ପିଚୁକୁଳି ଓଡିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ ସୃଜନିକା ଉଦଘାଟିତ

ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :-  ବୋଲଗଡ଼ ଶିକ୍ଷାବ୍ଲକ ଅନ୍ତର୍ଗତ ପିଚୁକୁଳିସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ତାପସ କୁମାର ଦ୍ବିବେଦୀଙ୍କ ଆବାହକତ୍ୱରେ ବିଦ୍ୟାଳୟ ପରିସରରେ ଶନିବାର ଦିନ ୪ର୍ଥ ବାର୍ଷିକ ଉତ୍ସବ “ସୃଜନିକା” ମହାଆଡମ୍ବର ସହକାରେ ପାଳିତ ହୋଉଯାଇଅଛି ! ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ତପନ କୁମାର ଦ୍ବିବେଦୀଙ୍କ ଅଧ୍ୟକ୍ଷତlରେ ମୁଖ୍ୟଅତିଥି ଭାବେ ବୋଲଗଡ଼ -ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ, ମୁଖ୍ୟ ବକ୍ତାଭାବେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଓ ଶିକ୍ଷକ ତାଲିମ ପ୍ରତିଷ୍ଠାନର ଅଧ୍ୟକ୍ଷ ତାପସ କୁମାର ନାୟକ,

ସ୍ୱତନ୍ତ୍ର ଅତିଥିଭାବେ କୃଷକ ଶିକ୍ଷା ପ୍ରତିଷ୍ଠାନର ନିର୍ଦେଶକ ବୃନ୍ଦାବନ ଶତପଥି ଓ ସମ୍ମାନିତ ଅତିଥିଭାବେ ବୋଲଗଡ଼ ତହସିଲଦାର ବିଜୟ କୁମାର ସେଠୀ,ଅଖିଳ ଭାରତୀୟ ଶୈକ୍ଷିକ ମହାସଂଘର ସମ୍ପାଦକ ନିରଞ୍ଜନ ମହାନ୍ତି,ଗୋପାଳପୁର ସରପଞ୍ଚ ପ୍ରଦୀପ କୁମାର ବାରିକ ଓ ଖୋର୍ଦ୍ଧା କେନ୍ଦ୍ର ସମବାୟ ସମିତି ସମ୍ପାଦକ ପବିତ୍ର ମୋହନ ମାଝୀ ପ୍ରମୁଖ ଯୋଗଦେଇ ଜଗତରନାଥ ଜଗନ୍ନାଥଙ୍କ ପ୍ରତିମୃତିରେ ଫୁଲ ଚନ୍ଦନ, ଓ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଶୁଭ ଉଦଘାଟନ କରିଥିଲେ ! ଅଧ୍ୟକ୍ଷ ତାପସ କୁମାର ଦ୍ବିବେଦୀ ବାର୍ଷିକ ବିବରଣୀ ପଠନ କରିଥିଲେ l

ବିଦ୍ୟାଳୟର ଛାତ୍ରୀ ଅଭିଲିପ୍ସା ଦାସ ଓ ଜସ୍ମିନ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ ! ଏହି କାର୍ଯ୍ୟାକ୍ରମରେ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ମନୋରଞ୍ଜନ ଧର୍ମୀ ରଙ୍ଗାରଙ୍ଗ ସାଂସ୍କୃତିକ ନୃତ୍ୟ ପରିବେଶ କରାଯାଇଥିଲା ! ନିମନ୍ତ୍ରିତ ଅତିଥିମାନଙ୍କ ଦ୍ୱାରା ୯୦ଜଣ କୃତୀ ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଧାନ କରି ସମ୍ବର୍ଦ୍ଧିତ କରାଯାଇଥିଲl l

ସମସ୍ତ ଛାତ୍ରଛାତ୍ରୀ ମାନେ ଶିକ୍ଷା ସହିତ କ୍ରୀଡ଼ାକୁ ଗୁରୁତ୍ୱ ଦେବା ସଙ୍ଗେ ସଙ୍ଗେ ଶୃଙ୍ଖଳିତ ଭାବରେ ସମୟାନୁବର୍ତ୍ତିତା ହୋଇ ସମସ୍ତ ଶିକ୍ଷକ /ଶିକ୍ଷୟିତ୍ରୀ ଓ ପିତାମାତାଙ୍କ କଥା କୁ ସମ୍ମାନ ପ୍ରଦର୍ଶନ କରିବାକୁ ମୁଖ୍ୟଅତିଥି ବିଧାୟକ ପ୍ରଦୀପ କୁମାର ସାହୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ l

ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷକ ବିରଞ୍ଚି ନାରାୟଣ ବାରିକ,ଶିକ୍ଷୟିତ୍ରୀ ଇପ୍ସିତା ମିଶ୍ର ଓ ଅନିତା ପାତ୍ର ପ୍ରମୁଖ ନୃତ୍ୟ ତାଲିମ ପ୍ରଦାନ କରିଥିଲେ ! ପରିଶେଷରେ ଶିକ୍ଷକ ଆଶୁତୋଷ ପୁରୋହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Exit mobile version