ଗୌରଙ୍ଗପୁର ପଞ୍ଚାୟତରେ ଆମ ବ୍ୟାଙ୍କ ସେବା ଉଦଘାଟିତ

ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ରଣପୁର ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ରଣପୁର ବ୍ଲକ ଅନ୍ତର୍ଗତ ଗୌରାଙ୍ଗ ପୁର ଗ୍ରାମପଞ୍ଚୟତ କାର୍ଯ୍ୟାଳୟ ପରିସରରେ ଆମ ବ୍ୟାଙ୍କ ଗ୍ରାହକ ସେବାକେନ୍ଦ୍ର ଉଦଘାଟିତ ହୋଇଯାଇଅଛି! ଏହା କାର୍ଯ୍ୟକ୍ରମରେ ଆମ ବ୍ୟାଙ୍କ ଶାଖା ପରିଚାଳକ ବୈଦ୍ୟନାଥ ଦାସଙ୍କ ପୌରୋହିତରେ ମୁଖ୍ୟ ଅତିଭାଭେବେ ଗୌରଙ୍ଗପୁର ଗ୍ରାମପଞ୍ଚୟତ ତଥା ସମାଜସେବୀ ପ୍ରଭାତ କୁମାର ପ୍ରଧାନ ସ୍ୱତନ୍ତ୍ର ଅତିଥିଭାବେ ନୟାଗଡ଼ ଜିଲ୍ଲା ସରତୀୟ ଷ୍ଟେଟ ବ୍ୟାଙ୍କ ଅଧୁକାରୀ ଦିଲ୍ଲୀପ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ପୂଜା,

ଅର୍ଚ୍ଚନା ପରେ ରିବନ ଫିତା କାଟି ଏହାକୁ ଶୁଭ ଉଦଘାଟନ କରିଥିଲେ ! ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ବହୁ ସମାଜସେବୀ, ବୁଦ୍ଧିଜୀବୀ ଓ ମହିଳା ସ୍ୱୟଂମ ସହାୟକ ଗୋଷ୍ଠୀର ମହିଳାମାନେ ଯୋଗଦେଇ ଆମେ ଦୀର୍ଘ ୫କିଲୋମିଟର ଅତିକ୍ରମ କରି ଗଲେ ଅସୁବିଧାର ସମ୍ମୁଖୀନ ହୋଇ ରଣପୁରସ୍ଥିତ ବ୍ୟାଙ୍କ ସେବା ପାଇବା ପାଇଁ ଯାଉଥିଲେ ! କିନ୍ତୁ ଆମ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ନୂତନ ଆମ ବ୍ୟାଙ୍କ ( ଵା )ଗ୍ରହକାକସେବା କେନ୍ଦ୍ର ଉଦଘାଟିତ ହେଉଥିବାରୁ ବୃଦ୍ଧ, ବୃଦ୍ଧା,

ସ୍କୁଲ ଛାତ୍ରଛାତ୍ରୀ ଓ ପଞ୍ଚାୟତବାସୀ ବ୍ୟାଙ୍କ ସେବା ପାରିବେ ବୋଲି ମୁଖ୍ୟଅତିଥି ତଥା ସରପଞ୍ଚ ପ୍ରଭାତ କୁମାର ପ୍ରଧାନ ସମସ୍ତଙ୍କୁ ସୁଚନା ଦେଇଥିଲେ ! ଏହି ଗ୍ରାହକ ସେବା କେନ୍ଦ୍ର ମାଧ୍ୟମରେ ସଂଚୟ ବ୍ୟାଙ୍କ ଖାତା,ଅଟଳ ପେନସନ ଯୋଜନା,ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ତତ୍କାଳ ମୁଦ୍ରା ପଠାଇବା,ଏଇପିଏସ ଯୋଜନା ଆଡୁ ବିଭିନ୍ନ ସେବାଗୁଡ଼ିକ ଯୋଗାଇଦେବା ପାଇଁ ନୟାଗଡ଼ ଜିଲ୍ଲା

ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଧିକାରୀ ଦିଲ୍ଲୀପ କୁମାର ପ୍ରଧାନ ଉପସ୍ଥିତ ପଞ୍ଚାୟତବାସୀଙ୍କୁ ପରାମର୍ଶ ଦେଇଥିଲେ !ଗୌରାଙ୍ଗ ପୁର ଗ୍ରାମପଞ୍ଚୟତ କାର୍ଯ୍ୟାଳୟ ପରିସରରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ନୂତନ ଗ୍ରାହକ ସେବା କେନ୍ଦ୍ର ଉଦଘାଟିତ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳର ସମାଜସେବୀ, ବୁଦ୍ଧିଜୀବମାନେ ସରପଞ୍ଚଙ୍କ ଉଦ୍ୟମରେ ହୋଇଥିବାରୁ ଉଚ୍ଚ ପ୍ରଶଂସା କରିଛନ୍ତି l

Exit mobile version