କଣ୍ଟାବାଞ୍ଜି ମାଟିର ମହୋତ୍ସବ କମିଟି ପକ୍ଷରୁ ରକ୍ତଦାନ ଶିବିର

ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :-  ବଲାଙ୍ଗୀର ଜିଲ୍ଲା ସ୍ଥାନୀୟ ଶ୍ରୀ ହରି ଭବନରେ ରବିବାର କଣ୍ଟାବାଞ୍ଜି ମାଟିର ମହୋତ୍ସବ କମିଟି ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷଣ ବାଗ, ସମ୍ମାନିତ ଅତିଥ୍ ଭାବେ ଏନଏସି କାର୍ଯ୍ୟ ନିର୍ବାହୀ ଅଧୂକାରୀ ଛବି ପୋଡ଼, କଣ୍ଟାବାଞ୍ଜି ମାଟିର ମହୋତ୍ସବ କମିଟି ସଭାପତି ବ୍ରଜଶ୍ୟାମ ଗୁରୁ ଯୋଗଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ।

ଏହି ଶିବିରରେ ପ୍ରଥମେ ବିଧାୟକ ଶ୍ରୀ ବାଗ ରକ୍ତଦାନ କରିଥିଲେ | ୨୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା I ସ୍ଥାନୀୟ ରକ୍ତ ଭଣ୍ଡାର ପକ୍ଷରୁ କୁନାଲ ଦାସ, ଗୁରୁବାରୁ ରଣା, ଶିବ ସାହୁ, ପ୍ରଶାନ୍ତ ସାହୁ, ବିଶ୍ଵଜିତ ଦେବତା ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ। କମିଟି ପକ୍ଷରୁ ସମ୍ପାଦକ ବେଦବ୍ୟାସ ନାଗ,

ରାଜୁ ଶର୍ମା, ସଞ୍ଜୟ ଗାନ୍ଧୀ, ପ୍ରକାଶ ପଧାନ, ସୋମନାଥ ସାହୁ, ଦିନେଶ ମହାନନ୍ଦ, ରାଜୁ ବାରିକ, ତୁଳସୀ ଜଗତ, ରୋହନ ମହତ, ନିଶିକାନ୍ତ ମହାପାତ୍ର, ମୋହନ ସୁନା, ଦେବରାଜ ସିଂ, କୈଳାଶ ଦୀପ, ରାଜେନ୍ଦ୍ର ବେହେରା, ରଶ୍ମି ରଞ୍ଜନ ପୁଟେଲ ସହଯୋଗ କରିଥିଲେ।

Exit mobile version