ନୂଆଗାଁ ବ୍ଲକ୍ ର କଳା, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରା ର କଥା କହେପଞ୍ଚୁପାଣ୍ଡବ ମହୋତ୍ସବ – ଦଶପଲ୍ଲା ବିଧାୟକ

ନୂଆଗାଁ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଲୋକାରଣ୍ୟ ହୋଇଛି ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ।ନୂଆଗାଁ ବ୍ଲକ୍ ର କଳା, ଐତିହ୍ୟ ସଂସ୍କୃତି ଏବଂ ପରମ୍ପରା କୁ ଉଜ୍ଜୀବିତ ରଖିଛି ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା।ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦର ମହକୁମାରେ ଥିବା ନୂଆଗାଁ ହାଇସ୍କୁଲ ପଡିଆରେ ଐତିହ୍ୟ କଳା ସଂସ୍କୃତିକୁ ନେଇ ୮ମ ସଂସ୍କରଣ ଉଦଯାପନୀ ସନ୍ଧ୍ୟାରେ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଅନୁଷ୍ଠିତ ହୋଇଯାଇଛି ।

ଦଶପଲ୍ଲା ବିଧାୟକ ତଥା ମହୋତ୍ସବ କମିଟିର ସଭାପତି ରମେଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ,ମୁଖ୍ୟ ବକ୍ତା ନୟାଗଡ ପୌର ଅଧ୍ୟକ୍ଷା ନିରୁପମା ଖଟେଇ , ସମ୍ମାନୀତ ଅତିଥି ଉପ ଜିଲ୍ଲlପାଳ କର୍ଣ୍ଣଦେବ ସମାଦାର, ଦଶପଲ୍ଲା ବ୍ଲକ ଅଧ୍ୟକ୍ଷl ସୁନନ୍ଦା ସାହୁ, ଭାପୁର ବ୍ଲକ ଅଧକ୍ଷା ସାବିତ୍ରୀ ପ୍ରଧାନ,

 

ଦଶପଲ୍ଲା ବ୍ଲକ ଉପାଦକ୍ଷ ଅନୁପମା ବେହେରା, ବ୍ଲକ ଶିକ୍ଷା ଅଧିକାରୀ ଭକ୍ତ ବିନୋଦ ସଲ , ଜିଲ୍ଲା ପରିଷଦ ସଭ୍ୟl ପ୍ରତିମା ଦଳ ବେହେରା ,ଜିଲ୍ଲା ପରିଷଦ ସଭ୍ୟl ସତ୍ୟଭାମା ନାୟକ , ପଞ୍ଚୁପାଣ୍ଡବ କମିଟିର କାର୍ଯ୍ୟକାରି ସଭାପତି ସଙ୍କର୍ଷଣ ବେହେରା , ଅବସର ପ୍ରାତ ଶିକ୍ଷକ ପ୍ରଫୁଲ୍ଲ ବାରିକ ପ୍ରମୁଖ ମଞ୍ଚାସିନ ଥିଲେ ।

ଉଦଯାପନୀ କାର୍ଯ୍ୟକ୍ରମରେ ନୂଆଗାଁ ହାଇସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ନୂଆଗାଁ ବନ୍ଦନା, ଆଦିତ୍ୟ ଡାନ୍ସ ଗ୍ରୁପ୍ ମାତୃଶକ୍ତି ନୃତ୍ୟ ଏକାଡେମୀ କଟକ ଉତ୍କଳ ଡାନ୍ସ ଏକାଡେମି କଟକ ବିଶେଷ ଆକର୍ଷଣ ମେଲୋଡି ଓ ସିନେତାରକା ଅନୁରାଧା ପାଣିଗ୍ରାହୀ ଓ ଆଶୁତୋଶ ମହାନ୍ତି ସାଥୀ କଳାକାର ମାନଙ୍କ ଦ୍ଵାରା ନୃତ୍ୟ ଓ

ସଙ୍ଗୀତର ତାଳେ ତାଳେ ଝୁମିଲେ ହଜାର ହଜାର ଦର୍ଶକ ଦୁଲୁକିଲା ପଞ୍ଚୁପାଣ୍ଡବ ମହୋତ୍ସବ ସହିଦ କଷ୍ଟି ଡାକୁଆ ସlସ୍କୃତିକ ମଂଚ ଓ ଦାସିଆ ଅଜା ପଲ୍ଲୀଶ୍ରୀ ମେଳା । ଅତିଥି ମାନଙ୍କ ଦ୍ଵାରା ପାଞ୍ଚାଳୀ ଉମୋଚନ ହେଇଥିଲା l ପରିଶେଷରେ କମିଟି ତରଫରୁ ସାମ୍ୱାଦିକ ମାନଙ୍କ ସହ ଦିଲ୍ଲୀପ କୁମାର ଖୁଣ୍ଡୁଆଳ, ଜୀତେନ୍ଦ୍ର କୁମାର ପଣ୍ଡା, ଲୋପା ମୁଦ୍ରା ପ୍ରଧାନ,

ଡ ବନମାଳୀ ପ୍ରଧାନଙ୍କୁ ସମ୍ମାନୀତ କରାଯିବା ସହ ଲଟେରୀ ଉଠାଣ ବ୍ୟବସ୍ଥା କରାଯାଇଥିଲା l ଉଦଯାପନୀ ଦିବସରେ ଦର୍ଶକ ମାନଙ୍କର ପ୍ରବଳ ଜନ ସମାଗମ ହେଇଥିଲା । ସ୍ଵାଧୀନତା ସଂଗ୍ରାମୀ ଏବଂ ମହାପୁରୁଷ ମାନଙ୍କ ନାମରେ ଷ୍ଟଲ୍ ଗୁଡ଼ିକ ନାମିତ ହୋଇଥିଲା ।

ପଞ୍ଚୁପାଣ୍ଡବ ମହୋତ୍ସବ ଲୋକାରଣ୍ୟ ହୋଇଥଲା । ନୂଆଗାଁ ବ୍ଲକ୍ ର କଳା, ଐତିହ୍ୟ,ସଂସ୍କୃତି ଏବଂ ପରମ୍ପରା କୁ ନେଇ ଏଭଳି ଏକ ଐତିହାସିକ ମହୋତ୍ସବ ହୋଇଥିବାରୁ ଦଶପଲ୍ଲା ବିଧାୟକ ଏବଂ ପଞ୍ଚୁପାଣ୍ଡବ ମହୋତ୍ସବ କମିଟି କୁ ଜନସାଧାରଣ ଧନ୍ୟବାଦ୍ ଜଣାଇଛନ୍ତି । ନୂଆଗାଁ ବ୍ଲକ୍ ଜନ ସାଧାରଣ ,

ପ୍ରଶାସନ ପଞ୍ଚୁପାଣ୍ଡବ ମହୋତ୍ସବ କମିଟି ସଦସ୍ୟ ମାନଙ୍କ ସହଯୋଗ ରେ ପଞ୍ଚୁପାଣ୍ଡବ ମହୋତ୍ସବ ଏକ ଐତିହାସିକ ମହୋତ୍ସବ ହୋଇପାରିଥିବା ଦଶପଲ୍ଲା ବିଧାୟକ ତଥା ମହୋତ୍ସବ କମିଟି ର ସଭାପତି ରମେଶ ଚନ୍ଦ୍ର ବେହେରା କହିଛନ୍ତି ।

Exit mobile version