ଚନ୍ଦ୍ରଗିରି ବନାଞ୍ଚଳ ପକ୍ଷରୁ ଲକ୍ଷାଧିକ ଟଙ୍କାର କାଠଗଣ୍ଡି ଜବତ

ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଗଜପତି ଜିଲ୍ଲା ଚନ୍ଦ୍ରଗିରି ବନାଞ୍ଚଳ ପକ୍ଷରୁ ଚଢ଼ାଉ କରି ବିପୁଳ ପରିମାଣର ମୂଲ୍ୟବାନ କାଠ ଗଣ୍ଡି ଜବତ ହୋଇଥିବା ସୂଚନା ମିଳିଛି. ଗଞ୍ଜାମ ଜିଲ୍ଲା ପୋଡ଼ାମାରି ଗାଁ ନିକଟସ୍ଥ ବଜାର ସାହିରେ ଥିବା ଏକ ପୋଖରୀ ନିକଟରେ ମୂଲ୍ୟବାନ କାଠ ଥିବା ନେଇ ବିଶେଷ ସୂତ୍ରରୁ ସୂଚନା ପାଇଥିଲା ବନ ବିଭାଗ । ଯାହାକୁ ନେଇ ଚଢ଼ାଉ କରି ବିପୁଳ ପରିମାଣର ମୂଲ୍ୟବାନ କାଠକୁ ଜବତ କରାଯାଇଛି.

ଏଥିସହ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ଅଙ୍ଗେଇତ ପୋଖରୀ ନିକଟରୁ ବିପୁଳ ପରିମାଣର କାଠ ଜବତ କରିଛି ବନବିଭାଗ। ପିଆଶାଳ, ଟାଙ୍ଗିଣି, ମୋଇ ଓ ଚାର ଭଳି ବିଭିନ୍ନ ଗଛର ଗଣ୍ଡିକୁ ଲୁଚାଇ ରଖାଯାଇଥିଲା। ଯାହାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେବାରେ ଲାଗିଛି। ଏତେ ପରିମାଣର କାଠ କିଏ ଓ କେଉଁଠିକୁ ଚୋରା ଚାଲାଣ କରିବା ପାଇଁ ରଖିଥିଲା ତାହା ଜଣା ପଡିନାହିଁ। ସମସ୍ତ ଜବତ କାଠର ଆନୁମାନିକ ବଜାର ଦର ଲକ୍ଷ ଲକ୍ଷ ଟଙ୍କା ହେବ।

Exit mobile version