Home ଅପରାଧ ଅପହରଣ ଓ ଯୌନ ନିର୍ଯାତନା ଅଭିଯୋଗରେ ଫେରାର ଦୁଇ ଅଭିଯୁକ୍ତ ଗିରଫ by Proprietor Abhimanyu Maharana 6 months ago Share on FacebookShare on TwitterWhatsapp ବାଲିଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଅଞ୍ଚଳରେ ଜଣେ ଅପ୍ରାପ୍ତବୟସ୍କା କନ୍ୟାଙ୍କୁ ଅପହରଣ ଏବଂ ଯୌନ ନିର୍ଯାତନା କରାଯାଇଥିବା ଅଭିଯୋଗରେ ପୁଲିସ ଦୁଇଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ସୁଶୀଲ ନାୟକ (୧୮) ଓ ନିତେଶ ନାୟକ (୨୦), ଉଭୟ ଝିରିପାଣି ଗ୍ରାମର ବାସିନ୍ଦା ବୋଲି ପୋଲିସ ପ୍ରକାଶ କରିଛି। ଘଟଣା ରୁ ପ୍ରକାଶ ଯେ, ଚଳିତ ମାସ ୧ତାରିଖ ଅପରାହ୍ନରେ ୧୪ ବର୍ଷୀୟା ନାବାଳିକା ଜଣକ ନିକଟସ୍ଥ କେନାଲକୁ ଗାଧୋଇବାକୁ ଯାଇଥିଲେ, କିନ୍ତୁ ସେ ଆଉ ଘରକୁ ଫେରିନଥିଲେ। ପରିବାର ସଦସ୍ୟମାନେ ଆଖପାଖ ଅଞ୍ଚଳ ଓ ନିକଟସ୍ଥ ଗ୍ରାମଗୁଡ଼ିକରେ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧାନ ମିଳିନଥିଲା। ପରଦିନ ସକାଳେ ସେ ଘରକୁ ଫେରିଥିଲେ। ପୁଲିସ ତଦନ୍ତ ସମୟରେ ପୀଡିତା କହିଛନ୍ତି ଯେ, ଅଭିଯୁକ୍ତ ମାନେ ତାଙ୍କର ମୁହଁ ଢାଙ୍କି ଜୋରକରି ଅପହରଣ କରି କାଦମସାରୁ ଜଙ୍ଗଲକୁ ନେଇଯାଇଥିଲେ। ସେଠାରେ ତାଙ୍କୁ ଯୌନ ନିର୍ଯାତନା, ଶାରୀରିକ ଆକ୍ରମଣ କରାଯାଇଥିବା ସହ ଘଟଣାର ଭିଡିଓ ପ୍ରଚାର କରିବାକୁ ଧମକ ଦିଆଯାଇଥିଲା। ରାତି ପର୍ଯ୍ୟନ୍ତ ତାଙ୍କୁ ଅବୈଧ ଭାବେ ଅଟକ ରଖି ପରେ ଛାଡ଼ି ଦିଆଯାଇଥିଲା। ଲିଖିତ ଅଭିଯୋଗ ଆଧାରରେ ବେଲଘର ଥାନା କେସ୍ ନଂ.୧୦/୨୬ ରେ ଏକ ମକଦ୍ଦମା ରୁଜୁ କରାଯାଇ, ବିଏନଏସ୍ ଧାରା ୧୩୭(୨), ୧୨୭(୨), ୧୧୫ (୨), ୬୨, ୬୪, ୩(୫) ସହ ପୋକ୍ସୋ ଆଇନର ଧାରା ୮ ଅନୁସାରେ ମାମଲା ରୁଜୁ ହୋଇଛି। ପୁଲିସ ସୂଚନା ଅନୁସାରେ, ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପୀଡିତା ଓ ଅଭିଯୁକ୍ତମାନଙ୍କର ଡାକ୍ତରୀ ପରୀକ୍ଷା ସମ୍ପନ୍ନ ହୋଇଥିବା ସହ ପୀଡିତାଙ୍କ ବୟାନ ରେକର୍ଡ କରାଯାଇଛି। ସମସ୍ତ ଆବଶ୍ୟକ ଆଇନଗତ ପ୍ରକ୍ରିୟା ଚାଲିଥିବା ପୁଲିସ ପ୍ରକାଶ କରିଛି। Categories: ଅପରାଧ, ଓଡ଼ିଶା, କନ୍ଧମାଳ, ହୋମ୍ Related Content ପ୍ରିୟ ରାଜସୁନାଖଳା ଯୁବ କମିଟି ପକ୍ଷରୁ ରକ୍ତ ଦାନ ଶିବିର by Proprietor Abhimanyu Maharana August 16, 2026 ଭୟଙ୍କର ଅଗ୍ନିକାଣ୍ଡ : ଜଳିଗଲା ସମ୍ପୂର୍ଣ୍ଣ ଘର, ୧୦ ଟି ଅର୍ଦ୍ଧ ଦଗ୍ଧ ଗାଈ, ଓ ଦୁଇ ଜଣ ମଣିଷ by Proprietor Abhimanyu Maharana August 16, 2026 ବାଲିପାଟଣା ଅଞ୍ଚଳର ବିଭିନ୍ନ ଶିକ୍ଷା ଅନୁଷ୍ଠାନ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ by Proprietor Abhimanyu Maharana August 16, 2026 ବେଣୁଧର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୮୦ ତମ ସ୍ବାଧିନତା ଦିବସ ପାଳିତ by Proprietor Abhimanyu Maharana August 16, 2026 କିଙ୍ଗ ପବ୍ଲିକ ଇଂଲିଶ ମିଡିୟମ ସ୍କୁଲ ରେ ୮୦ତମ ସ୍ଵଧାନତା ଦିବସ ପାଳିତ by Proprietor Abhimanyu Maharana August 16, 2026 ମାଲକାନଗିରିରେ ମହାସମାରୋହରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ by Proprietor Abhimanyu Maharana August 16, 2026