ରାଜ୍ୟପାଳଙ୍କ ଦ୍ୱାରା ରାମଗିରି ଥାନାଧିକାରୀଙ୍କୁ ଦକ୍ଷ ପୁଲିସ ଅଧିକାରୀ ସମ୍ମାନ ପ୍ରଦାନ

ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଗଜପତି ଜିଲ୍ଲା ରାମଗିରି ଥାନାଧିକାରୀ ଗଜପତି ଦୋରାଙ୍କୁ ଦକ୍ଷ ଥାନାଧିକାରୀ ଭାବେ ପୁରସ୍କୃତ କରାଯାଇଛି  l ଭୁବନେଶ୍ୱର ଠାରେ ଆୟୋଜିତ ଗଣତନ୍ତ୍ର ଦିବସର ରାଜ୍ୟସ୍ତରୀୟ ସମାରୋହରେ ରାମଗିରି ଥାନା ଅଧିକାରୀ ଗଜପତି ଦୋରାଙ୍କୁ ରାଜ୍ୟପାଳ ଡ଼. ହରିବାବୁ ସମ୍ମାନୀତ କରିଛନ୍ତି ।

ଗଜପତି ଜିଲ୍ଲାର ଏକମାତ୍ର ପୁଲିସ ଅଧିକାରୀ ଭାବେ ରାମଗିରି ଥାନା ଅଧିକାରୀ ଗଜପତି ଦୋରା ଏହି ସମ୍ମାନ ପାଇବାର ଗୌରବ ହାସଲ କରିଛନ୍ତି । ଏଥି ପାଇଁ ରାମଗିରି ଥାନାର ସମସ୍ତ କର୍ମଚାରୀଙ୍କ ସମେତ ଗଜପତି ଜିଲ୍ଲାର ସମସ୍ତ ପୋଲିସ ପଦାଧିକାରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Exit mobile version