ବନ୍ଦେ ଉତ୍କଳ ଲୋକକଳା ଓ ଲୋକ ସଂସ୍କୃତି ମହାସଂଘର ରାଜ୍ୟସ୍ତରୀୟ ବୈଠକ

କଟକ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ରାଜ୍ୟର ବନ୍ଦେ ଉତ୍କଳ ଲୋକକଳା ଓ ଲୋକସଂସ୍କୃତ ମହାସଂଘ ପକ୍ଷରୁ ବାଉଁଝରି ମନ୍ଦିର, ତ୍ରିଶୁଲିଆ ନିକଟରେ ଏକ ରାଜ୍ଯସ୍ତରୀୟ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ,। ମହାସଂଘର ରାଜ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ଅଜୟ ମୁଦୁଲିଙ୍କ ତତ୍ତ୍ଵାବଧାନରେ କଟକ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ମାଗୁଣି ଚରଣ ରାଉତଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ମହାସଂଘର ବିଭିନ୍ନ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରାଯିବା ସହ ମହାସଂଘ ପକ୍ଷରୁ ଆଗାମୀ ୨୨ ତାରିଖରେ ଆଠଗଡ଼ ଠାରେ ହେବାକୁ ଥିବା ଲୋକକଳା ଉତ୍ସବ ସମ୍ପର୍କରେ ଏକ ବିସ୍ତୃତ ଭାବେ ଆଲୋଚନାର ପ୍ରସ୍ତାବମାନ ଆଗତ କରାଯାଇଥିଲା ।

ଆଉ ମଧ୍ୟ କଳାର ବିକାଶ ସହିତ କଳାକାରମାନେ କିପରି ସରକାରୀ ସ୍ତରରେ ପ୍ରୋତ୍ସାହନ ପାଇ ଉପକୃତ ହେବେ ଉପସ୍ଥିତ ଥିବା ସମସ୍ତ କର୍ମକର୍ତ୍ତା ମାନେ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଉକ୍ତ ବୈଠକରେ ରାଜ୍ୟ ସଭାପତି ବିଜୟ କୁମାର ମିଶ୍ର, ସଂପାଦକ ବିନୋଦ କୁମାର ଭୋଇ ଓ ଉପ ସଭାପତି ବିବେକାନନ୍ଦ ବେଉରାଙ୍କ ପ୍ରସ୍ତାବ ଅନୁଯାୟୀ ରାଜ୍ଯ କଳାକ୍ଷେତ୍ର ଅନୁଷ୍ଠାନ ଓ ବନ୍ଦେ ଉତ୍କଳ ମହାସଂଘର ମିଳିତ ଭାବେ ଆଠଗଡ ଠାରେ ଉତ୍ସବ ଆୟୋଜନ ହେବ ।

ଏଥିରେ କଟକ ଜିଲ୍ଲାର ସମସ୍ତ ଲୋକ କଳାକାରମାନେ ଆୟୋଜିତ ଉତ୍ସବରେ କଳା ପରିବେଷଣ କରିବା ସହିତ ଆଗାମୀ ଦିନରେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଦ୍ଵାରା ଆୟୋଜିତ ହେବାକୁ ଥିବା କୋଣାର୍କ କଳା ମହୋତ୍ସବରେ କଳା ପରିବେଷଣ ପାଇଁ ଯୋଗ୍ୟ ବିବେଚିତ ହେବେ ବୋଲି ପ୍ରସ୍ତାବମାନ ଆଗତ କରାଯାଇଥିଲା । କଳାକ୍ଷେତ୍ର ଦ୍ୱାରା ଏକ ସ୍ଵତନ୍ତ୍ର ମନୋନୟନ କମିଟି ଗଠନ କରାଯାଇ ପ୍ରକୃତ କଳାକାରଙ୍କୁ ଚିହ୍ନଟ କରାଯିବ, ଏଥିପାଇଁ କଳାକ୍ଷେତ୍ରର ସଭାପତି ଅଶ୍ରୁମୋଚନ ମହାନ୍ତି ଓ ସମ୍ପାଦକ ବାସୁଦେବ ମାଲବିଶୋଇ ସମ୍ପୂର୍ଣ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

ଆଜିର ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ମହାସଂଘର ରାଜ୍ୟ ସଂଯୋଜକ ନିବାସ ଚନ୍ଦ୍ର ମିଶ୍ର, ଜିଲ୍ଲା କାର୍ଯ୍ୟକାରୀ ସଭାପତି ରବୀନ୍ଦ୍ର ନାଥ ସାହୁ, ଜିଲ୍ଲା ସଂଗଠନ ସମ୍ପାଦକ ଦେବାଶିଷ ମହାନ୍ତି, ଉପାଧ୍ୟକ୍ଷ ଚନ୍ଦ୍ରଶେଖର ସାମଲ, ସଂସ୍କୃତି ସମ୍ପାଦକ ବଂଶୀଧର ମହାପାତ୍ର, ଜିଲ୍ଲା ସଂଯୋଜିକା ରେଣୁବାଳା ମିଶ୍ର, ପ୍ରସନ୍ନ ପାତ୍ର , ସୌଭାଗ୍ୟ ମହାନ୍ତି, କଟକ ଜିଲ୍ଲା ଉପ ସଭାପତି ରାଘବ ଚନ୍ଦ୍ର ବେହେରା, କଣ୍ଟାପଡ଼ା ବ୍ଲକ ସଭାପତି ସୁବଳ ଚରଣ ବେହେରା, ବଡମ୍ବା ବ୍ଲକ ସଭାପତି ମହେଶ୍ୱର ବେହେରା,

ଉପଦେଷ୍ଟା ଆଇନଜିବୀ ସଂଯୋଜ କୁମାର ସାମନ୍ତରାୟ, କଟକ ସଦରର ଉପଦେଷ୍ଟା ନାଟ୍ୟ ନିର୍ଦ୍ଦେଶକ ତଥା ମାରୁତିଶ୍ରୀ ରଞ୍ଜିତ ପ୍ରସାଦ ଜେନା, ମହାନଗର ନିଗମର ଉପଦେଷ୍ଟା ଗୋପାଳ ଚନ୍ଦ୍ର ମିଶ୍ର, କଟକ ସଦରର କାର୍ଯ୍ୟକାରିଣୀ ସଦସ୍ୟ ନାଟ୍ୟ ନିର୍ଦେଶକ ଭରତ ଚନ୍ଦ୍ର ବେହେରା, ଉପଦେଷ୍ଟା ବସନ୍ତ କୁମାର ସାହୁ,ଆଇନଜୀବୀ ବୁଲୁ ମହାନ୍ତି,ଜିଲ୍ଲା ସଦସ୍ୟ ରସ୍ମିକାନ୍ତ ସ୍ଵାଇଁ,, ମହାନଗର ନିଗମର ସଙ୍ଗଠନ ସଂପାଦକ ସୋମନାଥ ଦାସ ପ୍ରମୁଖ ସମେତ ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ,। ଶେଷରେ ମହାସଂଘର କାର୍ଯ୍ୟକାରି ସଭାପତି ବିବେକାନନ୍ଦ ବେଉରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version