ବଳଭଦ୍ରପୁର ସେବା ସମବାୟ ସମିତି ତରଫରୁ ଷଷ୍ଠ ପର୍ଯ୍ୟାୟ ଧାନ ମଣ୍ଡି ଉଦଘାଟିତ

ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ରଣପୁର ବ୍ଲକ ଅନ୍ତର୍ଗତ ବଳଭଦ୍ରପୁର ସେବା ସମବାୟ ସମିତି ସମ୍ପାଦକ ରବୀନ୍ଦ୍ର କୁମାର ଶତପଥୀଙ୍କ ତତ୍ୱାବଧାନରେ ବୁଧବାରଦିନ ସେବା ସମବାୟ ସମିତି ପରିସରରେ ଷଷ୍ଠ ପର୍ଯ୍ୟାୟଧାନ ମଣ୍ଡି ଉଦଘାଟନ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମରେ ସେବା ସମବାୟସମିତିର ସଭାପତି କମଳେଶ୍ୱର ଦଳାଇଙ୍କ ସମେତ ବହୁ ଚାଷୀମାନେ ଉପସ୍ଥିତ ରହି ଏହାକୁ ଶୁଭ ଉଦଘାଟନ କରିଥିଲେ l

ବଳଭଦ୍ରପୁର ସେବା ସମବାୟ ସମିତିରେ ୮୦୦ ଜଣ ଚାଷୀମାନଙ୍କର ନାମ ପଞ୍ଜିକରଣ ହୋଇଥିଲାବେଳେ ଉଦଘାଟନୀ ଦିବସରେ ୧୪ଜଣ ଚାଷୀମାନେ ମଣ୍ଡିରେ ୫୩୫ କ୍ୱିଣ୍ଟାଲ ଧାନ ଦେଇଥିଲେ l ଦ୍ୱତୀୟ ପର୍ଯ୍ୟାୟରେ ୩୦ଜଣ ଚାଷୀ ୮୦୦କ୍ୱିଣ୍ଟାଲ,ତୃତୀୟ ପର୍ଯ୍ୟାୟରେ ୨୭ଜଣ ଚାଷୀଙ୍କଠାରୁ ୭୮୯କ୍ୱିଣ୍ଟାଲ, ୪ର୍ଥ ପର୍ଯ୍ୟାୟରେ ୨୫ଜଣଙ୍କ ଚାଷୀଙ୍କଠାରୁ ୮୩୦ କ୍ୱିଣ୍ଟାଲ, ୫ମ ପର୍ଯ୍ୟାୟରେ ୧୮ଜଣଙ୍କ ଚାଷୀଙ୍କଠାରୁ ୮୫୦ କ୍ୱିଣ୍ଟାଲ ଓ ଆଜି ଷଷ୍ଠ ପର୍ଯ୍ୟାୟରେ ୧୫ଜଣ ଚାଷୀଙ୍କଠାରୁ ୫୦୦କ୍ୱିଣ୍ଟାଲ ଉର୍ଦ୍ଧ ଧାନ କ୍ରୟ ସମିତି ପକ୍ଷରୁ କରାଯାଇଥିଲା l

 

ବଳଭଦ୍ରପୁର ସେବା ସମବାୟ ସମିତି ଲିଃର ଚାଷୀମାନଙ୍କୁ ଉପଯୁକ୍ତ ଧାନର ପ୍ରାପ୍ୟ ୩୧୦୦ ଟଙ୍କା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେବା ସହିତ “ଆମେ ସମ୍ପୂର୍ଣ୍ଣ ସ୍ବଛତାର ସହ ଧାନ କ୍ରୟ କରିବାକୁ ପ୍ରସ୍ତୁତ ଅଛୁ ଓ ଚାଷୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ଟୋକନ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ବୋଲି ସମ୍ପାଦକ ରବୀନ୍ଦ୍ର କୁମାର ଶତପଥୀ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ l ଓଡ଼ଗାଁସ୍ଥିତ ମା “ବାଗାଦେବୀ ରାଇସ ମିଲ ଆଣ୍ଡ କମ୍ପାନୀ ବଳଭଦ୍ରପୁର ସେବା ସମବାୟ ସମିତିରୁ ଆଜି ୧୫ଜଣ ଚାଷୀଙ୍କଠାରୁ ୫୦୦କ୍ୱିଣ୍ଟାଲ ରୁ ଉର୍ଦ୍ଧ ଧାନ କ୍ରୟ କରିଥିଲେ l ବଳଭଦ୍ରପୁର ସେବା ସମବାୟ ସମିତି ପରିଚାଳନା କମିଟିର ସମସ୍ତ ସଦସ୍ୟ ଓ ଚାଷୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l

Exit mobile version