ପରମାନନ୍ଦ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକାଙ୍କ ଆତ୍ମହତ୍ୟା

ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :-  ବୋଲଗଡ଼ ସଦରସ୍ଥିତ ପରମାନନ୍ଦ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପିକାଙ୍କ ମୃତ ଦେହକୁ ରବିବାର ସକାଳ ବୋଲଗଡ଼ ଥାନା ପୋଲିସ ଜବତ କରି ଏକ ଅପମୃତ୍ୟୁ ମାମଲା କେସ ନଂ ୨/୨୬ ରୁଜ୍ଜୁ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଘଟଣାକ୍ରମେ ବଡ଼କୁମାରୀ ପଂଚାୟତ ହାଟବସ୍ତ ଗ୍ରାମର ନୀଳମଣି ଗଜେନ୍ଦ୍ରଙ୍କ ଝିଅ ବର୍ଷାରାଣୀ । ଗଜେନ୍ଦ୍ର(୨୯) ପରମାନନ୍ଦ ମହାବିଦ୍ୟାଳୟରେ ।

ଏସଏସବି କ୍ୟାଡର(ଜୁନିଅର) ଓଡ଼ିଆ ଅଧ୍ୟାପିକା ଭାବେ କାର୍ଯ୍ୟ କରୁଥିଲେ। ଅଧ୍ୟାପିକା ସୁଶ୍ରୀ ଗଜେନ୍ଦ୍ର ପୂର୍ବ ଦିନ ଅର୍ଥାତ ଶନିବାର ସମ୍ପୃକ୍ତ ମହାବିଦ୍ୟାଳୟର ଜୈନେକ ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକାଙ୍କ ଅବସର ଗ୍ରହଣ ଭୋଜି ଭାତରେ ସହପାଠୀ ମାନଙ୍କ ସହିତ ଖୁସି ମନରେ ସାମିଲ ଥିଲେ ଓ ମାନସିକ ଅବସ୍ଥା ଭଲ ଥିଲା ବୋଲି ସହପାଠୀ ମାନେ ମତ ରଖିଛନ୍ତି । ସନ୍ଧ୍ୟା ପୂର୍ବରୁ ଅଧ୍ୟାପିକା ବର୍ଷା ରାଣୀ କଲେଜ ଠାରୁ ଅନୀତି ଦୂରରେ ଥିବା ଭଡା ଘରକୁ ଫେରି ଉପର ମହଲାରେ ରହୁଥିବା ଘରେ ରାତ୍ରିରେ ଶୋଇ ଥିଲେ ।

ତେବେ ସକାଳୁ ଘରର କବାଟ ନଖୋଲିବାରୁ ଘର ମାଲିକ ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସି ଘରର କବାଟକୁ ଖୋଲି ଥିଲେ ଓ ଫ୍ୟାନରେ ଅଧ୍ୟାପିକା ବର୍ଷା ନିଜ ଚୁନୁରି ସାହାଯ୍ୟରେ ଝୁଲି ରହିଥିବା ଦେଖିବାକୁ ମିଳିଥିଲା । ପରେ ପୋଲିସ ଶବକୁ ଉଦ୍ଧାର କରି ତଦନ୍ତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ତେବେ କେଉଁ ପରିସ୍ଥିତିରେ ଅଧ୍ୟାପିକା ଆତ୍ମହତ୍ୟା କରିଛନ୍ତି ତାହା ଏବେ ଅସ୍ପଷ୍ଟ ରହିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏ ସମ୍ପର୍କରେ ସ୍ପଷ୍ଟ ଜଣାପଡିବ ବୋଲି ଥାନା ତଦନ୍ତକାରୀ ଅଧିକାରୀ ଉମା ଶଙ୍କର ନାୟକ ସୂଚନା ଦେଇଛନ୍ତି l

Exit mobile version