ଚ ବିଦ୍ୟାଳୟ ଆନୁକୂଲ୍ୟରେ ଓ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରଣତିସିଂଙ୍କ ଆବାହକତ୍ୱରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି l ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଉଦ୍ଘାଟନୀ ଉତ୍ସବରେ ପ୍ରଧାନ ଶିକ୍ଷୟିତ୍ରୀ ପ୍ରଣତି ସିଂ ଙ୍କ ସଭାପତିତ୍ୱରେ ମୁଖ୍ୟଅତିଥିଭାବେ ବୋଲଗଡ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ. ମୁଖ୍ୟବକ୍ତାଭାବେ ବୋଲଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ. ସଂମ୍ମାନିତ ଅତିଥି ଭାବେ ଗୋପାଳପୁର ସରପଞ୍ଚ ପ୍ରଦୀପ କୁମାର ବାରିକ. ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରିବନ୍ଧୁ ତ୍ରିପାଠୀ.

ପୁରୁଷୋତ୍ତମ ବେହେରା. ରଘୁନାଥ ଦଳ ବେହେରା. ସୁଶୀଲ କୁମାର ସାହୁ. ହିନ୍ଧି ଶିକ୍ଷକ ଦେବୀ ପ୍ରସାଦ ମାନ୍ଧାତା. ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରବୀନ୍ଦ୍ର ନାଥ ବେହେରା. ସଭାପତି ପବିତ୍ର କୁମାର ବେହେରା.ଉପସଭାପତି ସୁଜାତା ପତଯୋଶୀ. ପାଞ୍ଚସଖା ଶିକ୍ଷା ସେତୁ ପ୍ରଦୀପ କୁମାର ସାହୁ. ଶିକ୍ଷା ସେତୁ ସଭାପତି ପ୍ରଦୀପ୍ତ କୁମାର ସାହୁ. ଶିକ୍ଷା ବିତ ବାଳକୃଷ୍ଣ ନାୟକ. ଅକ୍ଷୟ କୁମାର ରାଉତରାୟ ବିଦ୍ୟାଳୟ ପ୍ରେମି ସଚିତ୍ର କୁମାର ସାହୁ. ସୁବାସ ଚନ୍ଦ୍ର ପ୍ରହରାଜ ପ୍ରମୁଖ ଯୋଗଦେଇ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ଫୁଲ, ଚନ୍ଦନ ଧୂପ,ଦୀପ ଦେଇ ଏହାକୁ ଶୁଭଉଦଘାଟନ କରିଥିଲେ l କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶିକ୍ଷାନୁଷ୍ଠାନର ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ l

ବରିଷ୍ଠ ଶିକ୍ଷକ ପବିତ୍ର ବେହେରା ବିବରଣୀ ପଠନ କରିଥିଲେ ଅତିଥିମାନଙ୍କର ପରିଚୟ ସୁକାନ୍ତ କୁମାର ବ୍ରହ୍ମ୍ଛା ପ୍ରଦାନ କରିଥିଲେ l ସମସ୍ତ ଛାତ୍ରଛାତ୍ରୀମାନେ ଶିକ୍ଷା ସହିତ କ୍ରୀଡ଼ାକୁ ଗୁରୁତ୍ୱ ଦେବା ସଙ୍ଗେ ସଙ୍ଗେ ଶୃଙ୍ଖଳିତ ଭାବରେ ସମୟାନୁବର୍ତ୍ତିତା ହୋଇ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ପିତାମାତାଙ୍କୁ ନ ଭୁଲିଯାଇ ସମ୍ମାନ ପ୍ରଦର୍ଶନ କରିବାକୁ ମୁଖ୍ୟ ବକ୍ତା ପ୍ରମୋଦ କୁମାର ସ୍ୱାଇଁ ଛାତ୍ର ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ l ମଞ୍ଚ ସଂଯୋଜନା ଶିକ୍ଷକ ଅଶୋକ କୁମାର ଦାସ. ସାନ୍ଧ୍ୟରାଣୀ ମହାନ୍ତି କରିଥିଲେ. ସମସ୍ତ କାର୍ଯ୍ୟକ୍ରମ କୁ ଶୃଙ୍ଖଳିତ ଭାବରେଶିକ୍ଷକ ବସନ୍ତ କଅଁର.

ଶ୍ରୀନିବାସ ନାୟକ. ସୁକାନ୍ତ କୁମାର ମୁଦୁଲି. ଶିକ୍ଷୟତ୍ରୀ ମନିସା ପ୍ରିୟଦର୍ଶିନୀ ରଥ ସୌଦାମିନୀ ବେହେରା.ସଞ୍ଚିତା ସିଂ ଓ ଲଷ୍ମୀପ୍ରିୟା ରାଉତ ସହଯୋଗ କରି ପରିଚାଳନା କରିଥିଲେ. ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଯୋଗିନାଥ ନାୟକ, ପ୍ରଫୁଲ୍ଲ ସିଂହ ଉପସ୍ଥିତ ରହିଥିଲେ. ବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ୱାର ପୁରସ୍କାର ବିତରଣ କରାଯାଇଥିଲା।ପରିଶେଷରେ ଶିକ୍ଷକ ସୁକାନ୍ତ କୁମାର ବ୍ରହ୍ମ୍ଛା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Exit mobile version